ବିଷମକଟକରେ ପ୍ରଥମ ଥର ବାୟୋଫ୍ଲକ୍‌ ମାଛଚାଷ

ବିଷମକଟକ,୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବାୟୋଫ୍ଲକ୍‌ ମାଛଚାଷ। ଏଥିରେ ପୋଖରୀ ବଦଳରେ ବିରାଟ ପାଣି ଟ୍ୟାଙ୍କ ମାଧ୍ୟମରେ ନୂତନ ପ୍ରଣାଳୀରେ ମାଛଚାଷ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଜରିଆରେ ଏହି ଚାଷ ଆରମ୍ଭ ହୋଇଛି।
ସଦର ପଞ୍ଚାୟତ ଅଧୀନସ୍ଥ ଢ଼େପାଗୁଡ଼ା ଗ୍ରାମର ଠାକୁରାଣୀ ମଞ୍ଚ ଗ୍ରୁପ୍‌ର ମାଁ ଗାୟତ୍ରୀ, ମାଁ ସନ୍ତୋଷୀ, ମାଁ ମଙ୍ଗଳା ଏବଂ ମାଁ ବାଞ୍ଜାରୀ ଏସ୍‌ଏଚ୍‌ଜିର ୪୦ ମହିଳାଙ୍କୁ ମାଛଚାଷରେ ନିୟୋଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବାୟୋଫ୍ଲକ୍‌ ମାଛଚାଷ ପାଇଁ ୪୦ ମହିଳାଙ୍କୁ ତାଲିମ ଦିଆଯାଇଛି। ଏହାପରେ ସେମାନଙ୍କୁ ଚାଷ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କାରେ ୧୫ ହଜାର ଲିଟର ବିଶିଷ୍ଟ ୮ଟି ବିରାଟକାୟ ଟ୍ୟାଙ୍କ ସ୍ଥାପନ କରାଯାଇଛି। ଏଥିରେ ଅକ୍ସିଜେନ୍‌ ସୁବିଧା ପାଇଁ ଟ୍ୟାଙ୍କ୍‌ରେ ଦୁଇଟି ପଙ୍ଖା ଏବଂ ୪ଟି ବାୟୋଫ୍ଲକ୍‌ ମେଶିନ ଖଞ୍ଜାଯାଇଛି। ଏହି ମେଶିନ ସାହାଯ୍ୟରେ ମାଛମାନେ ଅକ୍ସିଜେନ ପାଇବେ। ପ୍ରତି ଟ୍ୟାଙ୍କ୍‌ରେ ୩ହାଜର ମାଛ ଯାଆଁଳ ଛଡ଼ାଯାଇଛି। ପ୍ରଥମ ବର୍ଷର ଚାଷ ପାଇଁ ଜୀବିକା ମିଶନ ପକ୍ଷରୁ ଅବଶ୍ୟକ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେହିପରି ରକ୍ଷଣାବେକ୍ଷଣ ଦୟିତ୍ୱ ମଧ୍ୟ ଜୀବିକା ମିଶନ ନେଇଛି। ଆସନ୍ତା ବର୍ଷଠାରୁ ମହିଳା ଗୋଷ୍ଠୀ ନିଜ ଦାୟିତ୍ୱରେ ଏହି ମାଛଚାଷ କରିବେ। ବାୟୋଫ୍ଲକ୍‌ ମାଛଚାଷରୁ ମହିଳାମାନେ ୬୦ ହାଜରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭବାନ ହେବେ ବୋଲି କୁହାଯାଇଛି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଆଗାମୀ ଦିନରେ ଅନ୍ୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏହି ମାଛଚାଷରେ ସାମିଲ କରାଯିବ। ଏଥିସହ ଏହି ନୂତନ ପ୍ରଣାଳୀରେ ଚିଙ୍ଗୁଡ଼ି ଚାଷ ପାଇଁ ମଧ୍ୟ ତାଲିମ ଦେବାକୁ ଯୋଜନା ରହିଥିବା ଓଡ଼ିଶା ଜୀବିକା ମିଶନର କ୍ଷେତ୍ର ପରିଦର୍ଶନ ଅଧିକାରୀ ବିଶ୍ୱଜିତ ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri