Categories: ଖେଳ

ମୁମ୍ବାଇ ସିଟି ଏଫ୍‌ସି ସହ ରହିବେ ବିପିନ ସିଂ

ମୁମ୍ବାଇ, ୨୦ା୪ (ପି.ଟି.)- ଭାରତର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ବିପିନ ସିଂଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ମୁମ୍ବାଇ ସିଟି ଏଫ୍‌ସି ତରଫରୁ ସୋମବାର ଘୋଷଣା କରାଯାଇଛି। ଦଳ ସହିତ ସେ ୨୦୨୫ ମେ’ ପର୍ଯ୍ୟନ୍ତ ରହିବେ। ମଣିପୁରର ଏହି ୨୬ ବର୍ଷୀୟ ଓ୍ବିଙ୍ଗର ୨୦୨୦-୨୧ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ବିପକ୍ଷ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଥିଲେ। ପୁନଶ୍ଚ ଏଟିକେ ମୋହନବାଗାନ ବିପକ୍ଷରେ ୯୦ତମ ମିନିଟ୍‌ରେ ବିଜୟ ସୂଚକ ଗୋଲ ସ୍କୋର କରି ସେ ମୁମ୍ବାଇ ସିଟିକୁ ପ୍ରଥମ ଟାଇଟଲ ଜିତାଇଥିଲେ। ଏହା ଅନେକ ଦିନ ସ୍ମରଣୀୟ ହୋଇ ରହିବ। ବିପିନ କ୍ଲବ ତରଫରୁ ୪୫ ମ୍ୟାଚ ଖେଳିଛନ୍ତି।

Share