ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ କରାଯାଇ ପାଖାପାଖି ୧ କୋଟି ଟଙ୍କା ମୂଲ୍ୟର କଣ୍ଟେନର ଭର୍ତ୍ତି ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣକାରୀମାନେ କଣ୍ଟେନର ଭିତରେ ଏକ ଗୁପ୍ତ କୋଠରି (ସିକ୍ରେଟ ଚାମ୍ବର) ତିଆରି କରି ଚତୁରତାର ସହ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିଲେ ।
ଅବକାରୀ ବିଭାଗ କଣ୍ଟେନରଟିକୁ ଖୋଲି ଯାଞ୍ଚ କରିବା ପରେ ସେଥିରୁ ମୋଟ ୪୮ ବସ୍ତା ଗଞ୍ଜେଇ ଉଦ୍ଧାର କରିଛି । ପ୍ରାଥମିକ ପଚରାଉଚୁରାରୁ ଏହି ବିପୁଳ ପରିମାଣର ଗଞ୍ଜେଇ ବରଗଡ଼ରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଅବକାରୀ ବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

