ବିଞ୍ଝାରପୁର ବିଧାୟିକାଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୨ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡି ପୂର୍ବର ସଫଳତା ଦୋହରାଇବାକୁ ଉଦ୍ୟମ କରୁଥିବାବେଳେ ଭାଜପା କଡ଼ା ଟକ୍କର ଦେଉଛି। ଏଭଳିସ୍ଥଳେ ବିଞ୍ଝାରପୁର ବ୍ଲକରେ ବିଜେଡି କର୍ମୀଙ୍କ ବିଦ୍ରୋହ ଦଳୀୟ ନେତାଙ୍କୁ ଚିନ୍ତିତ କରିଛି। ଇତିମଧ୍ୟରେ ବ୍ଲକର ୬ ଜଣ ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନିଲମ୍ବନ କରାଯାଇଛି। ତଥାପି ଦଳୀୟ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଏବଂ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ବିଜୟ ନେଇ ଦଳ ଆଶଙ୍କାରେ ରହିଛି। ଏହିକ୍ରମରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଅଳକୁଣ୍ଡ ପଞ୍ଚାୟତ ଅଞ୍ଚଳରେ ଏକ ନିର୍ବାଚନୀ ବୈଠକରେ ଆପଣ ଯଦି ଆଉ କାହାକୁ ଭୋଟ ଦେବେ କିଏ କ’ଣ ନେଇଗଲା, ଇନ୍ଦିରା ଆବାସ ନ ହେଲା, ଗୁହାଳ ନ ହେଲା, ରାସ୍ତା ନ ହେଲା, ଚାଉଳ ନ ହେଲା, ସେହି କଥା ମୋତେ ଆଉ କହିବେ ନାହିଁ ବୋଲି ଭୋଟରଙ୍କୁ ଚାପ ପକାଉଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ଭିତ୍ତିକରି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତାଙ୍କ ପତ୍ରସଂଖ୍ୟା ୫୯୪/୧୧ା୨ା୨୦୨୨ରେ ବିଧାୟିକା ମଲ୍ଲିକଙ୍କୁ ବିଡିଓଙ୍କ ଜରିଆରେ ଜବାବ ତଲବ ନୋଟିସ ଜାରି କରିଛନ୍ତି। ଏହି ନୋଟିସର ଏକ ଅବିକଳ ନକଲରେ ବିଧାୟିକା ମଲ୍ଲିକଙ୍କ ସ୍ବାକ୍ଷର ଓ ତାରିଖ ଆଣିବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଏହି ଘଟଣା ସାରା ଜିଲାରେ ଚହଳ ପକାଇଛି। ଏହାପୂର୍ବରୁ କୋରେଇ ବ୍ଲକରେ ଭୋଟ ନ ଦେଲେ ରାଶନ କାର୍ଡ କାଟି ଦିଆଯିବ ଓ ସମର୍ଥନ ନ ଦେବାରୁ ଧାନ କ୍ରୟ ବନ୍ଦ କରିଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକର ୨୭ ନମ୍ବର ଜୋନ୍‌ରେ ବିଜେଡିରୁ ସୁନିତା ନାଏକ, ଭାଜପାରୁ ନିର୍ଝରିଣୀ ନାୟକ, କଂଗ୍ରେସରୁ ରେଖା ମଲିକ ଓ ସ୍ବାଧୀନ ଭାବେ ମାଧବୀ ଲତା ମଳିକ ନିର୍ବାଚନ ଲଢୁଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ୫୭.୪୦%, ଭାଜପା ୧୧.୮୩% ଓ କଂଗ୍ରେସ ୨୭.୯୯% ଭୋଟ ପାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଞ୍ଝାରପୁରବାସୀ ଭାଜପା ଆଡ଼କୁ ଢଳୁଥିବା ଆଭାସ ଦେଇଥିଲେ। ଏହି ପଞ୍ଚାୟତ ନିର୍ବାଚନରେ ବିଜେଡି ୪୯.୭୬%, ଭାଜପା ୪୨.୬୦% ଓ କଂଗ୍ରେସ ୯.୯୮% ଭୋଟ ପାଇଥିଲା। ୨୭ ନମ୍ବର ଜୋନ୍‌ରେ ଭାଜପାରୁ ଶ୍ରବଣ ଜେନା ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ସହ ଭାଜପା କଡ଼ା ଟକ୍କର ଦେଇଥିଲା। ବିଜେଡି ୫୫.୧୮%, ଭାଜପା ୪୦.୩୭% ଓ କଂଗ୍ରେସକୁ ମାତ୍ର ୨.୭୯% ଭୋଟ ମିଳିଥିଲା। ଏହି ଭୋଟହାରକୁ ଅବଲୋକନ କଲେ ବିଜେଡି ଚିନ୍ତିତ ହେବା ସ୍ବାଭାବିକ। ତେଣୁ କଳେବଳେ କୌଶଳେ ଭୋଟ ଅକ୍ତିଆର କରିବାକୁ ଯୋଜନା ହେଉଥିବା ଆଲୋଚନା ହେଉଛି। ତେବେ ସରକାରୀ ଯୋଜନାକୁ ଆଳ କରି ଚେତାବନୀ ସମ୍ପର୍କରେ ବିଧାୟିକା ମଲ୍ଲିକ କହିଛନ୍ତି, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛିି, ଲୋକମାନଙ୍କୁ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛିି, ଏଥିରେ ଅସୁବିଧା କ’ଣ ହେଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri