Posted inଜାତୀୟ

ଅଖିଳେଶ-ମୁଲାୟମ୍‌ଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦେଶର ସମସ୍ତ ବଡ଼ ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ ମଙ୍ଗଳବାର ନୀତୀଶ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ମୁଲାୟମ ସିଂ ଯାଦବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ମୁଲାୟମ ସିଂଙ୍କ ସହ ସାକ୍ଷାତ ସମୟରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଲାୟମଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌଟାଲାଙ୍କୁ ମଧ୍ୟ ସାକ୍ଷାତକାର କରିଛନ୍ତି। ଓମ୍‌ପ୍ରକାଶଙ୍କୁ ଭେଟିବା ପରେ ନୀତୀଶ ଗଣମାଧ୍ୟମ ସହ କଥା ହେବା ବେଳେ କହିଛନ୍ତି, ମୁଁ ଆଜି ତାଙ୍କୁ ଭେଟିଥିଲି, ଭାଜପାଠାରୁ ଅଲଗା ହେବା ମୋର ନିଷ୍ପତ୍ତି ଠିକ୍‌ ବୋଲି ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବିରୋଧରେ ସମଗ୍ର ବିରୋଧୀଙ୍କୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ସେ ସମସ୍ତ ବିରୋଧୀଦଳ ନେତାଙ୍କ ସହ ସାକ୍ଷାତକାର ଏବଂ ବୈଠକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri