ତୁମ ହସ ମନେ ପଡ଼ୁଛି ଲେଖି ଏହି ଅଭିନେତ୍ରୀଙ୍କୁ ମେସେଜ୍‌ ପଠାଇଥିଲେ ଲୋକପ୍ରିୟ ଫିଲ୍ମନିର୍ମାତା; ରାଗିଯାଇ…

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିଲେ। ଅଭିନୟରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତ୍ରୀଙ୍କ ପାରମ୍ଭିକ ଅଭିନୟ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ତାଙ୍କୁ କାଷ୍ଟିଂ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥିଲା।

ଏକ ଫିଲ୍ମ ପ୍ରମୋଶନରେ ବିପାଶା ନିଜର ଅତିତକୁ ମନେ ପକାଇଥିଲେ। କ୍ୟାରିୟର ଆରମ୍ଭ ସମୟରେ ତାଙ୍କୁ ଯୌନଶୋଷଣର ଶିକାର ହେବାକୁ ପଡ଼ିଥିଲା। ଖରାପ ବ୍ୟବହାରକୁ ସହି ପାରୁ ନ ଥିଲେ ସେ। ଏହାକୁ ନେଇ ସବୁ ଲୋକ ତାଙ୍କୁ ଡରୁଥିଲେ। ହେଲେ ଜଣେ ଲୋକପ୍ରିୟ ଫିଲ୍ମନିର୍ମାତା ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ। ତାଙ୍କ ସହ ବିପାଶା ଏକ ଚଳଚ୍ଚିତ୍ରରେ କାମ କରିବାକୁ ହଁ ଭରିଥିଲେ।

ସେ ଏକଦା ଘରକୁ ଫେରିବା ପରେ ତାଙ୍କୁ ଏକ ମେସେଜ୍‌ ମିଳିଥିଲା। ସେଥିରେ ଲେଖାଥିଲା ‘ ତୁମ ହସକୁ ମନେ ପକାଉଛି’। ଏହା ପଢ଼ି ବିପାଶାଙ୍କୁ ଅଜବ ଲାଗିଥିଲା। ହେଲେ ସେ ଏହାକୁ ଅଣଦେଖା କରିଥିଲେ। କିଛି ଦିନ ପରେ ପୁଣିଥରେ ନିର୍ମାତାଜଣଙ୍କ ତାଙ୍କୁ ସମାନ ମେସେଜ୍‌ ପଠାଇଥିଲେ। ବିପାଶା ଏଥିରେ ରାଗିଯାଇ ଫିଲ୍ମ ପାଇଁ ନେଇଥିବା ଟଙ୍କା ଫେରାଇ ଦେବାକୁ ତାଙ୍କ ସେକ୍ରେଟେରୀଙ୍କୁ କହିଥିଲେ। ଏପରିକି ସେ ନିର୍ମାତାଙ୍କ ସହ କାମ କରିବାକୁ ଚାହୁଁ ନ ଥିବା ରୋକଠୋକ ଶୁଣାଇ ଦେଇଥିଲେ। ଏହା ଜାଣିବା ପରେ ନିର୍ମାତାଜଣଙ୍କ ଟଙ୍କା ଫେରାଇବା ଦରକାର ନାହିଁ ବୋଲି କହିଥିଲେ। ସେବେଠାରୁ ସେ ତାଙ୍କୁ ଖରାପ ମେସେଜ୍‌ କରିବା ମଧ୍ୟ ବନ୍ଦ କରିଦେଇଥିବା ବିପାଶା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri