ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ବିଲାଇମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରତ୍ନାକର ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ହେମଗିର ବ୍ଲକ ଶିକ୍ଷା ଅଧିକାରୀ (BEO) ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ଅର୍ଜୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ଜିଲା ବାହାରକୁ ଯାଇପାରିବେ ନାହିଁ।

ନିୟମ ଅନୁଯାୟୀ ନିଲମ୍ବନ ସମୟରେ ତାଙ୍କୁ କେବଳ ଜୀବିକା ନିର୍ବାହ ଭତ୍ତା ମିଳିବ। ବିଦ୍ୟାଳୟରେ ଛାତ୍ରଙ୍କ ପ୍ରତି ଏପରି ବ୍ୟବହାର ଏବଂ ଶିକ୍ଷାଦାନରେ ଅବହେଳାକୁ ବିଭାଗ ପକ୍ଷରୁ ଗୁରୁତର ସହ ନିଆଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ: ଭର୍ଚୁଆଲ ମାଧ୍ୟମରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ

ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଭାଷୀ ମାଧ୍ୟମରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ମେ ୧୧ରୁ ବରଗଡ଼ରେ ରବି ଧାନକିଣା: ଜିଲାର ୧୮୩ ମଣ୍ଡିରେ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆସନ୍ତା ମେ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଜିଲାର ୧୮୩ ମଣ୍ଡିରେ ଧାନ କିଣାବିକା ହେବ। ସକାଳ ୬ଟାରୁ…

ଜମି ବିବାଦକୁ ନେଇ ଶ୍ୱଶୁର-ଜ୍ୱାଇଁଙ୍କୁ ହତ୍ୟା! ଟ୍ରେନ ଭିତରେ ମାରିଫିଙ୍ଗିଦେଲେ ଥିବା ସନ୍ଦେହ

କେସିଙ୍ଗା,୨୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କିକିଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଶ୍ୱଶୁରଙ୍କୁ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ନିଜ…

‘ଇରାନ-ଆମେରିକା ମଧ୍ୟରେ କୌଣସି ସିଧାସଳଖ ଆଲୋଚନା ହେବ ନାହିଁ’, ପାକିସ୍ତାନରେ ଆଲୋଚନା ପୂର୍ବରୁ ତେହରାନର ସ୍ପଷ୍ଟ ବୟାନ

ଓ୍ବାଶିଂଟନ୍‌,୨୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୁନର୍ବାର ଆରମ୍ଭ ହେଉଛି। ଏହି ଆଲୋଚନା ପାଇଁ ଇରାନୀ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିଛନ୍ତି, ଯାହା…

ରବିଧାନ ସଂଗ୍ରହ ବୈଠକରେ ଖରିଫ୍‌ ତାତି: ଚାଷୀ ଆନ୍ଦୋଳନ ଭୟରେ ପୋଲିସ ଛାଉଣି

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅନେକ ଚାଷୀ ବିଭାଗୀୟ ଅବହେଳା ଯୋଗୁ ଏପର୍ଯ୍ୟନ୍ତ ଗତବର୍ଷ ଖରିଫ୍‌ରେ ଧାନ ବିକ୍ରି କରି ପାରିନାହାନ୍ତି। ଧାନବିକ୍ରି ଦାବିରେ ଜିଲାର ଭେଡ଼େନ ବ୍ଲକ…

ଏହି ଦିନଠୁ ପାଗ ବଦଳିବ: ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୫ା୪(ବନ୍ଦନା ସେଠୀ):ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର…

ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri