ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ ଜରିଆରେ ସାମ୍ନାକୁ ଆସିଛି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କିପରି ନିଜ କ୍ଷମତାର ଅପବ୍ୟବହାର କରି ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ଏହି ବିପୁଳ ଦସ୍ତାବିଜ ତାକୁ ପ୍ରଘଟ କରିଛି। ଏହାକୁ ଇତିହାସର ସବୁଠୁ ବଡ଼ ଅଫ୍‌ଶୋର ଡାଟା ଲିକ୍‌ ବୋଲି କୁହାଯାଉଛି। ଏହା ସାରା ବିଶ୍ୱରେ ହଟଚମଟ ସୃଷ୍ଟି କରିଛି।
୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାମ ମଧ୍ୟରୁ ୬୦ ଜଣ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀ ତଦନ୍ତର ସମ୍ମୁଖୀନ ହୋଇସାରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ନାମ ମଧ୍ୟ ପ୍ରଘଟ କରାଯିବ ବୋଲି ପାଣ୍ଡୋରା ପେପର୍ସରେ କୁହାଯାଇଛି।

ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତ୍ତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି। ୧୯୯୬ରୁ ୨୦୨୦ ମସିହା ମଧ୍ୟରେ ଟ୍ୟାକ୍ସ ଠକେଇ ଉଦ୍ଦେଶ୍ୟରେ ବେଆଇନ ଆର୍ଥିକ କାରବାର ହୋଇଛି। ସେମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋର୍ବସ ବିଲିଓନାୟାର ଅଛନ୍ତି। ଏହି କାରନାମା କରିଥିବା ବ୍ୟକ୍ତିମାନେ ୧୯୭୧ରୁ ୨୦୧୮ ମଧ୍ୟରେ କମ୍ପାନୀ ଓ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ବୋଲି ୧୪ ଅଫ୍‌ସୋର ସର୍ଭିସ ପ୍ରୋଭାଇଡରଙ୍କ ଲିକ୍‌ ରେକର୍ଡରୁ ଜଣାପଡ଼ିଛି। ପାଣ୍ଡୋରା ପେପର୍ସ ଏହି ବୃହତ୍‌ ଅନୁସନ୍ଧାନମୂଳକ ରିପୋର୍ଟରେ ଦର୍ଶାଇଛି ଯେ, ଏଭଳି ବେଆଇନ କାରବାରରେ ଅନେକ ସେଲିବ୍ରିଟି, ଫ୍ରଡ୍‌ଷ୍ଟର, ଡ୍ରଗ୍ସ ଡିଲର, ବିଚାରପତି, ରାଜକୀୟ ପରିବାର ସଦସ୍ୟ ଓ ଧର୍ମଗୁରୁ ସାମିଲ ଅଛନ୍ତି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ପକ୍ଷରୁ ବର୍ଷେରୁ ଅଧିକ ସମୟ ଧରି ପାଣ୍ଡୋରା ପେପର୍ସର ୧୧.୯ ନିୟୁତରୁ ଊର୍ଦ୍ଧ୍ୱ ରେକର୍ଡ ସଙ୍କଳନ, ଗବେଷଣା ଓ ବିଶ୍ଳେଷଣ କରିବା ପରେ ଏହାକୁ ପ୍ରଘଟ କରାଯାଇଛି। ଏହି କାର୍ଯ୍ୟରେ ଗାର୍ଡିଆନ୍‌, ବିବିସି ପାନୋରମା, ଲେ ମଣ୍ଡେ ଓ ଓ୍ବାଶିଂଟନ ପୋଷ୍ଟ ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ମିଡିଆ ପାର୍ଟନର ଅଛନ୍ତି। ବୈଶ୍ୱିକ ଅନୁସନ୍ଧାନରେ ୬୦୦ରୁ ଅଧିକ ଖବରଦାତା ନିୟୋଜିତ ଥିବାବେଳେ ଭାରତରୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ସହଯୋଗୀ ଭାବେ କାର୍ଯ୍ୟ କରିଥିଲା।
ଉକ୍ତ ରେକର୍ଡରେ ତଥାକଥିତ ହିତାଧିକାରୀଙ୍କ ବିପୁଳ ପରିମାଣର ତଥ୍ୟ ରହିଛି, ଯେଉଁମାନେ କି ବ୍ରିଟିଶ୍‌ ଭର୍ଜିନ ଆଇଲାଣ୍ଡ, ସଲ୍‌ଚେଲେସ, ହଂକଂ, ପାନାମା, ସାଉଥ୍‌ ଡାକୋଟା ଓ ଅନ୍ୟ ଭୂଖଣ୍ଡଗୁଡ଼ିକରେ ପଞ୍ଜୀକୃତ। ଏଥିରେ ଶେୟାରହୋଲ୍ଡର୍ସ, ଡାଇରେକ୍ଟର୍ସ ଓ ଅଫିସର୍ସମାନଙ୍କୁ ନେଇ ତଥ୍ୟ ମଧ୍ୟ ରହିଛି। କେତେକ ଫାଇଲ୍‌ ୧୯୭୦ ଦଶକର ହୋଇଥିବାବେଳେ ଅଧିକାଂଶ ଦସ୍ତାବିଜକୁ ୧୯୯୬ରୁ ୨୦୨୦ ମଧ୍ୟରେ ଆଇସିଆଇଜେ ପକ୍ଷରୁ ରିଭ୍ୟୁ କରାଯାଇଥିଲା। କାଗଜକଲମରେ ଚାଲିଥିବା ଜାଲ୍‌ କମ୍ପାନୀ, ଫାଉଣ୍ଡେଶନ, ଟ୍ରଷ୍ଟ ପ୍ରତିଷ୍ଠା, ସେଗୁଡ଼ିକ ଜରିଆରେ ରିୟଲ ଇଷ୍ଟେଟ୍‌, ଜେଟ୍‌ ଓ ଜୀବନ ବୀମା କାରବାର କରି ଗୋଟିଏ ଆକାଉଣ୍ଟରକୁ ଅନ୍ୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିବା ଭଳି ବିସ୍ତୃତ ପ୍ରସଙ୍ଗ ଉପରେ ଖବରଦାତାମାନେ ବିଶ୍ଳେଷଣ କରିଥିଲେ। ସେସବୁକୁ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ, ଏହି ଧନୀ ଓ ଚାଲାକ ବ୍ୟକ୍ତିମାନେ ଜଟିଳ ଆର୍ଥିକ ସ୍କିମ୍‌ ଜରିଆରେ ବିପୁଳ ଟିକସ ଫାଙ୍କିଛନ୍ତି। କେତେକ ଦସ୍ତାବିଜ ମନିଲଣ୍ଡରିଂ ଭଳି ଆର୍ଥିକ ଅପରାଧ ସହ ଜଡ଼ିତ।

ବିଦେଶରେ ଅନିଲଙ୍କ ୧୮ କମ୍ପାନୀ

ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁଇବର୍ଷ ତଳେ ପ୍ରାୟ ବର୍ଷେ ଧରି ଏହି ପ୍ରଘଟ ତଥ୍ୟକୁ ନେଇ ତନାଘନା ଚାଲିଥିଲା। ବଡ଼ ବଡ଼ ବ୍ୟବସାୟୀମାନେ ନିଜ ଦେଶରେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଟିକସ ଜାଲରୁ ମୁକୁଳିବା ପାଇଁ ଅନ୍ୟ ଦେଶର ସହାୟତା ନେଇଥିବା ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକେ ଏବେ ସ୍କାନରରେ ଅଛନ୍ତି। ଏହି ଜାତୀୟ ଗଣମାଧ୍ୟମ ଆହୁରି ଉଲ୍ଲେଖ କରିଛି ଯେ ଶିଳ୍ପପତି ଅନିଲ ଅମ୍ବାନୀ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କର ୧୮ଟି ଦରିଆପାରି କମ୍ପାନୀ ରହିଛି। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭାରତ ଛାଡ଼ି ଫେରାର ହେବାର ମାସକ ପୂର୍ବରୁ ତାଙ୍କ ଭଉଣୀ ଏକ ଟ୍ରଷ୍ଟ ଗଠନ କରିଥିଲେ। ସେହିପରି ବିଟ୍‌କନ ପ୍ରମୋଟର କିରନ ମଜୁମଦାର ଶ’ଙ୍କ ସ୍ବାମୀ ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଏଥିରେ ସେ ଷ୍ଟକ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ଏସ୍‌ଇବିଆଇ) ପକ୍ଷରୁ ଟ୍ରେଡିଂ ନ କରିବାକୁ କଟକଣା ଜାରି କରାଯାଇଥିବା ଅନେକ ବିତ୍ତଶାଳୀ ବ୍ୟକ୍ତି ଅଛନ୍ତି।

ପୁଟିନ୍‌ଙ୍କ ଜାଲିଆତି

ପାଣ୍ଡୋରା ପେପର୍ସରେ ଜୋର୍ଡାନ କିଙ୍ଗ୍‌ଙ୍କ ସମେତ ୟୁକ୍ରେନ୍‌, କେନିଆ ଓ ଇକ୍ୱେଡର ରାଷ୍ଟ୍ରପତିଙ୍କ ଡିଲିଂ ସାମ୍ନାକୁ ଆସିଛି। ସେହିପରି ଚେକ୍‌ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ(ପୂର୍ବତନ) ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ରହିଛି। ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ଙ୍କ ଅଣାନୁଷ୍ଠାନିକ ପ୍ରଚାର ମନ୍ତ୍ରୀଙ୍କ ଆର୍ଥିକ କାରବାର ସମ୍ପର୍କିତ ଫାଇଇ ଡାଟା ମଧ୍ୟ ଏଥିରେ ରହିଛି। ଏଥିରୁ ଭାରତ, ରୁଷିଆ, ଆମେରିକା, ମେକ୍ସିକୋ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକର ୧୩୦ରୁ ଊର୍ଦ୍ଧ୍ୱ ବିଲିଓନେୟାରଙ୍କ ଭିତିରି କାରବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ପାଣ୍ଡୋରା

ପେପର୍ସ କ’ଣ

ପାଣ୍ଡୋରା ପେପର୍ସର ଅନୁସନ୍ଧାନ ହେଉଛି ଖବରଦାତାଙ୍କୁ ନେଇ ଅଦ୍ୟାବଧି ସବୁଠୁ ବଡ଼ ପ୍ରଘଟ। ଏଥିରେ ୧୧୭ ଦେଶର ୧୫୦ ଗଣମାଧ୍ୟମ ସଂସ୍ଥାରେ ନିୟୋଜିତ ୬୦୦ ଖବରଦାତା ବର୍ଷେରୁ ଅଧିକ ସମୟ ଧରି କାମ କରିଥିଲେ। ୧୪ଟି ଅଫ୍‌ଶୋର ସର୍ଭିସ ପ୍ରୋଭାଇଡର ଫାର୍ମ୍‌ରୁ ପାଣ୍ଡୋରା ପେପର୍ସକୁ ୧୧.୯ ନିୟୁତ ରେକର୍ଡ ମିଳିଥିଲା। ଉକ୍ତ ଦସ୍ତାବିଜର ପରିମାଣ ଏତେ ଯେ ଏହାକୁ ୨.୯୪ ଟେରାବାଇଟ୍‌ ଡାଟାରେ ଗଚ୍ଛିତ ରଖାଯାଇଛି। ବିଶ୍ୱର ୨୦୦ରୁ ଅଧିକ ଦେଶ ଓ ଭୂଖଣ୍ଡର ଧନୀ ତଥା ସମୃଦ୍ଧ ବ୍ୟକ୍ତିଙ୍କ ଗୁପ୍ତ କାରବାର ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri