କାମ ନ କରି ୬୩ ଲକ୍ଷ ଟଙ୍କାର ବିଲ୍‌

ପଟ୍ଟାମୁଣ୍ଡାଇ,୨୬ା୧୧(ସ୍ବ.ପ୍ର.): ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ଲାଗୁ କରିବା ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ ରଖିଥିଲେ। ହେଲେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ୨୦୨୦-୨୧ଆର୍ଥତ୍କ ବର୍ଷରେ ବିଭିନ୍ନ କାମ ଆଳରେ ୬୩,୨୯,୩୧୫ ଟଙ୍କା ହରିଲୁଟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି। ସୂଚନା ଅଧିକାର କର୍ମୀ କଳ୍ପତରୁ ନାୟକ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ନିର୍ବାହୀ ଯନ୍ତ୍ରୀଙ୍କୁ ମାଗିଥିବା ତଥ୍ୟକୁ ଆଧାର କରି ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ତାହା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେବ। ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ନଦୀ ବନ୍ୟା ନିରୋଧକ ବନ୍ଧର ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ କରାଯାଇଛି ଏଭଳି କେଳେଙ୍କାରୀ। ରାସ୍ତାର ଶୂନ୍ୟ କିମି ପଟ୍ଟାମୁଣ୍ଡାଇ ବାଇପାସଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତାରେ ହୋଇଛି ଏଭଳି ଠକେଇ। ଗୋଟିଏ ମାତ୍ର ପ୍ରକଳ୍ପ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇଛି। ଅନ୍ୟସବୁ କାର୍ଯ୍ୟ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସ୍ପିଟଅପ କାମ ଜରିଆରେ ଠିକାଦାରି ଦିଆଯାଇଛି। ଏହି କାର୍ଯ୍ୟକୁ ବିଭାଗୀୟ ଭାବେ କରାଯାଇଥିବା ଦର୍ଶାଯାଇଛି। ଏହି ସବୁକାର୍ଯ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଫଳ ବୋଲି ଅଭିଯୋଗ ହୋଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବଜାର ଶୂନ୍ୟ କିମିଠାରୁ ୪ କିମି ଅଳଭା ପର୍ଯ୍ୟନ୍ତ ବିଭାଗୀୟ ଟେଣ୍ଡର ମାଧ୍ୟମରେ ୧୫,୧୭,୪୦୧ ଟଙ୍କା ଖର୍ଚ୍ଚ କରାଯାଇ ୪ା୯ା୨୦ରେ ବିଲ୍‌୍‌ ପୈଠ ହୋଇଛି। କିନ୍ତୁ ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ଠପ ହୋଇଛି। ସେହିପରି ଏହି ରାସ୍ତାର ୬.୩୦୦ କିମିଠାରୁ ୬.୫୩୦ କିମି ୨୩୦ ମିଟର ରାସ୍ତାର ମରାମତି ପାଇଁ ୨,୫୯,୦୫୬ ଟଙ୍କା ଖର୍ଚ୍ଚ ହୋଇଛି। ୨୧ା୧ା୨୧ରେ ବିଲ୍‌ ପୈଠ କରାଯାଇଛି। ଏହି ରାସ୍ତାର ୮.୫୧୦ଠାରୁ ୮.୭୪୦ କିମି ୨୩୦ ମିଟର ରାସ୍ତା ମରାମତି ପାଇଁ ୨,୫୯,୬୬୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୮ା୧ା୨୧ରେ ବିଲ୍‌ ପୈଠ ହୋଇଛି। ଅନ୍ୟପକ୍ଷରେ ଏହି ରାସ୍ତାର ୯କିମିଠାରୁ ୯.୨୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତାକୁ ମରାମତି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୨,୯୬,୧୦୦ ଟଙ୍କା ଖର୍ଚ୍ଚ କରାଯାଇ ୧୭ା୧ା୨୧ରେ ବିଲ୍‌ ପୈଠ ହୋଇଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ପାସ ପର ପେମେଣ୍ଟ ଅର୍ଡର କରାଯାଇ ନ ଥିବା ଓ ଦସ୍ତଖତ ନ ଥିବା ଜଣାପଡିଛି। ପୁଣି ରାସ୍ତାର ୬.୭୬୦ ଠାରୁ ୬.୯୮୦ କିମି ପର୍ଯ୍ୟନ୍ତ ୨୨୦ ମିଟର ରାସ୍ତା ମରାମତି ପାଇଁ ୨,୨୮,୨୦୫ ଟଙ୍କା ବ୍ୟୟ କରାଯାଇ ୧୨ା୨ା୨୧ରେ ବିଲ୍‌ କରାଯାଇଛି। ଉକ୍ତ ରାସ୍ତାର ୫.୦୨୦ ଠାରୁ ୫.୨୫୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତା ମରାମତି ପାଇଁ ୨,୬୨,୫୨୬ ଟଙ୍କା ଖର୍ଚ୍ଚ ଦର୍ଶାଯାଇ ୧୬ା୧ା୨୧ରେ ବିଲ୍‌ ହୋଇଛି। ରାସ୍ତାର ୭.୬୫୫ଠାରୁ ୮.୦୫୦ କିମି ପର୍ଯ୍ୟନ୍ତ ୪୦୦ ମିଟର ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୪ ଲକ୍ଷ ୫,୪୫୮ ଟଙ୍କାର ବିଲ ୧ା୨ା୨୧ରେ ପୈଠ ହୋଇଛି। ଏହି ରାସ୍ତାର ୧୬ ଠାରୁ ୨୦ କିମି ୪ କିମି ରାସ୍ତାପାଶର୍‌ବରେ ଥିବା ଗଛ ଗଣ୍ଡିରେ ଓ ପୋଲରେ ରଙ୍ଗ ଦେବାକୁ ବିଭାଗ ଖର୍ଚ୍ଚ କରିଛି ୨,୪୯,୮୧୦ ଟଙ୍କା। ଏହାର ବିଲ୍‌ ୧୮ା୧୨ା୨୦ରେ କରାଯାଇଛି। ସେହିପରି ରାସ୍ତାର ୯.୫୦୦ଠାରୁ ୯.୭୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ୨,୬୩,୩୧୨ ଟଙ୍କା ଖର୍ଚ୍ଚ କରାଯାଇ ୩୦ା୧ା୨୧ରେ ବିଲ୍‌ ହୋଇଛି। ଏହି ରାସ୍ତାର ୯.୨୪୦ଠାରୁ ୯.୪୭୦ କିମି ୨୩୦ ମିଟର ନିର୍ମାଣ ପାଇଁ ୨,୯୯,୩୬୧ ଟଙ୍କା ବ୍ୟୟରେ ୨୭ା୧ା୨୧ରେ ବିଲ୍‌ ପୈଠ ହୋଇଛି। ଏହି ରାସ୍ତାର ୬.୫୩୦ଠାରୁ ୬.୭୬୦ କିମି ଯାଏ ୨୩୦ ମିଟର କାର୍ଯ୍ୟ ପାଇଁ ୫ା୨ା୨୧ରେ ୨,୫୨,୫୭୪ ଟଙ୍କା ବିଭାଗ ବିଲ୍‌ କରାଯାଇଛି। ରାସ୍ତାର ୮.୦୫୦ଠାରୁ ୮.୨୮୦ କିମି ପର୍ଯ୍ୟନ୍ତ ୨୩୦ ମିଟର ବାବଦରେ ୨,୬୧,୫୨୨ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୯ା୧ା୨୧ରେ ବିଲ୍‌ ହୋଇଛି। ରାସ୍ତାର ୧୧.୭୦୦ଠାରୁ ୧୧.୯୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତାର ମରାମତି ପାଇଁ ୨,୨୩,୧୬୯ ଟଙ୍କା ବ୍ୟୟ କରାଯାଇ ୩ା୨ା୨୧ରେ ବିଲ୍‌ ପୈଠ ହୋଇଛି। ଏହି ରାସ୍ତାର ୫.୭୭୦ ଠାରୁ ୬ କିମି ପର୍ଯ୍ୟନ୍ତ ୨୩୦ ମିଟର କାର୍ଯ୍ୟ ପାଇଁ ଏଫଡିଆର ଅନୁଦାନ ଅର୍ଥରେ ବିଭାଗ ୨,୬୨,୩୫୯ ଟଙ୍କା ଖର୍ଚ୍ଚ କରି ୨୦ା୧ା୨୧ରେ ବିଲ୍‌ ପୈଠ କରିଛି। ପୁଣି ରାସ୍ତାର ୪ ଠାରୁ ୪.୫୧୦ କିମି ପର୍ଯ୍ୟନ୍ତ ୫୧୦ ମିଟର ମରାମତି ପାଇଁ ୪,୧୭, ୬୩୮ ଟଙ୍କା ଖର୍ଚ୍ଚ କରାଯାଇ ୧୨ା୧ା୨୧ରେ ବିଲ୍‌ କରାଯାଇଛି। ସେହିପରି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ବ୍ରାହ୍ମଣୀ ବନ୍ୟା ନିରୋଧକ ବନ୍ଧ ଅଳଭା ଜଙ୍କ୍‌ସନ ସ୍କୋୟାରର ନିର୍ମାଣ ପାଇଁ ୮,୭୦,୬୩୫ ଟଙ୍କା ବିଭାଗ ଖର୍ଚ୍ଚ କରି ୨୮ା୭ା୨୦ରେ ବିଲ୍‌ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାସ୍ତାର ଆଶୁ ମରାମତି, ନିର୍ମାଣ ଓ ଅନ୍ୟ କାର୍ଯ୍ୟ ଦର୍ଶାଇ ମୋଟ ୬୩,୨୯,୩୧୫ ଟଙ୍କା ବିଭାଗ ଖର୍ଚ୍ଚ କରିଛି। କିନ୍ତୁ ଦୁଇବର୍ଷ ହେଲା ରାସ୍ତା ମରଣଯନ୍ତା ପାଲଟିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ କୁମାର ଦାସ ଦାବି କରିଛନ୍ତି। ଏହା ବ୍ୟତୀତ କାର୍ଯ୍ୟ ଦିବସଗୁଡ଼ିକ ଅନୁଧ୍ୟାନ କଲେ ଲକ୍‌ଡାଉନ ବେଳେ ରାସ୍ତା କାମ ହୋଇଛି। ଘରୁ କେହି ବାହାରକୁ ଆସୁ ନ ଥିବା ବେଳେ କିପରି ରାସ୍ତା ନିର୍ମାଣ ହେଲା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ସହ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରେ ନିର୍ମାଣ କାମରେ ଅନିୟମିତତା ନାହିଁ। ତେବେ ଗାଡିମୋଟରର ଅତ୍ୟଧିକ ଭାଇବ୍ରେଶନ ଯୋଗୁ ମାଟି ସହ୍ୟ ନ କରି ରାସ୍ତାରେ ଖାଲଖମା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?