ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀଗଣନା: ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ

ଖୁଣ୍ଟୁଣୀ,୪।୧(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ରବିବାର ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ମୋଟ୍‌ ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୮ ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି ବୋଲି ବନାଞ୍ଚଳ ଅଧିକାରୀ ମାଗୁଣି ଚରଣ ବେହେରା କହିଛନ୍ତି। ଏହି ପକ୍ଷୀ ଗଣନା କାର୍ଯ୍ୟ ପାଇଁ ୧୫ଟି ୟୁନିଟ୍‌ (ଯଥା-ଖୁଣ୍ଟୁଣୀର ପଟିଆ, ଡାଲୁଆ ଜଳାଶୟ, ବାଜିଆନାଳି, ଗୋବରା ପୋଖରୀ, ଗୁରୁଡ଼ିଝାଟିଆ ପୋଖରୀ, କୁମାରିବନ୍ଧ, ଜାମୁଝର ଜଳାଶୟ, କଂସର ପୋଖରୀ, ଧବଳେଶ୍ବର-ନୂଆପଟଣା ଘାଟ, ନାକଶୁଣି ପାଟ, ପାଇକେରାପୁର ପାଟ, କୁମାରପୁର ପୋଖରୀ, ରାମଶ୍ୟାମପୁର ପାଟ, କଖଡି-ମହାନଦୀ ରିଜର୍ଭ ବ୍ୟାଙ୍କ ଓ ଭଗୁଆ ଜଳାଶୟ)ରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଏଥିରେ ୪ ଜଣ ଫରେଷ୍ଟର, ୧୧ ଫରେଷ୍ଟ ଗାର୍ଡ ଓ ୧୫ ପାରା କର୍ମଚାରୀ ସାମିଲ ହୋଇଥିଲେ। ସକାଳ ୭ଟାରୁ ଏହି ଗଣନା ଆରମ୍ଭ ହୋଇ ଅପରାହ୍ନରେ ଶେଷ ହୋଇଥିଲା । ପକ୍ଷୀମାନଙ୍କ ମଧ୍ୟରେ ହଂସରାଳି, ଧଳା ଛାତି ଡାହୁକ, କାଣ୍ଟିବଗ, ମାଛରଙ୍କା, ଡାହୁକ, ଟେଣ୍ଟେଇ, ଗେଣ୍ଡାଳିଆ, ଗାଇଆ ବଗ, ପାଣିକୁଆ, ଚକୁଆ ଚକୋଇ, ବଡ ବଗ ଆଦି ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କାର୍ଯ୍ୟକୁ ଡିଏଫଓ ସସ୍ମିତା ଲେଙ୍କା ଓ ପକ୍ଷୀ ବିଶାରଦ ସଞ୍ଜୀବ ଦାସ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri