ବାର୍ଡ ଫ୍ଲୁ ଓ ଆମ ନୀତି

ମାନେକା ଗାନ୍ଧୀ

ଭାରତର ଅନେକ ରାଜ୍ୟରେ ଲାଗିରହିଥିବା ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ଲାଗି ସେଠାରେ କୁକୁଡ଼ାଙ୍କୁ ମାରି ଦିଆଯାଉଛି। ନ ବୁଝିଶୁଝି ସ୍ବାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି। ବାର୍ଡ ଫ୍ଲୁ ଭାରତରେ ପ୍ରଥମ ଥର ଦେଖାଯାଇନାହିଁ। ୨୦୦୬ରୁ ଲଗାତର ଏହା ଦେଖାଦେଉଛି। ଏହାକୁ ପ୍ରତିରୋଧ କରିବା ପାଇଁ ସବୁଥର ସମାନ ଢଙ୍ଗରେ ଲକ୍ଷ ଲକ୍ଷ କୁକୁଡ଼ାଙ୍କୁ ମରାଯାଉଛି। ଭାରତ କାହିଁକି ବାର୍ଡ ଫ୍ଲୁର ପେଣ୍ଠ ପାଲଟିଛି ତାହା ବୁଝିବାକୁ ସରକାର ନାରାଜ । ଯେହେତୁ ସେମାନେ କିଛି ବୁଝୁନାହାନ୍ତି, ସେଥିପାଇର୍ଁ ବାରମ୍ବାର ବ୍ୟାପୁଥିବା ମହାମାରୀକୁ ରୋକିବା ପାଇଁ ନୀତି ପରିବର୍ତ୍ତନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆମେ ନିଜେ ଏଭଳି ଏକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛେ। ଏହି ମହାମାରୀରେ ପ୍ରଥମେ କୁକୁଡ଼ା,ଫାର୍ମର କର୍ମଚାରୀ ତଥା କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହେଉଛନ୍ତି। ତେବେ କୁକୁଡ଼ା ମାଂସ ଖାଉଥିବା କୋଟି କୋଟି ଲୋକ ଏହି ରୋଗରେ ସଂକ୍ରମିତ ହେବେ ନାହିଁ ବୋଲି ଯାହା କୁହାଯାଉଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଏହି ମହାମାରୀର ମୂଳ କାରଣ ହେଉଛି ଇଣ୍ଟେନସିଭ ଆନିମଲ ଏଗ୍ରିକଲଚର କିମ୍ବା ଫ୍ୟାକ୍ଟ୍ରି ଫାର୍ମିଂ। ବ୍ୟାପକ ଭାବେ ଅଣପାରମ୍ପରିକ ପ୍ରାଣୀ ପାଳନ ବ୍ୟବସ୍ଥା ବି ଏହାର ଏକ କାରଣ। ଫାର୍ମରେ କମ୍‌ ଜାଗାରେ ଓ ଅସ୍ବାସ୍ଥ୍ୟକର ପରିବେଶରେ ପିଞ୍ଜରା ବା ଜାଲି ଘେରା ଘରେ କ୍ଷମତାଠାରୁ ଅଧିକ କୁକୁଡ଼ାଙ୍କୁ ରଖାଯାଉଛି। ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ବର୍ଜ୍ୟ ପରିଚାଳନ ଗତ ଅବ୍ୟବସ୍ଥା ଯୋଗୁ ବାୟୁ ଓ ଜଳ ପ୍ରଦୂଷିତ ହେଉଛି। କୁକଡ଼ାମାନଙ୍କୁ ଅତ୍ୟଧିତ୍କ ଆଣ୍ଟିବାୟୋଟିକ୍ସ ଓ ଗ୍ରୋଥ ହର୍ମୋନ ଦିଆଯାଉଛି। ବହୁତ ଖରାପ ଅବସ୍ଥାରେ ଥିବା ଫାର୍ମଗୁଡ଼ିକ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି । ଏହାଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁ ଜନ୍ମ ନେଉଛନ୍ତି।
ଇନଫ୍ଲୁଏଞ୍ଜା ଭାଇରସ ବା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ କରିବା ସହ ଏହାକୁ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଏପିଡେମିକ୍‌ ଆଣ୍ଡ୍‌ ଡିଜିଜ୍‌ କଣ୍ଟ୍ରୋଲ ଡିପାର୍ଟମେଣ୍ଟ ନିୟମିତ ଭାବେ ଫାର୍ମଗୁଡ଼ିକରୁ କୁକୁଡ଼ାମାନଙ୍କ ନମୁନା ସଂଗ୍ରହ କରେ। ଏହି ଭାଇରସ୍‌ର ସ୍ବରୂପ,ଶୀଘ୍ର ବଂଶବୃଦ୍ଧି କରିବା ସହ ଭୟଙ୍କର ଫ୍ଲୁ ଇନଫ୍ଲୁଏଞ୍ଜାରେ ପରିଣତ ହେବାର କ୍ଷମତା ଜାଣିବା ଲାଗି ଡବ୍ଲ୍ୟୁଏଚ୍‌ଓ ଏହା କରିଥାଏ। ବାର୍ଡ ଫ୍ଲୁକୁ ନେଇ ଭାରତ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଛି ତାହା ପର୍ଯ୍ୟାପ୍ତ କି? ଏହି ମହାମାରୀକୁ ରୋକିବା ଲାଗି ମତ୍ସ୍ୟ, ପଶୁପାଳନ ଏବଂ ଡାଇରି ମନ୍ତ୍ରଣାଳୟ ଅଧୀନରେ ଥିବା ଡିପାର୍ଟମେଣ୍ଟ ଅଫ୍‌ ଆନିମଲ ହଜ୍‌ବାଣ୍ଡ୍ରି ଆଣ୍ଡ୍‌ ଡାଇରି (ଡିଏଏଚ୍‌ଡି) ବାର୍ଡ ଫ୍ଲୁ ଭୂତାଣୁର ପ୍ରତିକାର, ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ଆକ୍ସନ ପ୍ଲାନ୍‌ ୨୦୨୧ ନେଇ ଆଗକୁ ଆସିଛି। ବାର୍ଡ ଫ୍ଲୁ ବ୍ୟାଫୁଥିବା ରାଜ୍ୟଗୁଡ଼ିକରେ ଏହାକୁ ନିୟନ୍ତ୍ରଣ ତଥା ନିରୀକ୍ଷଣ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନ୍ୟାଶନାଲ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଶୀଘ୍ର ଏକ ଟିମ୍‌ ଗଠନ କରିଛି। ରୋଗ ଉପରେ ନିରୀକ୍ଷଣ କରିବା; ସ୍ବାସ୍ଥ୍ୟ ଏବଂ ପଶୁପାଳନ ବିଭାଗ, ନଗର ନିଗମ,ଜିଲା ପ୍ରଶାସନର କାର୍ଯ୍ୟରେ ସମନ୍ବୟ ରକ୍ଷା କରିବା ; ମହାମାରୀ ରୋକିବା ପାଇଁ ମାନକ ସଂଚାଳନ ପ୍ରକ୍ରିୟା ସ୍ଥିର କରିବା ଆଦି ରଣନୀତି ଉପରେ ଏହି କମିଟି ଜୋର ଦେଉଛିି। ବାର୍ଡ ଫ୍ଲୁ ବିରୋଧରେ ଲଢିବା ଲାଗି ଏହି ରଣନୀତି ଏବେ ରାଜ୍ୟ, ଜିଲା ଏବଂ ବ୍ଲକ ସ୍ତରରେ ବାସ୍ତବରେ କେତେ କାର୍ଯ୍ୟ କରୁଛି? ପଶୁପାଳନ କିମ୍ବା କୁକୁଡ଼ା ଫାର୍ମଗୁଡ଼ିକରୁ ବ୍ୟାପୁଥିବା ଉକ୍ତ ମହାମାରୀକୁ ମନୁଷ୍ୟ କୃତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ପଶୁପାଳନ ମନ୍ତ୍ରଣାଳୟ କହୁଛନ୍ତି। ପୁଣି ଥରେ ଏମାନଙ୍କ ବିଫଳତାକୁ ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ଲାଗୁଛି। କ୍ଷମତାଶାଳୀ କୁକୁଡ଼ା ଫାର୍ମ ମାଲିକମାନଙ୍କ ଲବି ଭାରତ ସରକାରଙ୍କୁ ପ୍ରଭାବିତ କରିଛି। କୁକୁଡ଼ା ପାଳନ ଶିଳ୍ପରୁ କୋଟି କୋଟି ଟଙ୍କା ଲାଭ ହେଉଛି ଓ ଏହି ଲାଭ ବି ବଢ଼ିଚାଲିଛିି। ଏହି ସମୟରେ ଲୋକଙ୍କ ସ୍ବାର୍ଥ ଅପେକ୍ଷା ଏହି ଶିଳ୍ପର ସ୍ବାର୍ଥ ରକ୍ଷା ପାଇଁ ସରକାର ଏବଂ ମାଲିକମାନଙ୍କ ଭିତରେ ଅସାଧୁ ବୁଝାମଣା ରହିବା ସ୍ବାଭାବିକ। କେବଳ ବାର୍ଡ ଫ୍ଲୁ ନୁହେଁ, ବରଂ କୁକୁଡ଼ାମାନଙ୍କ ଡାଇବେଟିିସ ଓ ଯକ୍ଷ୍ମା ରୋଗ ରୋକିବାକୁ ଅମେ ଦୀର୍ଘ ୧୦ ବର୍ଷ ହେବ ଏକ ସାଧାରଣ କଥା ଉପରେ ଲଢ଼େଇ କରିଆସୁଛୁ। କୁକୁଡ଼ାମାନଙ୍କୁ ରଖାଯାଉଥିବା ପିଞ୍ଜରାର ଆକାର ବଢ଼ାଇବା ପାଇଁ କହୁଛୁ, ଯାହାଦ୍ୱାରା ସେମାନେ ସେଥିରେ ମୁକ୍ତ ଭାବେ ବିଚରଣ କରିପାରିବେ। ଛୋଟ ପଦକ୍ଷେପଟିଏ ନେଲେ ସବୁ ଠିକ୍‌ ହୋଇଯିବ। କିନ୍ତୁ କୁକୁଡ଼ା ଫାର୍ମ ସଂଘ , ରାଜନୈତିକ ନେତା, ପଶୁପାଳନ ମନ୍ତ୍ରଣାଳୟର ପ୍ରଶାସକ, ପରିବେଶ ମନ୍ତ୍ରଣାଳୟ, ଏଫ୍‌ଏସ୍‌ଏସ୍‌ଏଆଇକୁ ଅବଗତ କରାଗଲେ ମଧ୍ୟ ସେମାନେ ଏହାକୁ ବାରମ୍ବାର ଏଡାଇ ଯାଉଛନ୍ତି। ଏବେ ଏହି ଦାବିକୁ କାର୍ଯ୍ୟକାରୀ କରିବା ଲାଗି ଆମେ କୋର୍ଟର ଦ୍ୱାରସ୍ଥ ହୋଇଛୁ। କିନ୍ତୁ କୋର୍ଟ ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରିପାରିନାହାନ୍ତି। କୁକୁଡ଼ା ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ଅସାଧୁ ବୁଝାମଣା ସରକାରୀ ସ୍ତରରେ ପ୍ରତିଫଳିତ ହୋଇଛି। କୁକୁଡ଼ା ଉପତ୍ାଦଗୁଡ଼ିକର ଚାହିିଦା କମିଯିବାର ଆଶଙ୍କା କରି ଡିଏଏଚ୍‌ଡି ଲୋକମାନଙ୍କ ମନ୍ତବ୍ୟକୁ ସାଧାରଣରେ ପ୍ରକାଶ କରିଛି। କହିଛି ଯେ,ଅତ୍ୟଧିତ୍କ ତାପମାତ୍ରାରେ କୁକୁଡ଼ା ମାଂସ ରୋଷେଇ କରି ଓ ଅଣ୍ଡା ସିଝାଇ ଖାଇଲେ କୌଣସି କ୍ଷତି ହେବ ନାହିଁ। ଏଭଳି ଡାହା ମିଛକୁ ଅନୁଧ୍ୟାନ କରିବା ପରେ ଲୋକମାନଙ୍କୁ ସେମାନଙ୍କ ସାଧାରଣ ଜ୍ଞାନ ଖଟାଇବାକୁ ମୁଁ କହିପାରେ। ଗୋଟିଏ ସଂକ୍ରମିତ ପ୍ରାଣୀର ମାଂସ କି ଅଣ୍ଡା ଖାଇବା କ’ଣ ସୁରକ୍ଷିତ? ଏହା ସପକ୍ଷରେ କୌଣସି ଯୁକ୍ତି ନାହିଁ। ଏବେ ଦେଖାଯାଇଥିବା ବାର୍ଡ ଫ୍ଲୁ ଭାଇରସ୍‌ର ପରିବର୍ତ୍ତିତ ରୂପ (ଏଚ୍‌୫ଏନ୍‌୮) ଯାହା କୁକୁଡ଼ାରୁ ମଣିଷଙ୍କୁ ବ୍ୟାପୁଛି, ଆଜିଯାଏ ସରକାର ତାହାକୁ ବିପଜ୍ଜନକ ଭାଇରସ ଭାବେ ବର୍ଗୀକୃତ କରିବା ପାଇଁ ଚିନ୍ତା ବି କରିନାହାନ୍ତି। ଏହି ଭୂତାଣୁ ଅତ୍ୟଧିତ୍କ ରୋଗବାହକ ଓ ସଂକ୍ରାମକ ଏବଂ କେବଳ ପକ୍ଷୀମାନଙ୍କ ମଧ୍ୟରେ ଏହା ସୀମିତ ବୋଲି ସରକାର କହୁଛନ୍ତି। କିନ୍ତୁ ଏ କ୍ଷେତ୍ରରେ ଭାଇରସ ପ୍ରାଣୀଙ୍କଠାରୁ ଆସୁଛି ଓ ଖୁବ୍‌ ଶୀଘ୍ର ବଂଶ ବିସ୍ତାର କରି ଅନ୍ୟ ପ୍ରଜାତିର ପ୍ରାଣୀଙ୍କୁ ସଂକ୍ରମିତ କରୁଛି ଏବଂ ଏହା ବିରୋଧରେ ଲଢ଼େଇ କରିବା ପାଇଁ ଲୋକମାନଙ୍କର ପ୍ରତିରୋଧ କ୍ଷମତା ନାହିଁ ବୋଲି ସରକାର ଜଣାଇବା ଦରକାର। ସବୁ ପ୍ରକାର ଇନଫ୍ଲୁଏଞ୍ଜା ଭାଇରସ ବିରୋଧରେ ପ୍ରଭାବଶାଳୀ ଟିକା ପାଇବାରେ ଆମେ ଏବେ ସୁଦ୍ଧା ବିଶ୍ୱ ସ୍ତରରେ ସକ୍ଷମ ହୋଇପାରିନାହଁୁ। ଥରେ ବାର୍ଡ ଫ୍ଲୁ ଭାଇରସ ମଣିଷ ଶରୀରରେ ପ୍ରବେଶ କଲେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରେ। ୨୦୧୩ରେ ଚାଇନାରେ ଏଚ୍‌୭ଏନ୍‌୯ ବାର୍ଡ ଫ୍ଲୁ ଭାଇରସ ସଂକ୍ରମଣରେ ସଂକ୍ରମିତଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ମୃତ୍ୟୁ ଘଟିଥିତ୍ଲା।
କେରଳ, ହିମାଚଳପ୍ରଦେଶ,ରାଜସ୍ଥାନର ବିଭିନ୍ନ ସ୍ଥାନରେ ଏବେ ଏଚ୍‌୫ଏନ୍‌୮ ଭୂତାଣୁର ତୀବ୍ର ସଂକ୍ରମଣକୁ ଦେଖିଲେ ଭୟ ଲାଗୁଛି। ସୁବୁଠୁ ଚିନ୍ତାଜନକ ହେଉଛି,କୁକୁଡ଼ାମାନଙ୍କ ସହ ଫାର୍ମର ଅନ୍ୟ ପକ୍ଷୀମାନେ ବି ଏଥିରେ ସଂକ୍ରମିତ ହେଉଛନ୍ତି। ଦେଶ କରୋନା ମହାମାରୀ ବିରୋଧରେ ଲଢିବା ବେଳେ ଆମେ କ’ଣ ଆଉ ଏକ ମହାମାରୀର ଝଟକା ଖାଇବାକୁ ଯାଉଛୁ କି? ସରକାର ଏବକାର ଫ୍ୟାକ୍ଟ୍ରି ଫାର୍ମିଂ ବା ପଶୁପାଳନ ଉପରେ ବିଧିବଦ୍ଧ ସମୀକ୍ଷା କରିବା ଉଚିତ। କୁକୁଡ଼ାଙ୍କ ପାଇଁ ଓ୍ବେଲଫେୟାର ଷ୍ଟାଣ୍ଡାର୍ଡରେ ଉନ୍ନତି ଆଣିବା ସହ କୁକୁଡ଼ା ଶିଳ୍ପ ଉପରେ ପୂରା ଯାଞ୍ଜ କରି ଏହାର ନୀତିନିୟମକୁ ସମ୍ପୂର୍ଣ୍ଣ ବଦଳାଇବା ଦରକାର। ଏପରି କି ୟୁରୋପିଆନ ୟୁନିୟନ ପାର୍ଲାମେଣ୍ଟ ଏବେ ଫ୍ୟାକ୍ଟ୍ରି ଫାର୍ମିଂ ପାଇଁ ଏକ ଉନ୍ନତ ଆଇନ ଏବଂ ଉତ୍ତମ ଆନିମଲ େଓଲଫେୟାର ଷ୍ଟାଣ୍ଡାର୍ଡ ପାସ୍‌ କରିଛି।
ପ୍ରାଣୀଙ୍କଠାରୁ ମଣିଷଙ୍କୁ ସଂକ୍ରମିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ଲକ୍ଷ ପ୍ରାଣୀଙ୍କୁ ମାରିଦେବା ଆମ ଦେଶରେ ଏକ ଚିରାଚରିତ କଥା। ଆମର ସାଧାରଣ ସ୍ବାସ୍ଥ୍ୟ ନୀତି ଫାର୍ମ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଘୋର ପ୍ରଜାତିବାଦୀ, ନୈତିକତା ଏବଂ ଦୂରଦୃଷ୍ଟି ଅଭାବ ଯୋଗୁ ପ୍ରାଣୀମାନଙ୍କ ଜୀବନକୁ ଆମେ ଉପେକ୍ଷା କରିଚାଲିଛୁ। କହିଲେ, କୋଭିଡ୍‌ ସଂକ୍ରମଣ କରୁଥିବା ମଣିଷଙ୍କୁ ଆମେ ମାରି ପାରିବା କି? ନା। ଆମେ କେବଳ ସଂକ୍ରମଣ ରୋକିବାକୁ ଜନ୍ମ ନେଇଛୁ। କୋଭିଡ୍‌ ଭଳି ଫ୍ଲୁ ଭାଇରସକୁ ରୋକିବା ଲାଗି ଆମେ କେବଳ ଗୋଟିଏ ଉପାୟ କରୁ। କୁକୁଡ଼ାଙ୍କୁ ମାରି ଦେଉ ।
ଅନ୍ୟପକ୍ଷରେ ଏହି ମହାମାରୀ ଆରମ୍ଭ କରୁଥିବା କୁକୁଡ଼ା ଫାର୍ମ ମାଲିକମାନଙ୍କୁ କୋଟି କୋଟି ଟଙ୍କା କ୍ଷତିପୂରଣ ଦେଉ। ସେମାନଙ୍କୁ ଏହା ନ ଦେଇ ଜେଲକୁ ପଠାଇଦେବା ଉଚିତ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri