୧୭ରେ ସବୁ ନିର୍ବାଚନମଣ୍ଡଳୀରେ ପାଳନହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଆସନ୍ତା ୧୭ ତାରିଖରେ ପଡୁଥିବା ବେଳେ ଏଥର ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଏହି ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ କୁହାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମାଧ୍ୟମରେ ସବୁ ନେତା ଓ କର୍ମୀଙ୍କୁ କହିଛନ୍ତି, ଏ ବର୍ଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ଏହାସହ ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତା ସ୍ବରୂପ ‘ଓଡ଼ିଶା ମୋ ପରିବାର’ ତରଫରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ‘ସମୂହ ରକ୍ତଦାନ ଶିବିର’ ପ୍ରତି ନିର୍ବାଚନମଣ୍ଡଳୀରେ ଆୟୋଜନ ହେବ। ଏହି ଦିବସରେ ବିଜେଡିର ପ୍ରତ୍ୟେକ ସଦସ୍ୟ ବିଜୁ ପଟ୍ଟନାୟକଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ଲାଗି ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜୁବାବୁ ସେବା, ତ୍ୟାଗ ତଥା ସ୍ବାଭିମାନର ପ୍ରତୀକ ଥିଲେ। ଦାରିଦ୍ର୍ୟ ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ରାଜ୍ୟର ସର୍ବାଙ୍ଗୀନ ବିକାଶ ,କୃଷି କ୍ଷେତ୍ରରେ ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତୀକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ବାଭିମାନର ନ୍ୟାଯ୍ୟ ଦାବି ପାଇଁ ସେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିଥିଲେ। ସେ ସାରା ଜୀବନ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଏହି ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉକ୍ତ ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ଦରକାର। ଏହାବାଦ୍‌ ସକାଳ ୬ଟା ୩୦ ମିନିଟ୍‌ରେ ତିଳତର୍ପଣ, ୭ଟା ୩୦ରେ ପ୍ରଭାତ ଫେରୀ ଏବଂ ସମୂହ ସଫେଇ ଅଭିଯାନ, ୮ଟା ୩୦ରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଅପରାହ୍ନ ୫ଟାରେ ଦୀପଦାନ ଏବଂ ସମୂହ ସଂକଳ୍ପ କାର୍ଯ୍ୟକ୍ରମ କରିବା ଲାଗି ଦଳ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri