ବଡ଼ ଝଟକା

Dillip Cherian

ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍‌ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର ଇଣ୍ଡିଆକୁ କିଣିବାକୁ ଚାହଁୁଥିବା ଲୋକଙ୍କ ଅଭାବ ନ ଥିବାବେଳେ,ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବାବୁମାନେ ଏବେ ଏକ ନୂଆ ଝଟ୍‌କା ବା ବାଧାର ସମ୍ମୁଖୀନ ହୋଇଛନ୍ତି। କେୟର୍ନ ଏନର୍ଜୀ ଦ୍ୱାରା ଏୟାର୍‌ ଇଣ୍ଡିଆର ସମ୍ପତ୍ତି ଜବତ ହେବାର ସମ୍ଭାବନା ରହିଥିବାରୁ ଏହି ପରିସ୍ଥିତି ଉପୁଜିଛି। ଇଣ୍ଟର୍‌ନ୍ୟାଶନାଲ ଆର୍ବିଟ୍ରେସନ ଟ୍ରିବ୍ୟୁନାଲରେ କମ୍ପାନୀ ବିରୋଧରେ ଭାରତ ଟିକସ ବିବାଦ ମାମଲାରେ ହାରିବା ପରେ ଏହି ପରିସ୍ଥିତି ଦେଖାଦେଇଛି। ବାସ୍ତବରେ ଏହାକୁ ନେଇ ଏବେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା ଏହାକୁ କିଭଳି ସମ୍ପାଦନ କରିବେ ତାହାକୁ ନେଇ ତାଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ସରକାର ଏୟାର ଇଣ୍ଡିଆର ଅଂଶଧନ ବିକ୍ରି କିମ୍ବା ଏହାର ସମ୍ପତ୍ତିର ମୂଲ୍ୟାଙ୍କନ କାର୍ଯ୍ୟ ଶେଷ କରିବା ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରିନାହାନ୍ତି। ଏଯାବତ ବହୁତ କିଛି କରିବାକୁ ବି ବାକି ରହିଛି। କେୟର୍ନ ସହ କେସ୍‌ ହାରିବା ଏକ ବଡ଼ ଝଟକା। ଏହା ମଧ୍ୟ ମୋଦି ସରକାରର ଭାବମୂର୍ତ୍ତି ନଷ୍ଟ କରିଛି। ତେବେ କେନ୍ଦ୍ର କହୁଛି,ଏୟାର ଲାଇନର ସମ୍ପତ୍ତି ନେବାକୁ କେୟର୍ନ ଦ୍ୱାରା କରାଯାଉଥିତ୍ତ୍ବା ଯେ କୌଣସି ଉଦ୍ୟମକୁ ପ୍ରତିବାଦ କରିବ । ବାସ୍ତବରେ ସରକାର ଟ୍ରିବ୍ୟୁନାଲର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି। କିନ୍ତୁ ମାମଲା ସମାଧାନ ନ ହେବା ଏବଂ ରାୟ ଭାରତ ସପକ୍ଷରେ ନ ଆସିବା ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଖରୋଲା ଏବଂ ତାଙ୍କ ସାଥୀମାନେ ଆରାମରେ ବସି ପାରିବେ ନାହିଁ। ତେବେ ଏହି ନୂଆ ନ୍ୟାୟିକ ବିପଦକୁ ଟାଳିବା ବା ସମାଧାନ କରିବା ପାଇର୍ଁ ବେସାମରିକ ବିମାନ ଚଳାଚଳ ବାବୁମାନେ ସେମାନଙ୍କ ମନ୍ତ୍ରଣାଳୟ ଏବଂ ଆଇନ ମନ୍ତ୍ରଣାଳୟ ମଧ୍ୟରେ ଧାଁଧପଡ଼ କରୁଛନ୍ତି। ଏହା କାହାଣୀ ଆଉ କିଛି ଦିନ ଲମ୍ବି ପାରେ।
ୟୁପି ମନସ୍କ ଭାଜପା
ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନୂଆ ନିର୍ବାଚନ କମିଶନର ଭାବେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ସରକାର ନିଯୁକ୍ତ କରିଛନ୍ତି। ଏହାକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟରେ ଅବସର ନେବାକୁ ଥିତ୍ବା ବରିଷ୍ଠ ବାବୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବାବୁଙ୍କ ମଧ୍ୟରେ ଝଗଡ଼ା ପଦାକୁ ଆସିବା ପୂର୍ବରୁ ଦିଲ୍ଲୀରେ ସ୍ପଷ୍ଟତଃ ଏହି କାର୍ଯ୍ୟ ହୋଇଥିଲା। ଅନେକେ ପାଣ୍ଡେଙ୍କ ନିଯୁକ୍ତିକୁ ଭିନ୍ନ ଦୃଷ୍ଟିରେ ବିଚାର କରୁଛନ୍ତି। ଉତ୍ତରପ୍ରଦେଶରେ ପୁଣିି କ୍ଷମତା ହାସଲ କରିବା ଉପରେ ଧ୍ୟାନ ଦେଇ ଆଗାମୀ ବିଧାନସଭା ନିର୍ବାଚନକୁ ଦିଳ୍ଲୀରୁ ନିୟନ୍ତ୍ରଣ କରିବାକୁ ଏହି ନିଯୁକ୍ତି ଏକ ପ୍ରାରମ୍ଭିକ ପଦକ୍ଷେପ ବୋଲି ସେମାନେ କହୁଛନ୍ତି। ନିର୍ବାଚନ କମିଟିରେ ସୁଶୀଲ ଚନ୍ଦ୍ରା ଏବଂ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ପାଣ୍ଡେ ଯୋଗ ଦେଇଛନ୍ତି। ପାଣ୍ଡେଙ୍କ ନିଯୁକ୍ତିକୁ ନେଇ ତାଙ୍କ ପୃଷ୍ଠଭୂମି ଉପରେ ଉଠୁଥିବା ପ୍ରଶ୍ନଗୁଡ଼ିକରେ କଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛିି ତିନି ନିର୍ବାଚନ କମିଶନର ହେଉଛନ୍ତି ଉତ୍ତରପ୍ରଦେଶର। ଏବକାର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଉତ୍ତରପ୍ରଦେଶର ରାଜସ୍ବ ବିଭାଗରେ ବହୁଦିନ ଧରି କାର୍ଯ୍ୟ କରିଥିଲେ। ନିର୍ବାଚନ କମିଶନର ରାଜୀବ କୁମାର ଥିଲେ ରାଜ୍ୟର ପୂର୍ବତନ ଅର୍ଥ ସଚିବ। ପାଣ୍ଡେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧୀନରେ ୨୦୧୯ ଯାଏ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ରାଜ୍ୟର ଶିଳ୍ପ ବିକାଶ କମିଶନର ରହିଥିତ୍ତ୍ଲେ। ନିର୍ବାଚନ ପାଖେଇ ଆସୁଥବାରୁ ଉତ୍ତରପ୍ରଦେଶ ଓ ଆଖପାଖରେ ଅଧିତ୍କ ବାବୁଙ୍କର ଆଶ୍ଚର୍ଯ୍ୟଜନକ ନିଯୁକ୍ତି ଦେଖିବାକୁ ପ୍ରସ୍ତୁତ ରୁହ।
ବାବୁ ସଙ୍କଟ
ମୋଦି ସରକାରରେ ଏବେ ବାବୁଙ୍କ ସଙ୍କଟ ଦେଖାଦେଇଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସଚିବ ଦୀପକ ଖାଣ୍ଡେକର ତାଙ୍କର ସଂଖ୍ୟାଧିକ ଅଧିକାରୀମାନଙ୍କୁ ସୂଚିତ କରିଛନ୍ତି ଯେ, କେନ୍ଦ୍ରରେ ଅଧିକ ବାବୁଙ୍କୁ ପ୍ରତିନିଯୁକ୍ତି ପାଇଁ ପଠାଇବାକୁ ରାଜ୍ୟଗୁଡ଼ିକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କେହି କିଛି ପଦକ୍ଷେପ ନେଉନାହାନ୍ତି କି କେହି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଡେପୁଟିି ସଚିବ, ନିର୍ଦ୍ଦେଶକ ଏବଂ ଯୁଗ୍ମ ସଚିବ ସ୍ତରୀୟ ପଦବୀରେ ଅଧିକ ଅଧିକାରୀଙ୍କୁ ପ୍ରତିନିଯୁକ୍ତି ଦେବାକୁ ଡିଓପିଟି କହିଛି। ତେବେ ଅଧିକାଂଶ ରାଜ୍ୟ କହିଛନ୍ତି ଯେ, ସେମାନେ କମ୍‌ ଅଧିତ୍କାରୀଙ୍କୁ ନେଇ କାମ କରୁଛନ୍ତି। ଫଳରେ ଅନେକ ରାଜ୍ୟରେ ବରିଷ୍ଠ ଅଧିକାରୀମାନେ ବହୁ ପଦ ଭାର ସମ୍ଭାଳୁଛନ୍ତି; ଯଦିଓ ଏବେ କର୍ନାଟକ ଏବଂ ହିମାଚଳପ୍ରଦେଶ ସାହାଯ୍ୟ କରିବା ପାଇଁ କଥା ଦେଇଛନ୍ତି। ମାସ ମାସ ଧରି ଏ ବାବଦରେ ବାରମ୍ବାର ଆଲୋଚନା ଚାଲି ଆସୁଥିଲେ ବି ଏବେ କେନ୍ଦ୍ରକୁ ରାଜ୍ୟମାନଙ୍କର ପ୍ରତିକ୍ରିୟା ଯାହା ମିଳିଛି ତାହା ଅତ୍ୟନ୍ତ ନିରୁତ୍ସାହଜନକ। ସୂତ୍ରରୁ ଜଣାଡ଼ିଛି ଯେ, ଗତ ସପ୍ତାହରେ ଡିଓପିଟି ପୁଣି ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି। ସେମାନେ କେନ୍ଦ୍ରର ଅନୁରୋଧ ଉପରେ ଉଚିତ୍‌ ପ୍ରତିକ୍ରିୟା ଜଣାଉ ନ ଥିବାରୁ ଏହା କେନ୍ଦ୍ର ପାଇଁ ଏକ କ୍ୟାଡର ପରିଚାଳନା ସମସ୍ୟା ସୃଷ୍ଟି କରୁଛି। ଏହି ଘଟଣା ଉପରେ ରାଜ୍ୟଗୁଡ଼ିକୁ ମୋଦି ସରକାରଙ୍କ ଏବକାର ଚିଠି ଏକ ନୂଆ ସତର୍କ ସୂଚନା ବୋଲି ଜଣାପଡ଼ିଛି। ଡିଓପିଟିର ଏହି ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁ ରାଜ୍ୟ ସେମାନଙ୍କ କ୍ୟାଡରରୁ ବିଭିନ୍ନ ସେଣ୍ଟ୍ରାଲ ଷ୍ଟାପିଂ ସ୍କିମ୍‌ ପାଇଁ ପର୍ଯ୍ୟାପ୍ତ ନୋମିିନେଶନ ପଠାଇନାହାନ୍ତି ସେମାନଙ୍କୁ ଭବିଷ୍ୟତରେ କମ୍‌ ଅତିରିକ୍ତ ବରିଷ୍ଠ ଡେପୁଟି ପୋଷ୍ଟ ପାଇଁ ବୁଝାମଣା ବରିବାକୁ ପଡ଼ିବ। ରାଜ୍ୟଗୁଡ଼ିକୁ ଏହା ଉପରେ ଗୁରୁତ୍ୱ ଦେବେ ତ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri