ବିଗ୍‌ ବସ୍‌ ୧୪ ଏଥର ସମ୍ପୂର୍ଣ୍ଣ ରୂପେ ଭିନ୍ନ: ଜାଣନ୍ତୁ କ’ଣ ହୋଇଛି ନୂଆ ନିୟମ

ଟିଭି ପରଦାର ବଡ ରିଆଲିଟି ଶୋ ମଧ୍ୟରୁ ବିଗ୍‌ ବସ୍‌ ଅନ୍ୟତମ। ଏହା ଅକ୍ଟୋବର ୩ ରୁ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ଶୋ’ର ଅନେକ ପ୍ରମୋ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଯେଉଁଥିରେ ସଲମାନ ଖାନ୍‌ ନଜର ଆସିଛନ୍ତି। ପ୍ରୋମୋ ମାଧ୍ୟମରେ ସଲମାନ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଏଥର ବିଗ ବସ୍‌ ପୂର୍ବଠାରୁ ଭିନ୍ନ ହେବାକୁ ଯାଉଛି। କରୋନା ଯୋଗୁ ଏଥିରେ ଅନେକ ସତର୍କତା ଅବଲମ୍ବନ କରାଯାଉଛି। ଜାଣନ୍ତୁ ଏ ସମ୍ପର୍କରେ….

ବିଗ୍‌ ବସ୍‌ ଘର ବିଷୟରେ ସୂଚନା ଦେଇଥିବା ଟୁଇଟର ହ୍ୟାଣ୍ଡେଲ ‘ଦ ଖବ୍ରି’ ଟୁଇଟ କରି କହିଛି ଯେ, ଏଥର ଘର ଭିତରେ ଡବଲ ବେଡ ରହିବ ନାହିଁ। ଏଥିସହ, କୌଣସି ପ୍ରତିଯୋଗୀ ଅନ୍ୟ ପ୍ରତିଯୋଗୀଙ୍କ ସହିତ ତାଙ୍କ ଶଯ୍ୟା ବାଣ୍ଟି ପାରିବେ ନାହିଁ।

ବିଗ୍‌ ବସ୍‌ ୧୪ର ଆଉ ଏକ ବଡ ପରିବର୍ତ୍ତନ ହେଉଛି ଯେ, କୌଣସି ପ୍ରତିଯୋଗୀ ତାଙ୍କ ପ୍ଲେଟ କିମ୍ବା ଗ୍ଲାସ ଅନ୍ୟମାନଙ୍କ ସହ ଶେୟାର କରିବେ ନାହିଁ। ସାଧାରଣତଃ ଦେଖାଯାଏ ଯେଉଁ ପ୍ରତିଯୋଗୀ ସହିତ ଯାହାର ଭଲ ପଡ଼େ ସେମାନେ ଏକ ଥାଳିରେ ଖାଇଥା’ନ୍ତି। କିନ୍ତୁ ଏଥର ଏହା କରିବାକୁ ଅନୁମତି ନାହିଁ।

ବିଗ୍‌ ବସ୍‌ରେ ଅନେକ କାର୍ଯ୍ୟ ଦିଆଯାଏ, ଯେଉଁଥିରେ ବେଳେବେଳେ ଦଳ ସହିତ ଖେଳିବାକୁ ପଡେ, ବେଳେବେଳେ ଜଣକୁ ଏକାକୀ ପ୍ରତିଯୋଗିତା କରିବାକୁ ପଡେ। ଏପରି ପରିସ୍ଥିତିରେ, ଛୁଆଁ ଛୁଇଁ ମଧ୍ୟ ହୋଇଥାଏ। ଯାହା ଏଥର ଘଟିବ ନାହିଁ । ଶୋ’ରେ କରାଯାଇଥିବା ତୃତୀୟ ପ୍ରମୁଖ ପରିବର୍ତ୍ତନ ହେଉଛି ପ୍ରାରମ୍ଭିକ ସପ୍ତାହରେ, ପ୍ରତିଯୋଗୀମାନଙ୍କୁ କୌଣସି କାର୍ଯ୍ୟ ଦିଆଯିବ ନାହିଁ।

ପ୍ରତି ସପ୍ତାହରେ କୋଭିଡ-୧୯ ପରୀକ୍ଷା କରାଯିବ ଖବର ଅନୁଯାୟୀ, ଏହି ଶୋରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯିବ।

ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କୁ ସପିଂ ମଲ, ରେଷ୍ଟୁରାଣ୍ଟ, ଏକ ଛୋଟ ଥିଏଟର ଇତ୍ୟାଦି ସୁବିଧା ମଧ୍ୟ ଦିଆଯିବ । ଏହି ସୁବିଧାଗୁଡ଼ିକ ପୂର୍ବ ସିଜିନ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

 

https://twitter.com/TheRealKhabri/status/1307054028422025216


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ଜଳାର୍ଣ୍ଣବ ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇପାରିବେ କି ସରକାର? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ, ୨୮।୭: ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଇବା ପାଇଁ ଏକ ପ୍ରସ୍ତାବ ଆଣିବା କଥା…

CJP ଆନ୍ଦୋଳନ ବେଳେ ପିଏମ୍‌ ମୋଦି କରିଥିବା ଭିଡିଓକୁ ଫେସବୁକ୍‌ କଲା ବ୍ୟାନ! ବିବାଦ ପରେ…

ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆ କମ୍ପାନି ମେଟା ବିବାଦରେ ଫସିଛି। ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଅଗଷ୍ଟ ୧ରୁ ବଦଳିବ ତତ୍କାଳ ଟିକେଟ୍ ବୁକିଂ ନିୟମ

ନୂଆଦିଲ୍ଲୀ,୨୮ା୭: ଆସନ୍ତା ଅଗଷ୍ଟ ୧ତାରିଖରୁ ବଦଳିବ ତତକାଳ ଟିକେଟ ବୁକିଂ ନିୟମ । ଭାରତୀୟ ରେଳବାଇ କାଉଣ୍ଟରରେ ତତକାଳ ଟିକେଟ୍ ବୁକ୍ କରିବା ପାଇଁ ଏକ ନୂତନ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri