କାମ ନ କରି ୬୩ ଲକ୍ଷ ଟଙ୍କାର ବିଲ୍‌

ପଟ୍ଟାମୁଣ୍ଡାଇ,୨୬ା୧୧(ସ୍ବ.ପ୍ର.): ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ଲାଗୁ କରିବା ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ ରଖିଥିଲେ। ହେଲେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ୨୦୨୦-୨୧ଆର୍ଥତ୍କ ବର୍ଷରେ ବିଭିନ୍ନ କାମ ଆଳରେ ୬୩,୨୯,୩୧୫ ଟଙ୍କା ହରିଲୁଟ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି। ସୂଚନା ଅଧିକାର କର୍ମୀ କଳ୍ପତରୁ ନାୟକ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ ନିର୍ବାହୀ ଯନ୍ତ୍ରୀଙ୍କୁ ମାଗିଥିବା ତଥ୍ୟକୁ ଆଧାର କରି ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ତାହା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେବ। ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ନଦୀ ବନ୍ୟା ନିରୋଧକ ବନ୍ଧର ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ କରାଯାଇଛି ଏଭଳି କେଳେଙ୍କାରୀ। ରାସ୍ତାର ଶୂନ୍ୟ କିମି ପଟ୍ଟାମୁଣ୍ଡାଇ ବାଇପାସଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତାରେ ହୋଇଛି ଏଭଳି ଠକେଇ। ଗୋଟିଏ ମାତ୍ର ପ୍ରକଳ୍ପ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇଛି। ଅନ୍ୟସବୁ କାର୍ଯ୍ୟ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସ୍ପିଟଅପ କାମ ଜରିଆରେ ଠିକାଦାରି ଦିଆଯାଇଛି। ଏହି କାର୍ଯ୍ୟକୁ ବିଭାଗୀୟ ଭାବେ କରାଯାଇଥିବା ଦର୍ଶାଯାଇଛି। ଏହି ସବୁକାର୍ଯ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଫଳ ବୋଲି ଅଭିଯୋଗ ହୋଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବଜାର ଶୂନ୍ୟ କିମିଠାରୁ ୪ କିମି ଅଳଭା ପର୍ଯ୍ୟନ୍ତ ବିଭାଗୀୟ ଟେଣ୍ଡର ମାଧ୍ୟମରେ ୧୫,୧୭,୪୦୧ ଟଙ୍କା ଖର୍ଚ୍ଚ କରାଯାଇ ୪ା୯ା୨୦ରେ ବିଲ୍‌୍‌ ପୈଠ ହୋଇଛି। କିନ୍ତୁ ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଆଣ୍ଠୁଏ ଲେଖାଏ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ଠପ ହୋଇଛି। ସେହିପରି ଏହି ରାସ୍ତାର ୬.୩୦୦ କିମିଠାରୁ ୬.୫୩୦ କିମି ୨୩୦ ମିଟର ରାସ୍ତାର ମରାମତି ପାଇଁ ୨,୫୯,୦୫୬ ଟଙ୍କା ଖର୍ଚ୍ଚ ହୋଇଛି। ୨୧ା୧ା୨୧ରେ ବିଲ୍‌ ପୈଠ କରାଯାଇଛି। ଏହି ରାସ୍ତାର ୮.୫୧୦ଠାରୁ ୮.୭୪୦ କିମି ୨୩୦ ମିଟର ରାସ୍ତା ମରାମତି ପାଇଁ ୨,୫୯,୬୬୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୮ା୧ା୨୧ରେ ବିଲ୍‌ ପୈଠ ହୋଇଛି। ଅନ୍ୟପକ୍ଷରେ ଏହି ରାସ୍ତାର ୯କିମିଠାରୁ ୯.୨୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତାକୁ ମରାମତି କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ୨,୯୬,୧୦୦ ଟଙ୍କା ଖର୍ଚ୍ଚ କରାଯାଇ ୧୭ା୧ା୨୧ରେ ବିଲ୍‌ ପୈଠ ହୋଇଛି। ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ପାସ ପର ପେମେଣ୍ଟ ଅର୍ଡର କରାଯାଇ ନ ଥିବା ଓ ଦସ୍ତଖତ ନ ଥିବା ଜଣାପଡିଛି। ପୁଣି ରାସ୍ତାର ୬.୭୬୦ ଠାରୁ ୬.୯୮୦ କିମି ପର୍ଯ୍ୟନ୍ତ ୨୨୦ ମିଟର ରାସ୍ତା ମରାମତି ପାଇଁ ୨,୨୮,୨୦୫ ଟଙ୍କା ବ୍ୟୟ କରାଯାଇ ୧୨ା୨ା୨୧ରେ ବିଲ୍‌ କରାଯାଇଛି। ଉକ୍ତ ରାସ୍ତାର ୫.୦୨୦ ଠାରୁ ୫.୨୫୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତା ମରାମତି ପାଇଁ ୨,୬୨,୫୨୬ ଟଙ୍କା ଖର୍ଚ୍ଚ ଦର୍ଶାଯାଇ ୧୬ା୧ା୨୧ରେ ବିଲ୍‌ ହୋଇଛି। ରାସ୍ତାର ୭.୬୫୫ଠାରୁ ୮.୦୫୦ କିମି ପର୍ଯ୍ୟନ୍ତ ୪୦୦ ମିଟର ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୪ ଲକ୍ଷ ୫,୪୫୮ ଟଙ୍କାର ବିଲ ୧ା୨ା୨୧ରେ ପୈଠ ହୋଇଛି। ଏହି ରାସ୍ତାର ୧୬ ଠାରୁ ୨୦ କିମି ୪ କିମି ରାସ୍ତାପାଶର୍‌ବରେ ଥିବା ଗଛ ଗଣ୍ଡିରେ ଓ ପୋଲରେ ରଙ୍ଗ ଦେବାକୁ ବିଭାଗ ଖର୍ଚ୍ଚ କରିଛି ୨,୪୯,୮୧୦ ଟଙ୍କା। ଏହାର ବିଲ୍‌ ୧୮ା୧୨ା୨୦ରେ କରାଯାଇଛି। ସେହିପରି ରାସ୍ତାର ୯.୫୦୦ଠାରୁ ୯.୭୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ୨,୬୩,୩୧୨ ଟଙ୍କା ଖର୍ଚ୍ଚ କରାଯାଇ ୩୦ା୧ା୨୧ରେ ବିଲ୍‌ ହୋଇଛି। ଏହି ରାସ୍ତାର ୯.୨୪୦ଠାରୁ ୯.୪୭୦ କିମି ୨୩୦ ମିଟର ନିର୍ମାଣ ପାଇଁ ୨,୯୯,୩୬୧ ଟଙ୍କା ବ୍ୟୟରେ ୨୭ା୧ା୨୧ରେ ବିଲ୍‌ ପୈଠ ହୋଇଛି। ଏହି ରାସ୍ତାର ୬.୫୩୦ଠାରୁ ୬.୭୬୦ କିମି ଯାଏ ୨୩୦ ମିଟର କାର୍ଯ୍ୟ ପାଇଁ ୫ା୨ା୨୧ରେ ୨,୫୨,୫୭୪ ଟଙ୍କା ବିଭାଗ ବିଲ୍‌ କରାଯାଇଛି। ରାସ୍ତାର ୮.୦୫୦ଠାରୁ ୮.୨୮୦ କିମି ପର୍ଯ୍ୟନ୍ତ ୨୩୦ ମିଟର ବାବଦରେ ୨,୬୧,୫୨୨ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୯ା୧ା୨୧ରେ ବିଲ୍‌ ହୋଇଛି। ରାସ୍ତାର ୧୧.୭୦୦ଠାରୁ ୧୧.୯୩୦ କିମି ପର୍ଯ୍ୟନ୍ତ ୨୩୦ ମିଟର ରାସ୍ତାର ମରାମତି ପାଇଁ ୨,୨୩,୧୬୯ ଟଙ୍କା ବ୍ୟୟ କରାଯାଇ ୩ା୨ା୨୧ରେ ବିଲ୍‌ ପୈଠ ହୋଇଛି। ଏହି ରାସ୍ତାର ୫.୭୭୦ ଠାରୁ ୬ କିମି ପର୍ଯ୍ୟନ୍ତ ୨୩୦ ମିଟର କାର୍ଯ୍ୟ ପାଇଁ ଏଫଡିଆର ଅନୁଦାନ ଅର୍ଥରେ ବିଭାଗ ୨,୬୨,୩୫୯ ଟଙ୍କା ଖର୍ଚ୍ଚ କରି ୨୦ା୧ା୨୧ରେ ବିଲ୍‌ ପୈଠ କରିଛି। ପୁଣି ରାସ୍ତାର ୪ ଠାରୁ ୪.୫୧୦ କିମି ପର୍ଯ୍ୟନ୍ତ ୫୧୦ ମିଟର ମରାମତି ପାଇଁ ୪,୧୭, ୬୩୮ ଟଙ୍କା ଖର୍ଚ୍ଚ କରାଯାଇ ୧୨ା୧ା୨୧ରେ ବିଲ୍‌ କରାଯାଇଛି। ସେହିପରି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ବ୍ରାହ୍ମଣୀ ବନ୍ୟା ନିରୋଧକ ବନ୍ଧ ଅଳଭା ଜଙ୍କ୍‌ସନ ସ୍କୋୟାରର ନିର୍ମାଣ ପାଇଁ ୮,୭୦,୬୩୫ ଟଙ୍କା ବିଭାଗ ଖର୍ଚ୍ଚ କରି ୨୮ା୭ା୨୦ରେ ବିଲ୍‌ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାସ୍ତାର ଆଶୁ ମରାମତି, ନିର୍ମାଣ ଓ ଅନ୍ୟ କାର୍ଯ୍ୟ ଦର୍ଶାଇ ମୋଟ ୬୩,୨୯,୩୧୫ ଟଙ୍କା ବିଭାଗ ଖର୍ଚ୍ଚ କରିଛି। କିନ୍ତୁ ଦୁଇବର୍ଷ ହେଲା ରାସ୍ତା ମରଣଯନ୍ତା ପାଲଟିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ କୁମାର ଦାସ ଦାବି କରିଛନ୍ତି। ଏହା ବ୍ୟତୀତ କାର୍ଯ୍ୟ ଦିବସଗୁଡ଼ିକ ଅନୁଧ୍ୟାନ କଲେ ଲକ୍‌ଡାଉନ ବେଳେ ରାସ୍ତା କାମ ହୋଇଛି। ଘରୁ କେହି ବାହାରକୁ ଆସୁ ନ ଥିବା ବେଳେ କିପରି ରାସ୍ତା ନିର୍ମାଣ ହେଲା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ସହ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରେ ନିର୍ମାଣ କାମରେ ଅନିୟମିତତା ନାହିଁ। ତେବେ ଗାଡିମୋଟରର ଅତ୍ୟଧିକ ଭାଇବ୍ରେଶନ ଯୋଗୁ ମାଟି ସହ୍ୟ ନ କରି ରାସ୍ତାରେ ଖାଲଖମା ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛଟେଇ ଝଡ଼; ୨୦୨୬ରେ ବିଦା ହେଲେଣି ୧,୩୦,୦୦୦ରୁ ଅଧିକ ଚାକିରିଆ

ନୂଆଦିଲ୍ଲୀ,୪।୯: କୃତ୍ରିମ ବୁଦ୍ଧିମତ୍ତା ବା ‘ଏଆଇ’ ଏବେ ଚାକିରିଆଙ୍କ ପାଇଁ କାଳ ହୋଇଛି । ବିଶ୍ୱସ୍ତରରେ ଏଆଇର ପ୍ରଚଳନ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଭିନ୍ନ କ୍ଷେତ୍ରରୁ ଲୋକେ…

ବୟସ ଜାଲିଆତି କରି ଫସିଲେ ଏହି କ୍ରିକେଟର୍‌: ୨ ବର୍ଷ ବାସନ୍ଦ କଲା BCCI

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର୍‌ ରୋହିତ ଯାଦବଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ବହୁ-ଦିବସୀୟ ସିରିଜ ପାଇଁ ଅଣ୍ଡର-୧୯ ଦଳରେ ଚୟନ କରାଯାଇଥିଲା। ଜୁନିଅର…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ପୋଲିସ, ୫୫ କେଜି…

ଦେବଗଡ,୪।୯(ଶଶାଙ୍କ ଶେଖର ଝାଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ବାରକୋଟ ଥାନା ପୋଲିସ । ଚଢାଉ କରାଯାଇ ଏକ ଡିଜାୟାର କାର ସହିତ ୫୫ କିଲୋଗ୍ରାମ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri