Posted inଜାତୀୟ

ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଅଟା ମେଶିନରେ ହେଉଥିଲା…

ନୂଆଦିଲ୍ଲୀ,୨୧ା୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏକ ପ୍ରମୁଖ ସୁରାକ ମିଳିଛି। ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍‌ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ। ତଦନ୍ତ ସମୟରେ ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ମିଲ୍‌ ଏବଂ ଯନ୍ତ୍ରପାତି ଉଦ୍ଧାର କରିଛି।

ଜମ୍ମୁ-କଶ୍ମୀରର ପୁଲଓ୍ବାମାର ବାସିନ୍ଦା ଗନି ଫରିଦାବାଦରେ ତାଙ୍କ ଭଡ଼ା ଘରେ ୟୁରିଆକୁ ସୂକ୍ଷ୍ମ ପାଉଡରରେ ପେଷିବା ପାଇଁ ଏକ ଅଟା ମିଲ ବ୍ୟବହାର କରିଥିଲେ ଏବଂ ତା’ପରେ ରାସାୟନିକ ପ୍ରସ୍ତୁତ କରିବା ପାଇଁ ଏକ ବୈଦ୍ୟୁତିକ ମେଶିନ ସାହାଯ୍ୟରେ ଏହାକୁ ବିଶୋଧିତ କରିଥିଲେ। ନଭେମ୍ବର ୯ରେ ପୋଲିସ ସେହି ସ୍ଥାନରୁ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ସ୍ବୀକାର କରିଥିଲେ ଯେ, ସେ ଦୀର୍ଘ ସମୟ ଧରି ଏହି ପଦ୍ଧତି ବ୍ୟବହାର କରି ୟୁରିଆରୁ ଆମୋନିୟମ ନାଇଟ୍ରେଟ୍‌ ପୃଥକ କରି ବିସ୍ଫୋରକ ପ୍ରସ୍ତୁତ କରୁଥିଲେ। ସେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ଜଣେ ଡାକ୍ତର ଥିଲେ।

NIA ଦଳ ଫରିଦାବାଦର ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଛି ଯାହାଙ୍କ ଘରୁ ଉପକରଣ ଉଦ୍ଧାର କରାଯାଇଥିଲା। ଡ୍ରାଇଭର କହିଛନ୍ତି, ପ୍ରାୟ ୪ ବର୍ଷ ପୂର୍ବେ ସେ ତାଙ୍କ ପୁଅର ଚିକିତ୍ସା ପାଇଁ ଅଲ୍‌-ଫଲାହ ମେଡିକାଲ କଲେଜ ଯାଇଥିବା ସମୟରେ ଗଣାଇଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ, ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। କାର୍‌ ଚଳାଉଥିବା ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍‌ ନବି ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ସେ କଶ୍ମୀରର ବାସିନ୍ଦା ଏବଂ ପେସାରେ ଜଣେ ଡାକ୍ତର ଥିଲେ। ଉମର ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ଜଡ଼ିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍‌, ଆଉ ତା’ ପରେ…

ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍‌…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୦: ଓଡ଼ିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାଇରଙ୍ଗପୁରକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଗସ୍ତ ବାତ୍ୟା ଆଶଙ୍କା ଯୋଗୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ…

ଉତ୍ତର ପ୍ରଦେଶ,ପଞ୍ଜାବ ସମେତ ୫ ରାଜ୍ୟ ପାଇଁ ‘ୱାର୍‌ ରୁମ’ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି କଂଗ୍ରେସ

ନୂଆଦିଲ୍ଲୀ,୨୪।୧୦: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ବରୂପ, କଂଗ୍ରେସ ପାଞ୍ଚଟି ରାଜ୍ୟରେ ନିର୍ବାଚନ ‘ୱାର୍‌ ରୁମ’ (war room) ପାଇଁ ମୁଖ୍ୟ…

୨୭ ସନ୍ଧ୍ୟାରୁ ଓଡ଼ିଶାରେ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ୨୮ ତାରିଖ ସକାଳେ…

ଭୁବନେଶ୍ୱର,୨୪ା୧୦: ରାଜ୍ୟବାସୀଙ୍କ ପାଇଁ ବଢ଼ିଲା ଚିନ୍ତା। ଓଡ଼ିଶା ଉପରେ ପୁଣି ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା। ଆସନ୍ତା ୨୭ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଭାଗରେ…

ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ୪ ପାଇଲଟ୍‌ ମୃତ

ମାନିଲା,୨୪ା୧୦: ଫିଲିପାଇନ୍ସରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ବିମାନ ଦୁର୍ଘଟଣା। ମଝି ଆକାଶରେ ବାୟୁସେନାର ଦୁଇଟି ତାଲିମ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେ…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଝଡ଼ ; IMD ଜାରି କଲା ବଡ଼ ସତର୍କତା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

କେଉଁଠି ଆରମ୍ଭ ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରେମ କାହାଣୀ: ସୋନିଆ ନିଜେ କହିଲେ…

ନୂଆଦିଲ୍ଲୀ,୨୪।୧୦: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love) ର ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?