ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୦: ଶତାଧିକ ବିଲିଓନେୟାର, ୩୦ ବିଶ୍ୱନେତା ଓ ୩୦୦ ସରକାରୀ ଅଧିକାରୀଙ୍କ ଗୁପ୍ତ ଡିଲ୍‌ ଏବଂ ସମ୍ପତ୍ତିକୁ ନେଇ ଲକ୍ଷ ଲକ୍ଷ ଦସ୍ତାବିଜ ପାଣ୍ଡୋରା ପେପର୍ସ ଜରିଆରେ ସାମ୍ନାକୁ ଆସିଛି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ କିପରି ନିଜ କ୍ଷମତାର ଅପବ୍ୟବହାର କରି ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଛନ୍ତି ଏହି ବିପୁଳ ଦସ୍ତାବିଜ ତାକୁ ପ୍ରଘଟ କରିଛି। ଏହାକୁ ଇତିହାସର ସବୁଠୁ ବଡ଼ ଅଫ୍‌ଶୋର ଡାଟା ଲିକ୍‌ ବୋଲି କୁହାଯାଉଛି। ଏହା ସାରା ବିଶ୍ୱରେ ହଟଚମଟ ସୃଷ୍ଟି କରିଛି।
୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାମ ମଧ୍ୟରୁ ୬୦ ଜଣ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନୀ ତଦନ୍ତର ସମ୍ମୁଖୀନ ହୋଇସାରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ନାମ ମଧ୍ୟ ପ୍ରଘଟ କରାଯିବ ବୋଲି ପାଣ୍ଡୋରା ପେପର୍ସରେ କୁହାଯାଇଛି।

ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତ୍ତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି। ୧୯୯୬ରୁ ୨୦୨୦ ମସିହା ମଧ୍ୟରେ ଟ୍ୟାକ୍ସ ଠକେଇ ଉଦ୍ଦେଶ୍ୟରେ ବେଆଇନ ଆର୍ଥିକ କାରବାର ହୋଇଛି। ସେମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋର୍ବସ ବିଲିଓନାୟାର ଅଛନ୍ତି। ଏହି କାରନାମା କରିଥିବା ବ୍ୟକ୍ତିମାନେ ୧୯୭୧ରୁ ୨୦୧୮ ମଧ୍ୟରେ କମ୍ପାନୀ ଓ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ବୋଲି ୧୪ ଅଫ୍‌ସୋର ସର୍ଭିସ ପ୍ରୋଭାଇଡରଙ୍କ ଲିକ୍‌ ରେକର୍ଡରୁ ଜଣାପଡ଼ିଛି। ପାଣ୍ଡୋରା ପେପର୍ସ ଏହି ବୃହତ୍‌ ଅନୁସନ୍ଧାନମୂଳକ ରିପୋର୍ଟରେ ଦର୍ଶାଇଛି ଯେ, ଏଭଳି ବେଆଇନ କାରବାରରେ ଅନେକ ସେଲିବ୍ରିଟି, ଫ୍ରଡ୍‌ଷ୍ଟର, ଡ୍ରଗ୍ସ ଡିଲର, ବିଚାରପତି, ରାଜକୀୟ ପରିବାର ସଦସ୍ୟ ଓ ଧର୍ମଗୁରୁ ସାମିଲ ଅଛନ୍ତି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ପକ୍ଷରୁ ବର୍ଷେରୁ ଅଧିକ ସମୟ ଧରି ପାଣ୍ଡୋରା ପେପର୍ସର ୧୧.୯ ନିୟୁତରୁ ଊର୍ଦ୍ଧ୍ୱ ରେକର୍ଡ ସଙ୍କଳନ, ଗବେଷଣା ଓ ବିଶ୍ଳେଷଣ କରିବା ପରେ ଏହାକୁ ପ୍ରଘଟ କରାଯାଇଛି। ଏହି କାର୍ଯ୍ୟରେ ଗାର୍ଡିଆନ୍‌, ବିବିସି ପାନୋରମା, ଲେ ମଣ୍ଡେ ଓ ଓ୍ବାଶିଂଟନ ପୋଷ୍ଟ ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ମିଡିଆ ପାର୍ଟନର ଅଛନ୍ତି। ବୈଶ୍ୱିକ ଅନୁସନ୍ଧାନରେ ୬୦୦ରୁ ଅଧିକ ଖବରଦାତା ନିୟୋଜିତ ଥିବାବେଳେ ଭାରତରୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ସହଯୋଗୀ ଭାବେ କାର୍ଯ୍ୟ କରିଥିଲା।
ଉକ୍ତ ରେକର୍ଡରେ ତଥାକଥିତ ହିତାଧିକାରୀଙ୍କ ବିପୁଳ ପରିମାଣର ତଥ୍ୟ ରହିଛି, ଯେଉଁମାନେ କି ବ୍ରିଟିଶ୍‌ ଭର୍ଜିନ ଆଇଲାଣ୍ଡ, ସଲ୍‌ଚେଲେସ, ହଂକଂ, ପାନାମା, ସାଉଥ୍‌ ଡାକୋଟା ଓ ଅନ୍ୟ ଭୂଖଣ୍ଡଗୁଡ଼ିକରେ ପଞ୍ଜୀକୃତ। ଏଥିରେ ଶେୟାରହୋଲ୍ଡର୍ସ, ଡାଇରେକ୍ଟର୍ସ ଓ ଅଫିସର୍ସମାନଙ୍କୁ ନେଇ ତଥ୍ୟ ମଧ୍ୟ ରହିଛି। କେତେକ ଫାଇଲ୍‌ ୧୯୭୦ ଦଶକର ହୋଇଥିବାବେଳେ ଅଧିକାଂଶ ଦସ୍ତାବିଜକୁ ୧୯୯୬ରୁ ୨୦୨୦ ମଧ୍ୟରେ ଆଇସିଆଇଜେ ପକ୍ଷରୁ ରିଭ୍ୟୁ କରାଯାଇଥିଲା। କାଗଜକଲମରେ ଚାଲିଥିବା ଜାଲ୍‌ କମ୍ପାନୀ, ଫାଉଣ୍ଡେଶନ, ଟ୍ରଷ୍ଟ ପ୍ରତିଷ୍ଠା, ସେଗୁଡ଼ିକ ଜରିଆରେ ରିୟଲ ଇଷ୍ଟେଟ୍‌, ଜେଟ୍‌ ଓ ଜୀବନ ବୀମା କାରବାର କରି ଗୋଟିଏ ଆକାଉଣ୍ଟରକୁ ଅନ୍ୟ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିବା ଭଳି ବିସ୍ତୃତ ପ୍ରସଙ୍ଗ ଉପରେ ଖବରଦାତାମାନେ ବିଶ୍ଳେଷଣ କରିଥିଲେ। ସେସବୁକୁ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ, ଏହି ଧନୀ ଓ ଚାଲାକ ବ୍ୟକ୍ତିମାନେ ଜଟିଳ ଆର୍ଥିକ ସ୍କିମ୍‌ ଜରିଆରେ ବିପୁଳ ଟିକସ ଫାଙ୍କିଛନ୍ତି। କେତେକ ଦସ୍ତାବିଜ ମନିଲଣ୍ଡରିଂ ଭଳି ଆର୍ଥିକ ଅପରାଧ ସହ ଜଡ଼ିତ।

ବିଦେଶରେ ଅନିଲଙ୍କ ୧୮ କମ୍ପାନୀ

ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁଇବର୍ଷ ତଳେ ପ୍ରାୟ ବର୍ଷେ ଧରି ଏହି ପ୍ରଘଟ ତଥ୍ୟକୁ ନେଇ ତନାଘନା ଚାଲିଥିଲା। ବଡ଼ ବଡ଼ ବ୍ୟବସାୟୀମାନେ ନିଜ ଦେଶରେ ଆଇନର ଗଳାବାଟ ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଟିକସ ଜାଲରୁ ମୁକୁଳିବା ପାଇଁ ଅନ୍ୟ ଦେଶର ସହାୟତା ନେଇଥିବା ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକେ ଏବେ ସ୍କାନରରେ ଅଛନ୍ତି। ଏହି ଜାତୀୟ ଗଣମାଧ୍ୟମ ଆହୁରି ଉଲ୍ଲେଖ କରିଛି ଯେ ଶିଳ୍ପପତି ଅନିଲ ଅମ୍ବାନୀ ବ୍ରିଟେନ କୋର୍ଟରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଥିଲେ। ହେଲେ ତାଙ୍କର ୧୮ଟି ଦରିଆପାରି କମ୍ପାନୀ ରହିଛି। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭାରତ ଛାଡ଼ି ଫେରାର ହେବାର ମାସକ ପୂର୍ବରୁ ତାଙ୍କ ଭଉଣୀ ଏକ ଟ୍ରଷ୍ଟ ଗଠନ କରିଥିଲେ। ସେହିପରି ବିଟ୍‌କନ ପ୍ରମୋଟର କିରନ ମଜୁମଦାର ଶ’ଙ୍କ ସ୍ବାମୀ ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଏଥିରେ ସେ ଷ୍ଟକ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ଏସ୍‌ଇବିଆଇ) ପକ୍ଷରୁ ଟ୍ରେଡିଂ ନ କରିବାକୁ କଟକଣା ଜାରି କରାଯାଇଥିବା ଅନେକ ବିତ୍ତଶାଳୀ ବ୍ୟକ୍ତି ଅଛନ୍ତି।

ପୁଟିନ୍‌ଙ୍କ ଜାଲିଆତି

ପାଣ୍ଡୋରା ପେପର୍ସରେ ଜୋର୍ଡାନ କିଙ୍ଗ୍‌ଙ୍କ ସମେତ ୟୁକ୍ରେନ୍‌, କେନିଆ ଓ ଇକ୍ୱେଡର ରାଷ୍ଟ୍ରପତିଙ୍କ ଡିଲିଂ ସାମ୍ନାକୁ ଆସିଛି। ସେହିପରି ଚେକ୍‌ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ(ପୂର୍ବତନ) ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ରହିଛି। ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ଙ୍କ ଅଣାନୁଷ୍ଠାନିକ ପ୍ରଚାର ମନ୍ତ୍ରୀଙ୍କ ଆର୍ଥିକ କାରବାର ସମ୍ପର୍କିତ ଫାଇଇ ଡାଟା ମଧ୍ୟ ଏଥିରେ ରହିଛି। ଏଥିରୁ ଭାରତ, ରୁଷିଆ, ଆମେରିକା, ମେକ୍ସିକୋ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକର ୧୩୦ରୁ ଊର୍ଦ୍ଧ୍ୱ ବିଲିଓନେୟାରଙ୍କ ଭିତିରି କାରବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ପାଣ୍ଡୋରା

ପେପର୍ସ କ’ଣ

ପାଣ୍ଡୋରା ପେପର୍ସର ଅନୁସନ୍ଧାନ ହେଉଛି ଖବରଦାତାଙ୍କୁ ନେଇ ଅଦ୍ୟାବଧି ସବୁଠୁ ବଡ଼ ପ୍ରଘଟ। ଏଥିରେ ୧୧୭ ଦେଶର ୧୫୦ ଗଣମାଧ୍ୟମ ସଂସ୍ଥାରେ ନିୟୋଜିତ ୬୦୦ ଖବରଦାତା ବର୍ଷେରୁ ଅଧିକ ସମୟ ଧରି କାମ କରିଥିଲେ। ୧୪ଟି ଅଫ୍‌ଶୋର ସର୍ଭିସ ପ୍ରୋଭାଇଡର ଫାର୍ମ୍‌ରୁ ପାଣ୍ଡୋରା ପେପର୍ସକୁ ୧୧.୯ ନିୟୁତ ରେକର୍ଡ ମିଳିଥିଲା। ଉକ୍ତ ଦସ୍ତାବିଜର ପରିମାଣ ଏତେ ଯେ ଏହାକୁ ୨.୯୪ ଟେରାବାଇଟ୍‌ ଡାଟାରେ ଗଚ୍ଛିତ ରଖାଯାଇଛି। ବିଶ୍ୱର ୨୦୦ରୁ ଅଧିକ ଦେଶ ଓ ଭୂଖଣ୍ଡର ଧନୀ ତଥା ସମୃଦ୍ଧ ବ୍ୟକ୍ତିଙ୍କ ଗୁପ୍ତ କାରବାର ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?