ବାଜି ମାରି ବାଇକ୍‌ ରେସିଂ କରିବା କାଳ ହେଲା: ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତାର ପୁଟୁଳିଆ ୟୁକାଲି ପଟାସ ଜଙ୍ଗଲ ନିକଟରେ ଶୁକ୍ରବାର ସକାଳୁ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାପାଶର୍‌ବରେ ଥିବା ବିରାଟ ପଥରରେ ପିଟି ହେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କାମେଶ୍ୱରପୁର ଗ୍ରାମର ବିପିନ ବିହାରୀ ମୁଣ୍ଡା ଓରଫ ବିଶନ।
ସୂଚନାନୁଯାୟୀ, ଶୁକ୍ରବାର ସକାଳୁ ଟାଙ୍ଗରପଡ଼ା ପାର୍ଶ୍ୱରୁ ପାଟଣା ଆଡ଼କୁ ଦୁଇ ଯୁବକ ଦୁଇଟି ବାଇକ୍‌ରେ ରେସିଂ କରି ୫ ଶହ ଟଙ୍କାର ବାଜି ଲଗାଇ ଯାଉଥିବା ବେଳେ ବିପିନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ପଥରରେ ପିଟି ହୋଇଥିଲା। ଗୁରୁତର ଅବସ୍ଥାରେ ପାଟଣା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପକ୍ଷରୁ ଏଏସ୍‌ଆଇ ଶଙ୍କର ଆଲଦା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା

ଜଗତ୍‌ସିଂହପୁର ଅଫିସ, ୯ା୧: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଗୋପାଳସାଗର ଓ କଲେଜ ଛକ ଅଞ୍ଚଳରେ ଏକ...

ରତ୍ନଭଣ୍ଡାରକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଭକ୍ତଙ୍କ ମନରେ ବଢ଼ିଲା ସନ୍ଦେହ

ପୁରୀ ଅଫିସ, ୨୮ା୧୧: ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ଭିତର ରତ୍ନଭଣ୍ଡାର ଖୋଲାଯିବ ନାହିଁ...

ସ୍ତ୍ରୀଙ୍କ ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ

ଭବାନୀପାଟଣା,୨୫।୮(ସ୍ବ.ପ୍ର.):କଳାହାଣ୍ଡି ଜିଲା କେଗଁା ଥାନା ଅଧୀନ ସିଆଲଯୋଡି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ସତ୍କାର ସମୟରେ ହଠାତ୍‌ ତାଙ୍କ ସ୍ବାମୀ...

ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍‌ର ୮ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ...

ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି...

୧୮ରୁ ଏମ୍‌.ଫିଲ, ପିଏଚ୍‌.ଡି ପ୍ରଥମ ସେମିଷ୍ଟର ପରୀକ୍ଷା

କଟକ ଅଫିସ,୫।୬- ଆସନ୍ତା ୧୮ ତାରିଖରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଏମ୍‌.ଫିଲ ଓ ପିିଏଚ୍‌.ଡି ଛାତ୍ରୀଛାତ୍ରଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ...

ବଜ୍ରପାତରେ ୨ ଜୀବନ ଗଲା

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫିରିଙ୍ଗିଆ,୨ା୬- କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା...

ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ

ଆସିକା,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା।...

Advertisement
Archives

Model This Week