ବାର୍ଡ ଫ୍ଲୁ ଆଶଙ୍କା: ପଠାଗଲା ୪୦୦ ନମୁନା

ଭୁବନେଶ୍ୱର,୬ା୧(ବ୍ୟୁରୋ): କରୋନା ମହାମାରୀ ସମ୍ପୂର୍ଣ୍ଣ ଥମି ନ ଥିବା ବେଳେ ବାର୍ଡ ଫ୍ଲୁ ଭଳି ଆଉ ଏକ ବିପଦର ଆଶଙ୍କା ଦେଖାଦେଇଛି। ବିଭିନ୍ନ ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କ ସମେତ କାଉ ଓ ବତକ ଭଳି ପକ୍ଷୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ପକ୍ଷୀଙ୍କ ମଳ ଓ ଲାଳ ନମୁନା ସଂଗ୍ରହ କରାଯାଉଛି। ମଙ୍ଗଳବାର ଚିଲିକା ଓ ଅନ୍ୟାନ୍ୟ ସ୍ଥାନରୁ ୪୦୦ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)କୁ ପଠାଯାଇଛି। ଏଥିସହିତ ପକ୍ଷୀଙ୍କ ଠାରେ ଦେଖାଯାଉଥିବା ଆଭିଆନ ଇନ୍‌ଫ୍ଲୁଏଞ୍ଜା ଉପରେ ନଜର ରଖିବା ସହ ପ୍ରସ୍ତୁତ ରହିବାକୁ ପ୍ରାଣୀ ପାଳନ ଓ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ମୁଖ୍ୟ ପ୍ରାଣୀ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।
କିଛିବର୍ଷ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ଯୋଗୁ ରାଜ୍ୟରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା। ଚଳିତ ବର୍ଷ ବିଭିନ୍ନ ଜଳାଶୟ ଏବଂ ଅଭୟାରଣ୍ୟକୁ ବିଦେଶରୁ ବହୁ ପକ୍ଷୀ ଆସିଛନ୍ତି। ଏପରି କି କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପକ୍ଷୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବାକୁ ବିଭାଗ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରାଣୀପାଳନ ଓ ଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରତ୍ନାକର ରାଉତ କହିଛନ୍ତି ଯେ, ବିଦେଶରୁ ପ୍ରତ୍ୟେକ ବର୍ଷ ଅକ୍ଟୋବରରୁ ଫେବୃୟାରୀ ମଧ୍ୟରେ ପକ୍ଷୀମାନେ ଆସିଥାନ୍ତି। ଅଧିକାଂଶ ସମୟରେ ସେମାନଙ୍କ ଦ୍ୱାରା ବାର୍ଡ ଫ୍ଲୁ ଭଳି ରୋଗ ବ୍ୟାପୀ ଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଏହି ସମୟରେ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥାଏ। ଚଳିତ ବର୍ଷ ୧୦ ହଜାର ୯୫୩ ନମୁନା ସଂଗ୍ରହ କରାଯାଇ ଏଡିଆର୍‌ଆଇକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପକ୍ଷୀ ଠାରେ ଫ୍ଲୁ ର ସଙ୍କେତ ମିଳି ନାହିଁ। ଯଦି କୌଣସି ଗୋଟିଏ ସ୍ଥାନରେ ୫୦ରୁ ଅଧିକ ପକ୍ଷୀଙ୍କର ନିୟମିତ ଭାବେ ମୃତ୍ୟୁ ହୁଏ, ତେବେ ସେଠାରେ ଆଭିଆନ ଇନ୍‌ଫ୍ଲୁଏଞ୍ଜାର ଆଶଙ୍କା ଥାଏ। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସେପରି ପରିସ୍ଥିତି ସୃଷ୍ଟ ିହୋଇ ନାହିଁ। ତେବେ ସତର୍କତା ଦୃଷ୍ଟିରୁ ଚିଲିକା ଆଖପାଖ ଅଞ୍ଚଳ ଏବଂ ଖୋର୍ଦ୍ଧା ଜିଲାର ଅନ୍ୟ ସ୍ଥାନରୁ ୪୦୦ ନମୁନା ସଂଗ୍ରହ କରାଯାଇ ପଠାଯାଇଛି। ଏହା ଏକ ନିୟମିତ ପ୍ରକ୍ରିୟା। ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟରେ ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୨ ଲକ୍ଷ ପକ୍ଷୀ ବିଦେଶରୁ ଆସିଛନ୍ତି। ସେହପରି ଭିତରକନିକା, ଅଂଶୁପା, ହୀରାକୁଦ ଓ ଅନ୍ୟାନ୍ୟ ଜଳାଶୟକୁ ବହୁ ପକ୍ଷୀ ଆସିଛନ୍ତି। ଏହାଛଡ଼ା ରାଜ୍ୟରେ ବିଭିନ୍ନ ବ୍ରଏଲର ଫାର୍ମରେ ୩ କୋଟିରୁ ଊର୍ଦ୍ଧ୍ୱ ପକ୍ଷୀ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ସୂଚନା ଯୋଗ୍ୟ, ଡିସେମ୍ବରରେ ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ଅନେକ ପକ୍ଷୀ ମରିଥିବା ଜଣାପଡିଛି। ରାଜସ୍ଥାନରେ ୨୫୦ କାଉ ମରିଥିବା ବେଳେ ହିମାଚଳ ପ୍ରଦେଶରେ ୧୭୦୦ ବିଦେଶାଗତ ପକ୍ଷୀଙ୍କର ମୃତ୍ୟୁ ହୋଇଛି। ସେହିପରି କେରଳରେ ଗତ ୧୦ ଦିନ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ବତକଙ୍କ ମୃତ୍ୟୁ ପରେ ୩୬ହଜାର ପକ୍ଷୀଙ୍କୁ ମାରିବାକୁ ସେଠାକାର ସରକାର ଅନୁମତି ଦେଇଛନ୍ତି।
ଖାଦ୍ୟ ଅନ୍ବେଷଣ, ଅଣ୍ଡା ଓ ଛୁଆ ଦେବା ଲାଗି ସେପ୍ଟେମ୍ବରରୁ ବିଦେଶାଗତ ପକ୍ଷୀ ବିଭିନ୍ନ ରାଜ୍ୟରେ ଥିବା ହ୍ରଦ, ଅଭୟାରଣ୍ୟ ଓ ଅନ୍ୟାନ୍ୟ ସ୍ଥାନକୁ ଆସିଥାନ୍ତି। ତେବେ ଏହି ସମୟରେ ସେମାନଙ୍କ ଠାରେ ଫ୍ଲୁ ଦେଖା ଦେଇଥାଏ। ବିଦେଶୀ ପକ୍ଷୀଙ୍କ ଉପରେ ନଜର ରଖିବା ସହ ରୋଗ ଯେପରି ନ ବ୍ୟାପିବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ଠାରେ ପକ୍ଷୀ ମରୁଥିବାର ସୂଚନା ମିଳିବ ତୁରନ୍ତ ମନ୍ତ୍ରଣାଳୟକୁ ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ସପ୍ତାହରେ ଏ ନେଇ ରିପୋର୍ଟ ଦେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri