ବିନୋଦିନୀ ଦେବୀ ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ୱର,୩।୯ (ବ୍ୟୁରୋ): ଆସନ୍ତା ୫ ତାରିଖରୁ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆରମ୍ଭ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ଲାଗି ଚଳିତ ବର୍ଷ ପୁରସ୍କାର ଘୋଷଣା ହୋଇଛି। ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ସ୍ମୃତି ଫଳକ ପଦାନ କରାଯିବ। ସେହିପରି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆରୁଷୀ ମୁଦ୍‌ଗଲ୍‌ ଏବଂ ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ସେମାନଙ୍କ ସାଧନାର ସ୍ବୀକୃତି ସ୍ବରୂପ ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବ। ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସେମାନଙ୍କୁ ସମ୍ମାନିତ କରିବେ। ସେହିପରି ଅଭିନେତ୍ରୀ ହେମା ମାଳିନୀ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏନେଇ ଗୁରୁବାର ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
କରୋନା ପାଇଁ ଚଳିତବର୍ଷ ଭର୍ଚୁଆଲରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଦର୍ଶକ ଓ ଶ୍ରୋତାମଣ୍ଡଳୀ ଡିଜିଟାଲ ମାଧ୍ୟମ ଯଥା ‘ସୃଜନ’ର ଫେସ୍‌ବୁକ୍‌ ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପ୍ରତି ସନ୍ଧ୍ୟା ସାଢ଼େ ୭ଟାରେ ଉତ୍ସବକୁ ଉପଭୋଗ କରିପାରିବେ। ଏହି ଉତ୍ସବକୁ ଗୁରୁମା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଶର୍ମିଳା ମୁଖାର୍ଜୀଙ୍କ ଓଡ଼ିଶୀ, ସଙ୍ଗୀତା ଶଙ୍କରଙ୍କ ବେହେଲା, ଦ୍ବିତୀୟ ସନ୍ଧ୍ୟାରେ ଅନିତା ମଲ୍ଲିକଙ୍କ ଭାରତନାଟ୍ୟମ୍‌, ରୂପକ କୁମାର ପରିଡ଼ାଙ୍କ ଓଡ଼ିଶୀ ସଙ୍ଗୀତ, ତୃତୀୟ ସନ୍ଧ୍ୟାରେ ଅନ୍ବେଶା ମହାନ୍ତଙ୍କ ସତ୍ରୀୟା, ମଞ୍ଜୁଶା ପାଟିଲଙ୍କ ହିନ୍ଦୁସ୍ଥାନୀ ସଙ୍ଗୀତ, ଚତୁର୍ଥ ସନ୍ଧ୍ୟାରେ ନିକିତା ବନୱାଲିକରଙ୍କ କଥକ ଓ ଅଭିରାମ ନନ୍ଦଙ୍କ ବଂଶୀ ବାଦନ, ପଞ୍ଚମ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ପୁରସ୍କାର ସହ ‘ସୃଜନ’ର କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଓ ପରିଚାଳନା ଗୁରୁ ମହାପାତ୍ର କରୁଥିବାବେଳେ ଏଥିରେ ତାଙ୍କୁ ଦେବୀପସାଦ ମିଶ୍ର ସହଯୋଗ କରିବେ। କାର୍ଯ୍ୟକ୍ରମର ମିଡିଆ ପାର୍ଟନର ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri