କମର ଭାଙ୍ଗିଦେଲା କଟକଣା

ଅନୁଗୋଳ ଅଫିସ, ୫।୧୧:  କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ ମାଡ଼ ଖାଇଯାଇଛି। ମହାମାରୀକୁ ଦୃଷ୍ଟିରେ ରଖି ସରକାର ପର୍ବ ପାଳନ ନେଇ ସ୍ବତନ୍ତ୍ର ନିୟମାବଳୀ ଜାରି କରୁଥିବାରୁ ଦୀପାବଳିରେ ମଧ୍ୟ ସେପରି କିଛି ଆଶଙ୍କା କରାଯାଉଥିଲା। କିନ୍ତୁ ବାଣ ବ୍ୟବସାୟ ଓ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ ଘୋଷଣା ଏହି ସିଜିନ୍‌ ବ୍ୟବସାୟୀଙ୍କ କମର ଏକପ୍ରକାର ଭାଙ୍ଗିଦେଇଛି। ସରକାର ଏହି କଟକଣା ଲଗାଇବାର ବହୁ ପୂର୍ବର ଅନେକ ବ୍ୟବସାୟୀ ବାଣ କିଣିସାରିଥିବା ବେଳେ ଆହୁରି କେତେଜଣ ଏଥିପାଇଁ ମହାଜନଙ୍କୁ ବଇନା ମଧ୍ୟ ଦେଇସାରିଛନ୍ତି। ତେଣୁ ସମ୍ପୃକ୍ତ ବ୍ୟବସାୟୀମାନେ ଅର୍ଥ କିପରି ଫେରିପାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଥିବାରୁ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି ହେଉଛି।
ପ୍ରତିବର୍ଷ ଦୀପାବଳିରେ ଅନୁଗୋଳ ସହରରେ ପ୍ରାୟ କୋଟିଏ ଟଙ୍କାର ବାଣ ବ୍ୟବସାୟ ହୋଇଥାଏ। ମାତ୍ର ୩ରୁ ୪ ଦିନ ପାଇଁ ଷ୍ଟାଡିୟମରେ ଏହି କିଣାବିକା ହେଉଥିଲେ ବି ଦାମୀ ବାଣ କିଣିବାକୁ ସହରବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ। ଅଧିକ ବିକ୍ରି ହେଉଥିବା ବାଣର ଚାହିଦାକୁ ଦେଖି ବରାଦ ଦିଆଯାଇଥାଏ। ଏଥିସହ ନୂଆ ପ୍ରକାରର ତିଆରି ପାଇଁ ଆଗୁଆ ଟଙ୍କା ଦିଆଯାଇଥାଏ। ଚଳିତବର୍ଷ ଚାଇନାରୁ ଆସିବାର ନ ଥିଲେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରୁ ବାଣ ଆସିବା ଆରମ୍ଭ ହୋଇଥିଲା। ଅନୁଗୋଳର କାରବାର କରୁଥିବା ମହାଜନ ବା ହୋଲସେଲରମାନେ ଏହାକୁ ଆଣି ଅନ୍ୟ ବ୍ୟବସାୟୀମାନଙ୍କୁ ଯୋଗାଇ ଦେଉଥିବା ଦେଖାଯାଇଥିଲା। ଏହି ବେପାରରୁ ସର୍ବାଧିକ ଲାଭ ମିଳୁଥିବାରୁ କିଛି ବ୍ୟକ୍ତି ଲୋକାଲ ତିଆରି ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ସରକାର କଟକଣା ସମ୍ପର୍କରେ ହଠାତ୍‌ ଘୋଷଣା କରିବା ପରେ ଗୋଦାମ ମାଲିକଙ୍କ ଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀମାନେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସଚେତନ ସହରବାସୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।
୬ ମାସ ଖର୍ଚ୍ଚ ଉଠିଯାଏ
ବାଣ ବ୍ୟବସାୟ ପାଇଁ ବର୍ଷକ ପୂର୍ବରୁ ପ୍ରସ୍ତୁତି ହୋଇଥାଏ। ଷ୍ଟାଡିୟମରେ ମାତ୍ର ୩ ଦିନ ବ୍ୟବସାୟରେ ୩ ଲକ୍ଷ ଟଙ୍କାର ବାଣ ବିକ୍ରି ହୋଇଯାଏ। ଏଥିରୁ ମିଳୁଥିବା ଲାଭ ଅର୍ଥରେ ୬ ମାସର ଖର୍ଚ୍ଚ ଉଠିଯାଏ। କିନ୍ତୁ ଚଳିତ ବର୍ଷ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗିବା ପରେ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି।
-ରାହୁଲ କୁମାର ଦାସ, ବ୍ୟବସାୟୀ, ଅନୁଗୋଳ

ଘର ଚଳାଇବା ମୁସ୍କିଲ ହୋଇଯିବ
ବିଭିନ୍ନ ସିଜନ ବ୍ୟବସାୟ ଚଳିତବର୍ଷ ମାଡ଼ ଖାଇଯାଇଛି। ଉତ୍ସବବିହୀନ ପୂଜା ପରି ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଏହି ବ୍ୟବସାୟୀମାନଙ୍କ କମର ଭାଙ୍ଗି ଦେଇଛି। ତେଣୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ। ୨୦ ବର୍ଷ ବ୍ୟବସାୟରେ ଏହା ପ୍ରଥମ ଘଟଣା।
-ପ୍ରଭୁଦତ୍ତ ସାହୁ, ବ୍ୟବସାୟୀ, ଅନୁଗୋଳ

ଲଗାଯାଇଥିବା ଅର୍ଥ କେମିତି ଫେରିବ
ବାଣ ବ୍ୟବସାୟର ନିଶା ଅଲଗା ଓ ଲାଭ ମଧ୍ୟ ନିଆରା। ବେପାର ପରେ ବଳକା ସବୁକୁ ଫୁଟାଇ ମଜା ନିଆଯାଏ। ହେଲେ ଏବର୍ଷର କଟକଣା କଷ୍ଟଦାୟକ। କେତେଜଣ ବ୍ୟବସାୟୀ ବାଣ କିଣି ସାରିଥିବା ବେଳେ ଆଉ କେତେଜଣ ବଇନା ଦେଇଥିବାରୁ କିପରି ଅର୍ଥ ଫେରିପାଇବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
-ଅଭିନାଶ ଜେନା, ବ୍ୟବସାୟୀ , ଅନୁଗୋଳ

ସବୁ ବେପାର ବୁଡ଼ାଇଲା
କରୋନା ଚଳିତବର୍ଷ ସବୁ ବେପାର ବୁଢ଼ାଇଛି। ବାଣ ବ୍ୟବସାୟରୁ ବାହାରୁଥିବା ଲାଭରୁ ଅନ୍ୟ କ୍ଷତି ଭରଣା ହୋଇଥାଏ। ଏଥର କିନ୍ତୁ ଓଲଟା ହୋଇଗଲା। ପାଖାପାଖି ୮ରୁ ୧୦ ଲକ୍ଷ ଟଙ୍କାର ମାଲ୍‌ ଆସିବାର ଥିଲା। ଏ ନେଇ ମହାଜନଙ୍କୁ ଅଗ୍ରିମ ଦିଆଯାଇଥିଲା। କିନ୍ତୁ ସରକାର କଟକଣା ଲଗାଇବା ପରେ ପାଦ ତଳୁ ମାଟି ଖସି ଯାଇଛି।
ରଶ୍ମିରଞ୍ଜନ ସାମଲ, ବ୍ୟବସାୟୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri