ଜ୍ୟାକ୍‌ ମାଙ୍କ ଅଢ଼େଇ ଲକ୍ଷ କୋଟିର ଆଇପିଓ ଅଟକିଲା

ନୂଆଦିଲ୍ଲୀ: ଚାଇନାର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ ମା ୨.୫ ଲକ୍ଷ କୋଟି ମୂଲ୍ୟର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଆଣିବା ନେଇ ଯୋଜନା ରଖିଥିଲେ। ଏହା ଦୁନିଆର ସବୁଠାରୁ ବଡ ଆଇପିଓ ହୋଇଥାନ୍ତି। ଆଣ୍ଟ ଗ୍ରୁପ୍‌ର ଏହି ଆଇପିଓ ଯୋଜନା ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଏହାର ଲିଷ୍ଟିଂକୁ ସାଂଘାଇ ଷ୍ଟକ ଏକ୍ସଚେଞ୍ଜ ରଦ୍ଦ କରି ଦେଇଛି। ଚାଇନାରରେ ହଠାତ୍‌ ନିୟମ ପରିବର୍ତ୍ତନ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। କାହିଁକି ଲିଷ୍ଟିଂ ଉପରେ କଟକଣା ଲାଗିଲା ସେ ନେଇ ଚାଇନା ଷ୍ଟକ ବଜାର କର୍ତ୍ତୃପକ୍ଷ କିଛି ସ୍ପଷ୍ଟ ଭାବେ କହିନାହାନ୍ତି। ସେହିଭଳି ହଂକଂ ଲିଷ୍ଟିଂ ମଧ୍ୟ ବାତିଲ କରାଯାଇଥିବା ଆଣ୍ଟ ଗ୍ରୁପ ପକ୍ଷରୁ ଷ୍ଟକ ବଜାରକୁ ସୂଚନା ଦିଆଯାଇଛି। ଗୁରୁବାର ଏହି ଫିନ୍‌ଟେକ କମ୍ପାନୀର ଶୁଭାରମ୍ଭ ହେବା ନେଇ ଆଶା କରାଯାଉଥିଲା। ଆଣ୍ଟରେ ଆଲିବାବା ଗ୍ରୁପ୍‌ର ଅଂଶଧନ ରହିଛି। ଆଇପିଓ ଅଟକିବା ଯୋଗୁ କମ୍ପାନୀର ଶେୟାର କାରବାର ୮% କମିଥିବା ଜଣାପଡିଛି। ଏ ସମ୍ପର୍କରେ ଆଣ୍ଟ ଗ୍ଲୋବାଲ କର୍ତ୍ତୃପକ୍ଷଙ୍କ ମତାମତ ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ସେହିଭଳି ଜ୍ୟାକ୍‌ ମାଙ୍କ ଫାର୍ମ ବିଭିନ୍ନ ତଦନ୍ତ ସାମ୍ନା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। କମ୍ପାନୀ ଉପରେ ବିଭିନ୍ନ କଟକଣା ଲାଗିପାରେ ବୋଲି ଶୁଣାଯାଉଛି। ନୂଆ ଆଇପିଓ ଆଣିବା ଲାଗି ଆଣ୍ଟ ଗତବର୍ଷ ନିଷ୍ପତ୍ତି ଗ୍ରହଣ କରିଥିଲା। ନୂଆ ଚିନ୍ତାଧାରା ଗ୍ରହଣ ଦିଗରେ ନିୟାମକ ବାଧକ ସାଜୁଥିବା ଜ୍ୟାକ ମା କହିଥିଲେ। ଏହି ପ୍ରସଙ୍ଗରେ ସେ ଚାଇନା ସମେତ ବିଶ୍ୱର ନିୟାମକଙ୍କୁ ସମାଲୋଚନା କରିବା ଭାରି ପଡିଲା। ଫଳରେ ଚାଇନା ଆଇପିଓ ଲିଷ୍ଟିଂକୁ ଅଟକାଇ ଦେଇଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

ଆଉ Video କରିପାରିବେ ନାହିଁ ଅର୍ଶଦୀପ, ଖେଳାଳିଙ୍କ ପରିବାର ଉପରେ ବି ଲଗାଗଲା ରୋକ

ନୂଆଦିଲ୍ଲୀ,୮।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର କଡ଼ା ଆଭିମୁଖ୍ୟ ପରେ ଏବେ ଆଇପିଏଲ୍‌ ଫ୍ରାଞ୍ଚାଇଜ ଗୁଡ଼ିକ ନିଜ ନିଜ ଖେଳାଳିଙ୍କ ଉପରେ ଶୃଙ୍ଖଳାଗତ କଟକଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri