ବିଞ୍ଝାରପୁର ବିଧାୟିକାଙ୍କୁ ଜବାବ ତଲବ

ଯାଜପୁର ଅଫିସ,୧୨ା୨: ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡି ପୂର୍ବର ସଫଳତା ଦୋହରାଇବାକୁ ଉଦ୍ୟମ କରୁଥିବାବେଳେ ଭାଜପା କଡ଼ା ଟକ୍କର ଦେଉଛି। ଏଭଳିସ୍ଥଳେ ବିଞ୍ଝାରପୁର ବ୍ଲକରେ ବିଜେଡି କର୍ମୀଙ୍କ ବିଦ୍ରୋହ ଦଳୀୟ ନେତାଙ୍କୁ ଚିନ୍ତିତ କରିଛି। ଇତିମଧ୍ୟରେ ବ୍ଲକର ୬ ଜଣ ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନିଲମ୍ବନ କରାଯାଇଛି। ତଥାପି ଦଳୀୟ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ଏବଂ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ବିଜୟ ନେଇ ଦଳ ଆଶଙ୍କାରେ ରହିଛି। ଏହିକ୍ରମରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଅଳକୁଣ୍ଡ ପଞ୍ଚାୟତ ଅଞ୍ଚଳରେ ଏକ ନିର୍ବାଚନୀ ବୈଠକରେ ଆପଣ ଯଦି ଆଉ କାହାକୁ ଭୋଟ ଦେବେ କିଏ କ’ଣ ନେଇଗଲା, ଇନ୍ଦିରା ଆବାସ ନ ହେଲା, ଗୁହାଳ ନ ହେଲା, ରାସ୍ତା ନ ହେଲା, ଚାଉଳ ନ ହେଲା, ସେହି କଥା ମୋତେ ଆଉ କହିବେ ନାହିଁ ବୋଲି ଭୋଟରଙ୍କୁ ଚାପ ପକାଉଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ଭିତ୍ତିକରି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତାଙ୍କ ପତ୍ରସଂଖ୍ୟା ୫୯୪/୧୧ା୨ା୨୦୨୨ରେ ବିଧାୟିକା ମଲ୍ଲିକଙ୍କୁ ବିଡିଓଙ୍କ ଜରିଆରେ ଜବାବ ତଲବ ନୋଟିସ ଜାରି କରିଛନ୍ତି। ଏହି ନୋଟିସର ଏକ ଅବିକଳ ନକଲରେ ବିଧାୟିକା ମଲ୍ଲିକଙ୍କ ସ୍ବାକ୍ଷର ଓ ତାରିଖ ଆଣିବାକୁ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଏହି ଘଟଣା ସାରା ଜିଲାରେ ଚହଳ ପକାଇଛି। ଏହାପୂର୍ବରୁ କୋରେଇ ବ୍ଲକରେ ଭୋଟ ନ ଦେଲେ ରାଶନ କାର୍ଡ କାଟି ଦିଆଯିବ ଓ ସମର୍ଥନ ନ ଦେବାରୁ ଧାନ କ୍ରୟ ବନ୍ଦ କରିଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର ବ୍ଲକର ୨୭ ନମ୍ବର ଜୋନ୍‌ରେ ବିଜେଡିରୁ ସୁନିତା ନାଏକ, ଭାଜପାରୁ ନିର୍ଝରିଣୀ ନାୟକ, କଂଗ୍ରେସରୁ ରେଖା ମଲିକ ଓ ସ୍ବାଧୀନ ଭାବେ ମାଧବୀ ଲତା ମଳିକ ନିର୍ବାଚନ ଲଢୁଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ବିଜେଡି ୫୭.୪୦%, ଭାଜପା ୧୧.୮୩% ଓ କଂଗ୍ରେସ ୨୭.୯୯% ଭୋଟ ପାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଞ୍ଝାରପୁରବାସୀ ଭାଜପା ଆଡ଼କୁ ଢଳୁଥିବା ଆଭାସ ଦେଇଥିଲେ। ଏହି ପଞ୍ଚାୟତ ନିର୍ବାଚନରେ ବିଜେଡି ୪୯.୭୬%, ଭାଜପା ୪୨.୬୦% ଓ କଂଗ୍ରେସ ୯.୯୮% ଭୋଟ ପାଇଥିଲା। ୨୭ ନମ୍ବର ଜୋନ୍‌ରେ ଭାଜପାରୁ ଶ୍ରବଣ ଜେନା ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ସହ ଭାଜପା କଡ଼ା ଟକ୍କର ଦେଇଥିଲା। ବିଜେଡି ୫୫.୧୮%, ଭାଜପା ୪୦.୩୭% ଓ କଂଗ୍ରେସକୁ ମାତ୍ର ୨.୭୯% ଭୋଟ ମିଳିଥିଲା। ଏହି ଭୋଟହାରକୁ ଅବଲୋକନ କଲେ ବିଜେଡି ଚିନ୍ତିତ ହେବା ସ୍ବାଭାବିକ। ତେଣୁ କଳେବଳେ କୌଶଳେ ଭୋଟ ଅକ୍ତିଆର କରିବାକୁ ଯୋଜନା ହେଉଥିବା ଆଲୋଚନା ହେଉଛି। ତେବେ ସରକାରୀ ଯୋଜନାକୁ ଆଳ କରି ଚେତାବନୀ ସମ୍ପର୍କରେ ବିଧାୟିକା ମଲ୍ଲିକ କହିଛନ୍ତି, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛିି, ଲୋକମାନଙ୍କୁ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛିି, ଏଥିରେ ଅସୁବିଧା କ’ଣ ହେଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri