Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଏହି ୪ ଦଳ ମଧ୍ୟରେ ଖେଳାଯିବ ସେମିଫାଇନାଲ୍‌

ନୂଆଦିଲ୍ଲୀ,୨୨।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସୁପର -୧୨ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ, କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ ହଗ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଟୁର୍ନାମେଣ୍ଟର ସେମିଫାଇନାଲ ପୂର୍ବାନୁମାନ କରିଛନ୍ତି। ହଗ୍‌ କହିଛନ୍ତି, ଚଳିତ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଖେଳିବେ।
ଦୀପ ଦାସଗୁପ୍ତାଙ୍କ ୟୁଟ୍ୟୁବ ଶୋ ‘ଦୀପପଏଣ୍ଟ’ରେ ବ୍ରାଡ ହଗ କହିଛନ୍ତି, ଗ୍ରୁପ -୧ରୁ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଓ ଗ୍ରୁପ-୨ରୁ ପାକିସ୍ତାନ ଏବଂ ଭାରତ ସେମିଫାଇନାଲ୍‌ ଖେଳିବାର ସମ୍ଭାବନା ରହିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ବ୍ରାଡ ହଗ ନିଜ ଦେଶ ଅଷ୍ଟ୍ରେଲିଆକୁ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ର ସେମିଫାଇନାଲ ପାଇଁ ପ୍ରତିଯୋଗୀ ତାଲିକାରେ ଅନ୍ତର୍ଭୁକ୍ତ କରିନାହାଁନ୍ତି।ସେମିଫାଇନାଲରେ ପ୍ରବେଶ କରିବା ପାଇଁ ପାକିସ୍ତାନକୁ ଭାରତ ବିପକ୍ଷ ପ୍ରଥମ ମ୍ୟାଚ ଜିତିବାକୁ ପଡିବ ବୋଲି ବ୍ରାଡ ହଗ କହିଛନ୍ତି । ଯଦି ପାକିସ୍ତାନ ଭାରତ ବିପକ୍ଷ ପ୍ରଥମ ମ୍ୟାଚ ହାରିଯାଏ ତେବେ ସେମାନଙ୍କୁ ଆଗକୁ ବଢିବା କଷ୍ଟକର ହେବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ହାଇ ଭୋଲଟେଜ ମ୍ୟାଚ ୨୪ ଅକ୍ଟୋବରରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସମସ୍ତ କ୍ରିକେଟ ପ୍ରଶଂସକ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସଚିନ, ରୋହିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୧।୧- ନ୍ୟୁଜିଲାଣ୍ଡ ଖେଳାଳିମାନେ ଖେଳୁଆଡ଼ ମନୋଭାବ ପାଇଁ ବିଶ୍ୱରେ ବେଶ ପରିଚିତ। କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଆଇସିସି ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ...

କ୍ରିକେଟ୍‌ ପଡିଆରେ ଘଟିଲା ଏମିତି ବିରଳ ଘଟଣା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୯: କ୍ରିକେଟ ପଡିଆରେ ବେଳେବେଳେ ଏକ ଛୋଟ ଭୁଲ ଦଳ ଏବଂ ଖେଳାଳିଙ୍କ ଉପରେ ଭାରୀ ପଡିଯାଏ। କେଣ୍ଟ ଏବଂ ସମମରସେଟ ମଧ୍ୟରେ ଭାଇଟାଲିଟି ବ୍ଲାଷ୍ଟର...

କାତାରରେ ୨୦୩୦ ଏସିଆନ ଗେମ୍ସ

ମସ୍କଟ(ଓମାନ), ୧୭।୧୨(ଏପି)- କାତାରର ଦୋହାକୁ ୨୦୩୦ ଏସିଆନ ଗେମ୍ସ ଆୟୋଜନ ଅଧିକାର ମିଳିଛି। ୨୦୩୪ ଇଭେଣ୍ଟ ସାଉଦି ଆରବର ରିୟାଧରେ ହେବ ବୋଲି ବୁଧବାର ଘୋଷଣା...

ଭର୍ଷ୍ଟାପେନ୍‌ ଜିତିଲେ କାନାଡିଆନ ଗ୍ରାଁପ୍ରି

ମଣ୍ଟ୍ରିଲ, ୨୦ା୬ (ଏପି): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ କାନାଡିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଟାଇଟଲ ସଂଖ୍ୟା...

ଆଲୋଚକଙ୍କୁ କଡ଼ା ଜବାବ ଦେଲେ କୋହଲି

ନୂଆଦିଲ୍ଲୀ,୨୪।୮: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ନଭେମ୍ବର...

ଆଇସିସି ବିଶ୍ୱକପ୍‌: ଶାକିବ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ

ଢାକା, ୧୬।୪- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷଣା କରାଯାଇଛି।...

ତାଲିବାନଙ୍କ ପ୍ରଶଂସାରେ ଶତମୁଖ ଏହି ପ୍ରସିଦ୍ଧ କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ଯିଏକି ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏଥର ତାଲିବାନକୁ ପ୍ରଶଂସା ସେ ପୁଣି...

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ, ୩୧।୭ (ପି.ଟି.): ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର...

Advertisement
Archives

Model This Week