ବଲାଙ୍ଗୀର,୧୬।୯ (ସୁନିଲ ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ ବାଇକ ଚୋରି ବଢ଼ିବାରେ ଲାଗିଛି । ଗତ ସୋମବାର ରାତିରେ କଦମ ପଡା ମୁକେଶ ନାଗ( ୪୫)ଙ୍କ ବୁଲେଟ ଗାଡି ଚୋରି ହୋଇଥିବା ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ରାତି ୯ ଟା ୩୦ ରେ ଘର ସମ୍ମୁଖରେ ଗାଡିର ହ୍ୟାଣ୍ଡଲ ଲକ୍ କରି ଘରେ ଶୋଇଥିବା ବେଳେ ସକାଳୁ ଉଠି ଦେଖିଲା ବେଳକୁ ବୁଲେଟ ଗାଡ଼ି କେହି ନେଇ ଯାଇଛି। ବହୁତ ଖୋଜା ଖୋଜି କରିବା ପରେ ନ ପାଇବାରୁ ଗାଡି ଚୋରି ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି । ବଲାଙ୍ଗୀର ସହରରେ ଦୁଇ ଚକିଆ ଗାଡ଼ି ଲଗାତାର ଚୋରି ହେଉ ଥିଲେ ମଧ୍ୟ ପୋଲିସ ଦୃଷ୍ଟି ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି ।


