ସପ୍ତାହକୁ ସାଢ଼େ ୪ ଦିନ କାମ

ଦୁବାଇ,୭।୧୨: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏହାର କର୍ମଚାରୀଙ୍କ କାର୍ଯ୍ୟଦିବସ ସମ୍ପର୍କୀତ ନିୟମରେ ପରିବର୍ତ୍ତନ କରିଛି। ଏଣିକି ଦେଶରେ ସପ୍ତାହକୁ (ଉଭୟ ସରକାରୀ ଓ ବେସରକାରୀ)କର୍ମଚାରୀଙ୍କୁ ସାଢ଼େ ଚାରି ଦିନ କାମ କରିବାକୁ ପଡ଼ିବ। ପ୍ରତ୍ୟେକ ଶନିବାର ଓ ରବିବାର ଛୁଟି। ଅର୍ଥାତ ଅଫିସ ଆସିବାର ଆବଶ୍ୟକତା ନାହିଁ। ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତୀତା ମନଭାବ ବୃଦ୍ଧି ପାଇବ ବୋଲି ସରକାରୀ ସ୍ତରରେ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ତେବେ ୟୁଏଇ ଛଡ଼ା ସମସ୍ତ ଗଲ୍ଫ ଦେଶରେ ଶୁକ୍ରବାର-ଶନିବାର ସାପ୍ତାହିକ ଛୁଟି ରହିଛି।

ଜାନୁୟାରୀ ୧ରୁ ‘ଜାତୀୟ କାର୍ଯ୍ୟକାରୀ ଦିବସ’ ମାନିବା ସରକାରୀ ସଂସ୍ଥା ପାଇଁ ବାଧ୍ୟତାମୂଳକ। ଶୁକ୍ରବାର ମୁସଲାମାନଙ୍କ ନମାଜ ପାଠ ଥିବାରୁ ଅର୍ଦ୍ଧ କୋହଳ କରାଯାଇଛି। ବର୍ଷସାରା ଶୁକ୍ରବାର ମଧ୍ୟାହ୍ନ ୧ଟା ୧୫ରୁ ମସଜୀଦରେ ନମାଜ ପାଠ ହେବ। ନୂଆ ଟାଇମଲାଇନ ଅନୁସାରେ, ବେସରକାରୀ କ୍ଷେତ୍ରରେ ଶୁକ୍ରବାର ମଧ୍ୟାହ୍ନରୁ ରବିବାର ପର୍ଯ୍ୟନ୍ତ ଛୁଟି ହେବ।

ଆଉ ଏହା ବିଶ୍ୱର ଯେକୌଣସି ଦେଶ ଅପେକ୍ଷା ସବୁଠୁ ଲମ୍ବା ସପ୍ତାହିକ ଛୁଟି ବୋଲି ଘୋଷଣା କରିଛି ଓ୍ବାମ (ସରକାରୀ ନ୍ୟୁଜ ଏଜେନ୍ସି)। ପ୍ରଥମ ଦେଶ ଭାବେ ୟୁଏଇ ବିଶ୍ୱର ୫ ଦିନ ଛୁଟିକୁ ଠାରୁ ଛୋଟିଆ ଜାତୀୟ କାର୍ଯ୍ୟକାରୀ ସପ୍ତାହ ନିୟମ ଆଣିଛି ବୋଲି ଏହା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି...

ବିଶ୍ୱବିଦ୍ୟାଳୟରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା, ମେକ୍‌ ଅପ୍‌ ନେବା ମନା

ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍‌...

କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…

ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା...

ଥମୁନି ଚାଇନା ଆକ୍ରୋଶ

ବେଜିଂ/ତାଇପେଇ, ୯ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ନେଇ ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି। ଏହି ଦ୍ୱୀପରାଷ୍ଟ୍ର ସୀମା ନିକଟରେ...

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି।...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ...

ଲିପୁଲେଖରେ ଭାରତର ସଡ଼କ ପ୍ରଶସ୍ତିକରଣକୁ ନେପାଳ ପକ୍ଷରୁ ବିରୋଧ…

କାଠମାଣ୍ଡୁ/ନୂଆଦିଲ୍ଲୀ, ୧୫।୧ : ଭାରତ ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡର ଲିପୁଲେଖରେ ସଡ଼କ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଛି।...

Advertisement
Archives

Model This Week