Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ ଭବିଷ୍ୟବାଣୀ

ଲଣ୍ଡନ,୧୮।୮: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ବହୁତ କମ ସମୟ ବାକି ଅଛି। ଅକ୍ଟୋବର ୧୭ରୁ ୟୁଏଇ ମାଟିରେ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ଅନେକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନେକ ଦେଶର କ୍ରିକେଟ ବିଶେଷଜ୍ଞ ଟି -୨୦ ବିଶ୍ୱକପ ବିଷୟରେ ପୂର୍ବାନୁମାନ କରୁଛନ୍ତି। ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଆଜିକାଲି ଇଂଲଣ୍ଡରେ କମେଣ୍ଟ୍ରି କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଟି -୨୦ ବିଶ୍ୱକପ୍‌ର ଫାଇନାଲ ବିଷୟରେ ପୂର୍ବାନୁମାନ କରିଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ର ଫାଇନାଲ କେଉଁ ୨ ଦଳ ମଧ୍ୟରେ ହେବ ସେ କହିଛନ୍ତି। ଦୀନେଶ  ଏକ ଶୋ’ରେ ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ଇସା ଗୁହା ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସାମିଙ୍କ ସହ କଥାବାର୍ତ୍ତା କରିଥିଲେ। ଦୀନେଶ  କହିଛନ୍ତି ଯେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ହୋଇପାରେ।
କାର୍ତ୍ତିକ କହିଛନ୍ତି, ମୁଁ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଫାଇନାଲ ଦେଖିବାକୁ ପସନ୍ଦ କରିବି।  ୱେଷ୍ଟଇଣ୍ଡିଜ ନିଶ୍ଚିତ ଭାବରେ ଭାରତ ପରେ ମୋର ଦ୍ୱିତୀୟ ପ୍ରିୟ ଦଳ ହେବ।  ସେମାନେ ଏହି ଫର୍ମାଟରେ ଭଲ ଖେଳନ୍ତି।  ସୂଚନାଯୋଗ୍ୟ , ଦୀନେଶ  କିଛି ଦିନ ପୂର୍ବରୁ ଗୌରବ କପୁରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ପାଇଁ ଟି -୨୦ ବିଶ୍ୱକପ ୨୦୨୧ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ଏହା ଘଟିବା କଷ୍ଟକର ମନେହୁଏ, କାରଣ କାର୍ତ୍ତିକ ଫେବୃଆରୀ ୨୦୧୯ରେ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ...

ମହିଳା ଦିନିକିଆ ସିରିଜ: ଦକ୍ଷିଣ ଆଫ୍ରିକାଠାରୁ ଭାରତ ହାରିଲା

ଲକ୍ଷ୍ନୌ,୧୮।୩: ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦକ୍ଷିଣ...

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ...

ବିରଳ ରେକର୍ଡର ଅଧିକାରୀ ହେଲେ ଗେଲ୍‌

ମୁମ୍ବାଇ, ୧୨ା୪- ୟୁନିଭର୍ସ ବସ ଭାବେ ଜଣାଶୁଣା କ୍ରିସ୍‌ ଗେଲ୍‌ ସୋମବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର...

କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଏହି ପାକିସ୍ତାନ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତର ଅଧିନାୟକ ବିରାଟ କୋହଲି ଏବେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ପ୍ରତ୍ୟେକ ଫର୍ମାଟରେ ତାଙ୍କର ରେକର୍ଡ ହେଉଛି ତାଙ୍କର ପ୍ରାଧାନ୍ୟର ପ୍ରମାଣ। ‘ରନ ମେସିନ’ ଭାବରେ...

ଆଉ ୨ ଟେଷ୍ଟର ସମ୍ମୁଖୀନ ହେବେ ଋତୁରାଜ: ସିଏସ୍‌କେ ବାୟୋ-ବବଲକୁ ଫେରିଲେ ୧୧ ସଦସ୍ୟ

ଦୁବାଇ,୧୪।୯(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ୍‌ ଆଉ ୨ଟି କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଗତମାସ ସେ କୋଭିଡ୍‌-୧୯ ପଜିଟିଭ...

ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।...

ଭାରତୀୟ ଦଳରେ ଫାଟ, ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ଓହରିଯିବେ କୋହଲି!

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ ଅନେକ ଘଟଣାକ୍ରମ...

Advertisement
Archives

Model This Week