ମାନବୀୟ ଅଭିବୃଦ୍ଧିରେ ଜୈବ ପ୍ରଯୁକ୍ତିବିଜ୍ଞାନ

ବିଜ୍ଞାନର ଏକ ନୂତନ ଆଲୋଡ଼ନକାରୀ ସମ୍ଭାବନା ଭାବେ ଜୈବ ପ୍ରଯୁକ୍ତିବିଜ୍ଞାନ (ବାୟୋଟେକ୍ନୋଲୋଜି) ସମଗ୍ର ପୃଥିବୀରେ ଉଭା ହୋଇଅଛି, ଯାହା ମୌଳିକ ବିଜ୍ଞାନର ବିଭିନ୍ନ ଶାଖା ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଭଳି ଅନ୍ୟାନ୍ୟ ବିଜ୍ଞାନକୁ ସମାହିତ କରି ଏକ ଯୁଗ୍ମ ଔଦ୍ୟୋଗିକ ପ୍ରକ୍ରିୟା ନିର୍ଦ୍ଧାରିତ କରିପାରିବାରେ ସକ୍ଷମ। ଏପରି ଭିନ୍ନ ଶୈଳୀର ବିଜ୍ଞାନରେ ଯେକୌଣସି ଜୀବକୋଷ ବା କୋଷରେ ଥିବା ଡି.ଏନ୍‌.ଏ., ଆର୍‌.ଏନ୍‌. ଏ., ପ୍ରୋଟିନ୍‌ ଇତ୍ୟାଦିକୁ ମାନବୀୟ ଆବଶ୍ୟକତା ଅନୁସାରେ ଭାଙ୍ଗି ଯୋଡ଼ି ବା ରୂପାନ୍ତରିତ କରି ସଙ୍କର କୋଷ ସୃଷ୍ଟି କରିବା କ୍ଷମତା ଥିବାରୁ ଏହାକୁ ପ୍ରଯୁକ୍ତି ବିଜ୍ଞାନର ଆଖ୍ୟା ଦିଆଯାଇଛି। ବିକଶିତ ରାଷ୍ଟ୍ରମାନେ ପୂର୍ବରୁ ଏହାର ବହୁଳ ଉପଯୋଗ କରି କୃଷି, ଖାଦ୍ୟ ଉପାର୍ଜନ, ସ୍ବାସ୍ଥ୍ୟସେବା, ପରିବେଶ ନିୟନ୍ତ୍ରଣ ତଥା ଜନହିତକାରୀ କ୍ଷେତ୍ରଗୁଡ଼ିକରେ ବୈପ୍ଳବିକ ସଫଳତା ପାଇ ଲାଭବାନ ହେଉଥିବା ବେଳେ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ଏହାକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଦରି ପାରିନାହାନ୍ତି। କିନ୍ତୁ ବିଜ୍ଞାନର ଏହି ନୂତନ ଆଲୋଡ଼ନ ଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କ ନିଜର ପରିବେଶ ତଥା ସାମାଜିକ ଆବଶ୍ୟକତା ଅନୁଯାୟୀ ନୂତନ ପ୍ରୟୋଗ ବିଜ୍ଞାନକୁ ଆଦରି ନେବାର ଅଙ୍ଗୀକାରବଦ୍ଧତା ସୁଯୋଗ ସୃଷ୍ଟି କରି ଆର୍ଥିକ ଅଗ୍ରଗତି, ନିଯୁକ୍ତି, ଉନ୍ନତ ସ୍ବାସ୍ଥ୍ୟ, ପୋଷଣୀୟ ବିକାଶ ତଥା ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବେଶ ଲାଭବାନ ହୋଇପାରନ୍ତେ। ଏହା କହିବା ବାହୁଲ୍ୟ ଯେ ଜୈବ ପ୍ରଯୁକ୍ତିବିଜ୍ଞାନ ସମାଜରେ ଭିନ୍ନ ସୁଯୋଗ ସୃଷ୍ଟି କରିବା ସହିତ ବହୁ କଷ୍ଟକର ଓ ଉଦ୍ଦୀପକ ପ୍ରକ୍ରିୟା ଅନ୍ତର୍ଭୁକ୍ତ କରେ ଯେଉଁଗୁଡ଼ିକୁ ଅତ୍ୟନ୍ତ ସମ୍ବେଦନଶୀଳତା ସହ ଭରଣା କରିପାରିଲେ ଏହାର ସଫଳ ରୂପାୟନ ସମ୍ଭବ। ବିକାଶଶୀଳ ରାଷ୍ଟ୍ରରେ କୌଣସି ଜୈବ ପ୍ରଯୁକ୍ତିବିଜ୍ଞାନ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବିକଶିତ ଜ୍ଞାନକୌଶଳ, ଠିକ୍‌ ଓ ନିରାପଦ ଉତ୍ପାଦ, ନିରୀକ୍ଷଣକାରୀ ଏବଂ ପ୍ରବର୍ତ୍ତନକ୍ଷମ ନିୟାମକ ସଂସ୍ଥାନ ମାନ ନିତାନ୍ତ ଆବଶ୍ୟକ ନଚେତ ଯେ କୌଣସି ଉଦ୍ୟୋଗ ନିୟମିତ ଭାବେ ପ୍ରବର୍ତ୍ତନ ନିୟମ ଓ ଆର୍ଥିକ ଚାପ ବଶବର୍ତ୍ତୀ ହୋଇ ପରିଚାଳନାଗତ ତ୍ରୁଟିର ସମ୍ମୁଖୀନ ହେବା ବିଧେୟ।
ଜୈବ ପ୍ରଯୁକ୍ତିବିଜ୍ଞାନଭିତ୍ତିକ ଉଦ୍ୟୋଗ ବିଶେଷ ପୁଞ୍ଜି ଆବଶ୍ୟକତା ଦୃଷ୍ଟିରୁ କୌଣସି ବିକାଶଶୀଳ ରାଷ୍ଟ୍ରରେ ସ୍ଥାନୀୟ ପ୍ରତିଭାଙ୍କୁ ବିନିଯୋଗ କରି ବିନା ସରକାରୀ ସହାୟତାରେ ଜୀବିତ ରହିବା କଷ୍ଟକର ବ୍ୟାପାର। ସେଥିପାଇଁ ଆବଶ୍ୟକସ୍ଥଳେ ଅନେକ ଉଦ୍ୟୋଗ ବାହ୍ୟ ସୂତ୍ରରୁ ଏପରିକି ବିକଶିତ ରାଷ୍ଟ୍ରଙ୍କଠାରୁ ଆର୍ଥିକ ସହାୟତା ଗ୍ରହଣ କରନ୍ତି। ତେଣୁ ଏପରି ଉଦ୍ୟୋଗ, ଜ୍ଞାନ କୌଶଳ ତଥା ପରିସଂସ୍ଥା ସ୍ଥାନୀୟ ବଜାର ପରିସ୍ଥିତିରେ ବଞ୍ଚିରହିବା ନିମନ୍ତେ ସରକାରୀ ପ୍ରୋତ୍ସାହନ ଏବଂ ତତ୍‌ସଂଲଗ୍ନ ଆବଶ୍ୟକ ନୀତି ନିତାନ୍ତ ଆବଶ୍ୟକ। ଗବେଷଣାକୁ ଅଧିକ ଶାଣିତ କରିବା ପାଇଁ ସରକାରୀ ଆର୍ଥିକ ପ୍ରୋତ୍ସାହନ ଆବଶ୍ୟକ ଥିବାବେଳେ ସରକାରଙ୍କ ସହାୟତାରେ ଅତ୍ୟାଧୁନିକ ଇନ୍‌କ୍ୟୁବେସନ କେନ୍ଦ୍ର ପ୍ରତିଷ୍ଠା, କ୍ଲିନିକାଲ ଟ୍ରାଏଲ ନିମନ୍ତେ ନିରାପଦ ସ୍ଥାନ ତଥା ନିୟାମକ ଆଧୁନିକୀକରଣ ଭଳି ପଦକ୍ଷେପ ଅତ୍ୟାବଶ୍ୟକ। ଏପରିକି, ଏହି ଉଦ୍ୟୋଗ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକୁ ଦେଶୀୟ ଉତ୍ପାଦ ଭାବେ ସ୍ଥାନୀୟ ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ। କାରଣ ବାହ୍ୟ ଦେଶର ଏପରି ସାମଗ୍ରୀ ଅତ୍ୟନ୍ତ ମହଙ୍ଗା ହୋଇଥିବାରୁ ନୂତନ ଭାବେ ଗଢ଼ିଉଠୁଥିବା ଉଦ୍ୟୋଗ ପାଇଁ ମହଙ୍ଗା ଉପକରଣ ଘାତକ ହେବା ସମ୍ଭାବନା ଅଧିକ।
ଭାରତରେ ଜୈବ ପ୍ରଯୁକ୍ତିବିଜ୍ଞାନ ଯୁବପିଢ଼ି ତଥା ସରକାରଙ୍କ ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟିକାରୀ ଭାବେ ଆଗାମୀ ବର୍ଷଗୁଡ଼ିକରେ ୩୦,୦୦୦ କୋଟି ଆମେରିକୀୟ ଡଲାର ଅର୍ଥନୀତି ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଅଛି। ୨୦୨୨ ମସିହାରେ ଏହି ଉଦ୍ୟୋଗଗୁଡ଼ିକର ଆୟ ୮୦୦୦ କୋଟି ଡଲାର ଛୁଇଁଥିବା ବେଳେ ଭାରତବର୍ଷ ଆନ୍ତର୍ଜାତିକ ସ୍ତରରେ ୧୨ତମ ଶ୍ରେଷ୍ଠ ଗବେଷଣା ଗନ୍ତବ୍ୟସ୍ଥଳୀ ଭାବେ ବିବେଚିତ ହେଉଅଛି। କିନ୍ତୁ ଏସିଆ ମହାଦେଶରେ ଏହା ତୃତୀୟ ଭାବେ ପରିଚିତ। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଜୈବ ପ୍ରଯୁକ୍ତିବିଜ୍ଞାନ ବିଭାଗ ୧୯୮୬ ମସିହାରୁ କାର୍ଯ୍ୟରତ, ଯାହା ମାଧ୍ୟମରେ ସରକାର ଏ ସମ୍ବନ୍ଧୀୟ କାର୍ଯ୍ୟାବଳୀକୁ ନିୟନ୍ତ୍ରଣ କରିଥା’ନ୍ତି। ଏକ ଜାତୀୟ ମିଶନ ରୂପେ ଭାରତ ସରକାର ଏହି କୌଶଳର ସୁବିନିଯୋଗ କରି ଉନ୍ନତ ଗବେଷଣା, ବିକାଶ ଓ ବ୍ୟବସାୟ ମାଧ୍ୟମରେ ଦେଶରେ ବିଶାଳ ଜୈବ ଅର୍ଥନୀତି ଗଠନ କରିବାକୁ ଆଗାମୀ ଦିନରେ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରୀୟ ବଜେଟ ୨୦୨୨ -୨୩ରେ ପ୍ରାୟ ୨,୬୮୪ କୋଟି ଟଙ୍କାର ପ୍ରାବଧାନ କରି ଭାରତରେ ଗବେଷଣା ଓ ବିକାଶ କାର୍ଯ୍ୟ ପ୍ରତି ସରକାରୀ ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି। ଆକଳନରୁ ଜଣାଯାଏ ଅଦ୍ୟାବଧି ୧୭୫ ଗୋଟି ଜୈବ ପ୍ରଯୁକ୍ତି ଉଦ୍ୟୋଗ ଭାରତରେ ସ୍ଥାପିତ ହୋଇ ସଫଳତାର ସହ କାର୍ଯ୍ୟକ୍ଷମ ଥିବାବେଳେ ଏହାର ଶତକଡ଼ା ୩୦ ପ୍ରତିଶତ କର୍ନାଟକର ବେଙ୍ଗାଲୁରୁଠାରେ ଅବସ୍ଥିତ।
ଓଡ଼ିଶା ସରକାର ମଧ୍ୟ ନିଜର ଜୈବ ପ୍ରଯୁକ୍ତିବିଜ୍ଞାନ ବିଭାଗ ସ୍ଥାପନ କରି ‘ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି-୨୦୧୮’ ପ୍ରଣୟନ ପରେ ବଛା ବଛା ଅତି ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ଗବେଷଣାକୁ ଅଗ୍ରାଧିକାର ଦେଇ ଉଦ୍ୟୋଗ-ଅଧ୍ୟାପନା ମଣ୍ଡଳୀ-ସାମାଜିକ କ୍ଷେତ୍ର ସହଯୋଗରେ ସର୍ବୋତ୍ତମ ପ୍ରୟୋଗାତ୍ମକ କୌଶଳ ବିକାଶ କରିବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ପଲିସି ମାଧ୍ୟମରେ ସରକାର ଏହି ଉଦ୍ୟୋଗର ବିକାଶ ନିମନ୍ତେ ଆର୍ଥିକ, ଅଣଆର୍ଥିକ ସହାୟତା ତଥା ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ରାଜ୍ୟ ସରକାର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ଜୈବ ପ୍ରଯୁକ୍ତି ଉଦ୍ୟୋଗ କିମ୍ବା ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ନିମନ୍ତେ ଉତ୍ସାହିତ କରୁଛନ୍ତି। ଉଦ୍ୟୋଗୀମାନଙ୍କ ଅନ୍ତରସ୍ଥ ଦକ୍ଷତା ବିକାଶ ଓ ବାଣିଜି୍ୟକ ପ୍ରତିଯୋଗିତା ବଢ଼ାଇବା ଉଦ୍ଦେଶ୍ୟରେ ସ୍ବଳ୍ପ ମିଆଦୀ କୋର୍ସ ଭିନ୍ନ ଭିନ୍ନ ବ୍ୟବସାୟିକ ଦିଗରେ ଯଥା ବିଜନେସ ମ୍ୟାନେଜମେଣ୍ଟ, ଏଣ୍ଟରପ୍ରିନିୟରଶିପ ଡେଭେଲପମେଣ୍ଟ, ବାୟୋସେଫ୍‌ଟି, ବାୟୋଏଥିକ୍‌ସ, ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ରାଇଟ୍ସ ଇତ୍ୟାଦି ପ୍ରଚଳିତ କରାଉଛନ୍ତି। ସରକାର ନିଜସ୍ବ କିମ୍ବା ବେସରକାରୀ ସହଭାଗିତାରେ ଔଦ୍ୟୋଗିକ ବାତାବରଣ ବୃଦ୍ଧି ନିମନ୍ତେ ଏକାଧିକ ଇନକ୍ୟୁବେଟର ପ୍ରତିଷ୍ଠା ଲାଗି ମଧ୍ୟ ପ୍ରୟାସ କରୁଛନ୍ତି। ଜୈବ ପ୍ରଯୁକ୍ତି କ୍ଷେତ୍ରର ସମ୍ପ୍ରସାରଣ ନିମନ୍ତେ ଗବେଷଣା ଓ ବିକାଶ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ଦିଗ ଯଥା କୃଷି, ଔଷଧୀୟ ଶାସ୍ତ୍ର, ପ୍ରାଣୀ ବିଜ୍ଞାନ, ଜୀବ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ପରିବେଶ ବିଜ୍ଞାନ, ଇତ୍ୟାଦି ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ରାଶିର ବ୍ୟବସ୍ଥା କରନ୍ତୁ। ଏହି ବିଦ୍ୟାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ମିଳନୀ, ଆଲୋଚନା ଚକ୍ର, କର୍ମଶାଳା ଇତ୍ୟାଦି ଆୟୋଜନ କରିବା ପାଇଁ ସୁଯୋଗ ଏବଂ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି। (କ୍ରମଶଃ…)

ଡ. ମାନସ ରଞ୍ଜନ ଶତପଥୀ
-ସହକାରୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଉଦ୍ଭିଦ ବିଜ୍ଞାନ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ : ୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?