ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମଣିଷଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ଚାଇନାରେ ଏହି ସଂକ୍ରମଣର ପ୍ରଥମ ଘଟଣା ରିପୋର୍ଟ ହୋଇଛି। ମଙ୍ଗଳବାର ଚାଇନାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ତେବେ କୁହାଯାଇଛି ଯେ ଏହି ସଂକ୍ରମଣ ଅନ୍ୟ ଲୋକଙ୍କୁ ବ୍ୟାପିବାର ଆଶଙ୍କା କମ ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ହେନାନ ପ୍ରଦେଶର ଜଣେ ଚାରି ବର୍ଷର ଶିଶୁଙ୍କୁ ଏପ୍ରିଲ ୫ ରେ ଜ୍ୱର ହେବା ସହିତ ଅନ୍ୟାନ୍ୟ କେତେକ ଲକ୍ଷଣ ପ୍ରକାଶ ପାଇଥିଲା। ନମୁନା ପରୀକ୍ଷାରୁ ଜଣା ପଡ଼ିଥିଲା ଯେ ତାଙ୍କଠାରେ ବାର୍ଡ ଫ୍ଲୁର ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ରହିଛି।

ଜାତୀୟ ସ୍ବାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି ଯେ ଶିଶୁଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଏହି ସଂକ୍ରମଣ ମିଳି ନ ଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଚାରି ବର୍ଷର ବାଳକ ତାଙ୍କ ଘରେ କୁକୁଡ଼ା ଏବଂ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଛନ୍ତି।

ଚାଇନା ଜାତୀୟ ସ୍ବାସ୍ଥ୍ୟ ଆୟୋଗ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବାର୍ଡ ଫ୍ଲୁର ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ମଣିଷଙ୍କୁ ମଧ୍ୟ ଆକ୍ରାନ୍ତ କରିପାରିବ ମାତ୍ର ଏହା ମହାମାରୀ ରୂପ ନେବା ଅବା ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଘୋଡା, କୁକୁର, ପକ୍ଷୀମାନଙ୍କରେ ଏଚ୍‌-୩-ଏନ୍‌-୮ ଭାରିଆଣ୍ଟ୍‌ ଏପର୍ଯ୍ୟନ୍ତ ମିଳିଥିଲା। କିନ୍ତୁ ଅଦ୍ୟାବଧି ମଣିଷ ମଧ୍ୟରେ ଏହା ଚିହ୍ନଟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ...

କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା

କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା...

ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…

ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି।...

ୟୁକ୍ରେନ୍‌: ଶାନ୍ତି ଆଲୋଚନା ବିଫଳ

ମସ୍କୋ, ୧୪ା୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଟାଳିବାକୁ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ...

ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି ।...

ମହାକାଶ ଇତିହାସରେ ପ୍ରଥମ ଘଟଣା: ଅକ୍ଟୋବର ୨୧ରେ ସ୍ସେସ୍‌ ଓ୍ବାକ୍‌ କରିବେ ୨ ମହିଳା

ଓ୍ବାଶିଂଟନ,୬।୧୦: ମହାକାଶ ଇତିହାସରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି। ଅକ୍ଟୋବର ୨୧ରେ ୨ ଜଣ ମହିଳା ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ୍‌...

ସେମାନେ ମୋତେ ଜେଲରେ ହତ୍ୟା କରିବେ

ଲାହୋର/ଇସ୍‌ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍‌ଙ୍କୁ ଗିରଫ କରିବା ପାଇଁ...

ୟୁକ୍ରେନକୁ ୬ କୋଟି ଡଲାର ପ୍ରତିରକ୍ଷା ସହାୟତା ଯୋଗାଇଲା ବ୍ରିଟେନ

ଲଣ୍ଡନ,୨୦।୧୧: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତରେ ସେ ୟୁକ୍ରେନକୁ...

Advertisement
Archives

Model This Week