ନିଷିଦ୍ଧାଞ୍ଚଳରେ ପାରା ଉଡ଼ାଣ ପରୀକ୍ଷଣ

ବାହାନଗା,୧୨ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓ ତଥ୍ୟ ଲିକ୍‌ ଘଟଣାର ତଦନ୍ତ ସରି ନ ଥିବା ବେଳେ ସମୁଦ୍ର ଉପକୂଳ ନିଷିଦ୍ଧାଞ୍ଚଳରେ ଅନ୍ୟ ରାଜ୍ୟର ଦୁଇ ଯୁବକ ପାରା ଉଡ଼ାଇ ପରୀକ୍ଷଣ କରିବା ଚର୍ଚ୍ଚାର ବିଷୟ ହୋଇଛି। ଜିଲା ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟରେ ନିୟୋଜିତ ଦୁଇ ଯୁବକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ କାର୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପରେ ୪୧ ସିଆର୍‌ପିସିରେ ଜାମିନରେ ଛାଡ଼ିଥିବା ସୂଚନା ମିଳିଛି। ଯୁବକ ଦ୍ୱୟ ହେଲେ ଆନ୍ଧ୍ରପ୍ରଦେଶ ଭାଇଜାଗ ଅନ୍ତର୍ଗତ ଗଜୱାକା ଗ୍ରାମର ଉପେନ୍ଦ୍ର ମୋଲି ଓ କାକିନଣ୍ଡା ଗ୍ରାମର ପୱାନ କଲ୍ୟାଣ। ବାହାନଗା ବ୍ଲକ ବରିପଦା ସ୍ଥିତ ସମୁଦ୍ରକୂଳବର୍ତ୍ତୀ ଅଟାସପୁର ଆଡ଼ିଆ ଓ ଜହ୍ନିପୁର ଅଞ୍ଚଳରେ ସେମାନେ ପାରା ପରୀକ୍ଷଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଲୋକେ ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ସେମାନଙ୍କୁ ଥାନାକୁ ନେବା ସହ ବ୍ୟବହାର କରିଥିବା ଏକ କାର୍‌ ଜବତ କରି ତଦନ୍ତ ଚଳାଇଛି। ତେବେ ପ୍ରଶାସନର ଅଜାଣତରେ ସେମାନେ ଅନ୍ୟ ରାଜ୍ୟରୁ ଆସି ପାରା ପରୀକ୍ଷଣ କରିବା ଘଟଣାରୁ ଉପକୂଳର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ମଙ୍ଗଳବାର ସକାଳ ସାଢ଼େ ୭ଟା ସମୟରେ ଦୁଇ ଯୁବକ ୨୦ରୁ ଅଧିକ ପାରାଙ୍କୁ ଆଣି ସେମାନଙ୍କ ଗୋଡ଼ରେ ନାଲି, ନୀଳ ଓ ହଳଦିଆ ରଙ୍ଗର ପଟି ଏବଂ କ୍ୟାମେରା ବାନ୍ଧି ଉଡ଼ାଉଥିଲେ। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଉଭୟଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ପରେ ସେମାନେ ଗୋଦାବରୀ ମୋମିଂ ପିଜନ ସୋସାଇଟିର ୨ଜଣ ସଦସ୍ୟ ବୋଲି ଜଣାପଡ଼ିଥିଲା। ସେମାନେ ପାରାଙ୍କୁ ଆଣି ପରୀକ୍ଷଣ କରୁଥିଲେ। ଏହିଠାରୁ ସେହି ପାରାମାନଙ୍କୁ ଛାଡ଼ିଲେ ସାଢେ ୪ ଘଣ୍ଟା ମଧ୍ୟରେ କେତୋଟି ଭାଇଜାଗରେ ପହଞ୍ଚିବେ ତାହା ଜାଣିବାକୁ ପରୀକ୍ଷଣ କରୁଥିଲେ। ସେଥିପାଇଁ ସେହି ପାରାମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଯୁବକ ଦ୍ୱୟଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ ଅନୁଷ୍ଠାନର ୧୦ଜଣ ସଦସ୍ୟ ଅଛନ୍ତି। ସେମାନଙ୍କର ମୁଖ୍ୟ ହେଲେ ଡ.ନାରାୟଣ ରାଓ। ସଂସ୍ଥାର ମୁଖ୍ୟଙ୍କଠାରୁ କାଗଜପତ୍ର ମିଳିବା ପରେ ପୋଲିସ ସେମାନଙ୍କୁ ଜାମିନରେ ଛାଡ଼ିଛି। ତେବେ ପ୍ରତିରକ୍ଷା ବିଭାଗର ନିଷିଦ୍ଧାଞ୍ଚଳରେ ପ୍ରଶାସନର ବିନା ଅନୁମତିରେ ପାରା ପରୀକ୍ଷଣ କରାଯିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କୋଷ୍ଟଗାର୍ଡ ଓ ସ୍ଥାନୀୟ ପୋଲିସର ନଜର ଆଢ଼ୁଆଳରେ ଅନ୍ୟ ରାଜ୍ୟର ଯୁବକ ନିର୍ବିଘ୍ନରେ ଏଭଳି କାର୍ଯ୍ୟ କରିବା ଘଟଣାର ଲୋକେ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri