ବିଗ୍‌ ବସ୍‌ ୧୪ ଏଥର ସମ୍ପୂର୍ଣ୍ଣ ରୂପେ ଭିନ୍ନ: ଜାଣନ୍ତୁ କ’ଣ ହୋଇଛି ନୂଆ ନିୟମ

ଟିଭି ପରଦାର ବଡ ରିଆଲିଟି ଶୋ ମଧ୍ୟରୁ ବିଗ୍‌ ବସ୍‌ ଅନ୍ୟତମ। ଏହା ଅକ୍ଟୋବର ୩ ରୁ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି। ଶୋ’ର ଅନେକ ପ୍ରମୋ ଏପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଯେଉଁଥିରେ ସଲମାନ ଖାନ୍‌ ନଜର ଆସିଛନ୍ତି। ପ୍ରୋମୋ ମାଧ୍ୟମରେ ସଲମାନ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଏଥର ବିଗ ବସ୍‌ ପୂର୍ବଠାରୁ ଭିନ୍ନ ହେବାକୁ ଯାଉଛି। କରୋନା ଯୋଗୁ ଏଥିରେ ଅନେକ ସତର୍କତା ଅବଲମ୍ବନ କରାଯାଉଛି। ଜାଣନ୍ତୁ ଏ ସମ୍ପର୍କରେ….

ବିଗ୍‌ ବସ୍‌ ଘର ବିଷୟରେ ସୂଚନା ଦେଇଥିବା ଟୁଇଟର ହ୍ୟାଣ୍ଡେଲ ‘ଦ ଖବ୍ରି’ ଟୁଇଟ କରି କହିଛି ଯେ, ଏଥର ଘର ଭିତରେ ଡବଲ ବେଡ ରହିବ ନାହିଁ। ଏଥିସହ, କୌଣସି ପ୍ରତିଯୋଗୀ ଅନ୍ୟ ପ୍ରତିଯୋଗୀଙ୍କ ସହିତ ତାଙ୍କ ଶଯ୍ୟା ବାଣ୍ଟି ପାରିବେ ନାହିଁ।

ବିଗ୍‌ ବସ୍‌ ୧୪ର ଆଉ ଏକ ବଡ ପରିବର୍ତ୍ତନ ହେଉଛି ଯେ, କୌଣସି ପ୍ରତିଯୋଗୀ ତାଙ୍କ ପ୍ଲେଟ କିମ୍ବା ଗ୍ଲାସ ଅନ୍ୟମାନଙ୍କ ସହ ଶେୟାର କରିବେ ନାହିଁ। ସାଧାରଣତଃ ଦେଖାଯାଏ ଯେଉଁ ପ୍ରତିଯୋଗୀ ସହିତ ଯାହାର ଭଲ ପଡ଼େ ସେମାନେ ଏକ ଥାଳିରେ ଖାଇଥା’ନ୍ତି। କିନ୍ତୁ ଏଥର ଏହା କରିବାକୁ ଅନୁମତି ନାହିଁ।

ବିଗ୍‌ ବସ୍‌ରେ ଅନେକ କାର୍ଯ୍ୟ ଦିଆଯାଏ, ଯେଉଁଥିରେ ବେଳେବେଳେ ଦଳ ସହିତ ଖେଳିବାକୁ ପଡେ, ବେଳେବେଳେ ଜଣକୁ ଏକାକୀ ପ୍ରତିଯୋଗିତା କରିବାକୁ ପଡେ। ଏପରି ପରିସ୍ଥିତିରେ, ଛୁଆଁ ଛୁଇଁ ମଧ୍ୟ ହୋଇଥାଏ। ଯାହା ଏଥର ଘଟିବ ନାହିଁ । ଶୋ’ରେ କରାଯାଇଥିବା ତୃତୀୟ ପ୍ରମୁଖ ପରିବର୍ତ୍ତନ ହେଉଛି ପ୍ରାରମ୍ଭିକ ସପ୍ତାହରେ, ପ୍ରତିଯୋଗୀମାନଙ୍କୁ କୌଣସି କାର୍ଯ୍ୟ ଦିଆଯିବ ନାହିଁ।

ପ୍ରତି ସପ୍ତାହରେ କୋଭିଡ-୧୯ ପରୀକ୍ଷା କରାଯିବ ଖବର ଅନୁଯାୟୀ, ଏହି ଶୋରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯିବ।

ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କୁ ସପିଂ ମଲ, ରେଷ୍ଟୁରାଣ୍ଟ, ଏକ ଛୋଟ ଥିଏଟର ଇତ୍ୟାଦି ସୁବିଧା ମଧ୍ୟ ଦିଆଯିବ । ଏହି ସୁବିଧାଗୁଡ଼ିକ ପୂର୍ବ ସିଜିନ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

 


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri