ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବିଜୁ ଷ୍ଟାଡିୟମ

କେନ୍ଦ୍ରାପଡ଼ା,୨୫।୬(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ାର ଦୌଡରାଣୀ ଲିଜା ବେହେରା କ୍ରୀଡ଼ା ହଷ୍ଟେଲରୁ ଘରକୁ ଆସିଲେ ଦୌଡ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି ା ମହାକାଳପଡା ବ୍ଲକ ତେରଗଁା ପଞ୍ଚାୟତର ୩ ମହିଳା ଖେଳାଳୀ ସସ୍ମିତା ସେନାପତି, ସ୍ମୃତିରୂପା ମଲ୍ଲିକ ଓ ଲକ୍ଷ୍ମୀପ୍ରିୟା ବେହେରା କ୍ରିକେଟ ପାଇଁ ନୂଆ ଚେହେରା। ଆଳି ଫୁଟବଲ ଟିମ୍‌ ସଦସ୍ୟ ଜାତୀୟ ଆର୍ନ୍ତଜାତୀୟ ଖେଳାଳୀ। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ କ୍ରୀଡ଼ା ଭିତ୍ତିଭୂମୀ ଦୁର୍ବଳ ଥିବାରୁ ବହୁ ପ୍ରତିଭା ବିକଶିତ ହୋଇପାରୁ ନାହାନ୍ତି ା ଜିଲାର ଏହିପରି ପ୍ରତିଭାଙ୍କ କ୍ରୀଡ଼ା ଜଗତରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ଅପେକ୍ଷା ଥିବା ବେଳେ ଏନେଇ ପ୍ରଶାସନର ନଜର ରହୁନାହିଁ ା ଏପରି ପ୍ରତିଭାକୁ ବିକଶିତ ପାଇଁ ସହରର ସାରଙ୍ଗ ଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଅପରାଧୀଙ୍କ ଆଡାସ୍ଥଳୀ ପାଲଟିଛି ା ଏଠାରେ ଘସି ଗୋବର ଶୁଖା ଯାଉଥିବା ବେଳେ ଧାନ ଅମଳ ଖଳା ଭାବେ ବ୍ୟବହୃତ ହେଉଛି ା କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ ଥରେ ମଧ୍ୟ ପ୍ରତିଯୋଗିତା ହୋଇନାହିଁ ା ସରକାରୀ ପ୍ରୋତ୍ସାହନ ଓ ରାସ୍ତା ସମସ୍ୟା ଷ୍ଟାଡିୟମରେ ଖେଳ ପାଇଁ ପ୍ରତିବନ୍ଧକ ବୋଲି କ୍ରୀଡାପ୍ରେମୀ ମତ ଦେଇଛନ୍ତି ା
ଆଥ୍‌ଲେଟିକ କୋଚ୍‌ ସେକ ସୌକତ ଅଲି, କ୍ରୀଡା ଶିକ୍ଷକ ଜ୍ୟୈାତିର୍ମୟ ଦାସ, କ୍ରୀଡାବିତ ହାଡିବନ୍ଧୁ ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର କ୍ରୀଡ଼ା ପ୍ରତିଭା ଦେଶ ବିଦେଶରେ ନିଜର ପାରଦର୍ଶିତା ଦେଖାଇଛନ୍ତି ା ସେ ଫୁଟବଲ ହେଉ କି ଆଥ୍‌ଲେଟିକ ପ୍ରତ୍ୟେକ ଖେଳରେ ମନୋନିବେଶ କରିଥାନ୍ତି ା ଏହାକୁ ଦୃଷ୍ଟିରେ ରଖାଯାଇ ସହରର ସାରଙ୍ଗଠାରେ ୯ ଏକର ଜମିରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ୧୯୯୩ ମେ ୧୦ରେ ଶିଳାନ୍ୟାସ ହୋଇଥିଲା ା ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ କ୍ରିକେଟ, ଭଲିବଲ, ଫୁଟବଲ, କବାଡି, ଆଥ୍‌ଲେଟିକ, ବାସ୍କେଟବଲ, ଖୋଖୋ ଆଦି ଖେଳ ପାଇଁ ଉପଯୁକ୍ତ ଭିତ୍ତିଭୂମୀ ସୃଷ୍ଟି ହୋଇଥିଲା ା ଏପରି କି ଏଠାରେ ଭଲିବଲ, ଫୁଟବଲ, ଆଥ୍‌ଲେଟିକ ଟ୍ରାକ ରହିବା ସହିତ ଏହି ଷ୍ଟାଡିୟମରେ ପ୍ରାୟ ୨ ହଜାର ଦର୍ଶକଙ୍କ ପାଇଁ ଗ୍ୟାଲେରି ନିର୍ମାଣ ହୋଇଛି ା ସେହିପରି ଖେଳାଳି ଓ ଖେଳ ସରଞ୍ଜମ ପାଇଁ ଗୃହ ନିର୍ମାଣ ହୋଇଛି ା ୨୦୦୮ଫେବୃୟାରୀ ୧୭ ରେ ତତ୍କାଳୀନ ପୂର୍ତ୍ତଓ ଗୃହ ନିର୍ମାଣ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏହାକୁ ଉଦ୍‌ଘାଟନ କରିଥିଲେ। ତେବେ ଏହି ଷ୍ଟାଡିୟମ ପାଇଁ ଉପଯୁକ୍ତ ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ ହୋଇ ପାରି ନ ଥିବାରୁ ଦୀର୍ଘ ୧୫ ବର୍ଷ ଧରି ଅବହେଳିତ ଭାବେ ପଡିରହିଛି ା ଏଠାରେ ଅଦ୍ୟାବଧି କୌଣସି ଖେଳ ପ୍ରତିଯୋଗିତା ଆୟୋଜିତ ହୋଇ ପାରି ନ ଥିବା ବେଳେ କ୍ରୀଡା ପ୍ରତିଭାଙ୍କୁ ଏଠାରେ ଖେଳ ପାଇଁ ପ୍ରୋତ୍ସାହିତ କରାଯାଇ ପାରୁନାହିଁ ା ଫଳରେ ଷ୍ଟାଡିୟମ ଅପନ୍ତରା ଭାବେ ପଡି ରହିବା ସହ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି ା ଜିଲାର କ୍ରୀଡା ପ୍ରତିଭାଙ୍କ ବିକାଶ ପାଇଁ ଗଣ୍ଡାକିଆ ରାସ୍ତାରୁ ଷ୍ଟାଡିୟମ ପାଇଁ ସ୍ବତନ୍ତ୍ର ରାସ୍ତା ବ୍ୟବସ୍ଥା ହେବା ଆବଶ୍ୟକ। ଏହା ବ୍ୟତୀତ ଷ୍ଟାଡିୟମର ମରାମତି ସହ ପ୍ରଶିକ୍ଷକ ନିଯୁକ୍ତି ହେଲେ କ୍ରୀଡାର ବିକାଶ ହୋଇ ପାରିବ ବୋଲି ସେମାନେ ମତ ଦେଇଛନ୍ତି ା ଏସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ କହିଛନ୍ତି, ଷ୍ଟାଡିୟମର ମରାମତି ପାଇଁ ଅର୍ଥ ଅନୁଦାନ ମିଳିଛି ା ଏଥିରେ ପାଚେରୀ ମରାମତି ସହ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତୀକରଣ ହୋଇଛି ା ପାଣି ଓ ବିଜୁଳି ବ୍ୟବସ୍ଥା କରାଯାଉଛି ା ଏକ କ୍ରୀଡ଼ା ହଷ୍ଟେଲ ନିର୍ମାଣ ମଞ୍ଜୁରୀ ଅପେକ୍ଷାରେ ଅଛି ା ଏହାଦ୍ୱାରା କ୍ରୀଡା ପ୍ରତିଭା ବିକଶିତ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri