ବଡ଼ ତ୍ରୁଟି

ଦିଲ୍ଲୀଠାରେ ୨୮ ମେ’ ୨୦୨୩ରେ ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସହର ଯୋଜନାକାରୀଙ୍କ ମତରେ ଯେଉଁ ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କରାଗଲା ସେଠାରେ କୌଣସି ନୂତନତ୍ୱ ଆସିପାରିଲା ନାହିଁ। ଯଦି ଦିଲ୍ଲୀଠାରୁ କିଛି ଦୂରରେ ଥିବା ସ୍ଥାନକୁ ବଛାଯାଇ ନୂଆ ନଗର ଗଢ଼ା ଯାଇପାରିଥାଆନ୍ତା, ତେବେ ଏକ ଆଧୁନିକ ରାଜଧାନୀ ଦୃଶ୍ୟମାନ ହୋଇଥାଆନ୍ତା। ଏବେ ଯେଉଁଠାରେ ନୂଆ ବିଲ୍ଡିଂ ନିର୍ମାଣ କରାଯାଇଛି ତାହା ପୁରୁଣା ପାର୍ଲାମେଣ୍ଟଠାରୁ ଅତି ନିକଟରେ। ଅର୍ଥାତ୍‌ ସେଠାରେ ମଧ୍ୟ ପ୍ରବଳ ମାତ୍ରାରେ ପ୍ରଦୂଷଣ ରହିବ। ଦିଲ୍ଲୀଠାରୁ ଟିକେ ଦୂରରେ ମୁକ୍ତ ବାୟୁ ଚଳାଚଳ କରୁଥିବା ଇଲାକାରେ ନୂଆ ବିଲ୍ଡିଂ ହୋଇଥିଲେ ଖର୍ଚ୍ଚ ପ୍ରାୟ ସମାନ ହୋଇଥାଆନ୍ତା। ଫଳରେ ଗୋଟିଏ ଜାଗାରେ ନୂଆ ପାର୍ଲାମେଣ୍ଟ, କେନ୍ଦ୍ରୀୟ ସଚିବାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହ ମନ୍ତ୍ରୀ, ସାଂସଦ ଓ ଅମଲାଙ୍କ ରହଣିସ୍ଥଳ ହୋଇପାରିଥାଆନ୍ତା। ଏଥିସହିତ ଏକ ଖୋଲା ଅଞ୍ଚଳରେ ବିଶ୍ୱସ୍ତରୀୟ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଯିବାଆସିବା ଲାଗି ପ୍ରଶସ୍ତ ରାସ୍ତା, ସବୁଜ ପରିମଣ୍ଡଳ ପାଇ ସେଠାକାର ବାସିନ୍ଦା ପ୍ରଦୂଷଣମୁକ୍ତ ସମସ୍ତ ପ୍ରକାର ସହରୀ ସୁବିଧା ପାଇପାରିଥାଆନ୍ତେ। କିନ୍ତୁ ତାହା ନୋହିଲା। ଏଠାରେ ମନେରଖିବାକୁ ହେବ ଯେ, ସେଣ୍ଟ୍ରାଲ ଭିଷ୍ଟା ପାଇଁ ଭାରତର କରଦାତାମାନେ ବାଧ୍ୟବାଧକତାମୂଳକ ପ୍ରାୟ ୨.୪ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି। ଏଇ ସମୟରେ ଏଭଳି ବଦ୍‌ଖର୍ଚ୍ଚର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଅନେକ ନକାରାତ୍ମକ କଥା ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏଭଳି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରାଯାଇପାରିଥାଆନ୍ତା।
ନୂଆ ସଂସଦ ଭବନ ଉଦ୍‌ଘାଟନ ଦ୍ୱାରା କେନ୍ଦ୍ର ସରକାର ଯେଉଁ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି, ସେହି ବିଷୟରେ ଏବେ ଅଧିକ ଆଲୋଚନା ହେଉଛି। ସାମ୍ବିଧାନିକ ମୁଖ୍ୟ ଭାବେ ରାଷ୍ଟ୍ରପତି ସେଣ୍ଟ୍ରାଲ ଭିଷ୍ଟାକୁ ଉଦ୍‌ଘାଟନ କରିବା ଅଧିକ ଯଥାର୍ଥ ହୋଇଥାଆନ୍ତା। କାରଣ ସଂଘୀୟ ବ୍ୟବସ୍ଥାରେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତିଙ୍କ ସମେତ ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇବାର ବ୍ୟବସ୍ଥା ରହିଛି। ପୁଣି ଦେଖିଲେ ବର୍ତ୍ତମାନ ରାଷ୍ଟ୍ରପତି ଅନେକ ଦୃଷ୍ଟିରୁ ବିଶେଷ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଜଣେ ଆଦିବାସୀ ମହିଳା ଭାବରେ ସେ ପ୍ରଥମ ରାଷ୍ଟ୍ରମୁଖ୍ୟ। ଯଦି ରାଷ୍ଟ୍ରପତି ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଥାଆନ୍ତେ, ତାହା ହେଲେ କେବଳ ଯେ ଓଡ଼ିଶାବାସୀ ସମ୍ମାନିତ ହୋଇଥାଆନ୍ତେ ତାହା ନୁହେଁ, ସମଗ୍ର ପୂର୍ବଭାରତ ସମ୍ମାନିତ ହୋଇଥାଆନ୍ତା। ଏଥିସହିତ ସମ୍ପୃକ୍ତ ପ୍ରକଳ୍ପର ଆରମ୍ଭରୁ ଶେଷ ଯାଏ ଦେଖିଲେ ଶିଳାନ୍ୟାସ ବେଳେ ଦଳିତ ବର୍ଗରୁ ଆସି ରାଷ୍ଟ୍ରପତି ହୋଇଥିବା ରାମନାଥ କୋବିନ୍ଦଙ୍କୁ ସେତେବେଳେ ଅଣଦେଖା କରାଯାଇଥିଲା। ଏବେ ଏହାର ଶୁଭ ଉଦ୍‌ଘାଟନ ବେଳେ ବର୍ତ୍ତମାନର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଣଦେଖା କରାଯିବା ଫଳରେ ସରକାର ଜାଣିଶୁଣି ଏକ ବଡ଼ ତ୍ରୁଟି ଘଟାଇଛନ୍ତି ବୋଲି କୁହାଯାଉଛି।

ଟେକି ନେଲେ

ଦିଲ୍ଲୀଠାରେ ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଥିବା ବେଳେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରନ୍‌ ସିଂଙ୍କ ବିରୋଧରେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରତିବାଦ କରୁଥିବା ମହିଳା କୁସ୍ତିବିତ୍‌ମାନଙ୍କୁ ପୋଲିସ ଉଠାଇ ନେଇଥିବା ଦେଖାଯାଇଛି। ମହିଳା ରେସଲରମାନେ ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ ୨୪ ତାରିଖରୁ ସେଠାରେ ଧାରଣାରେ ବସିଥିଲେ। ନ୍ୟାୟ ପାଇବାରେ ବିଳମ୍ବ ହେଉଥିବାରୁ ୨୮ ମେ’ରେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ବାହାରେ ସେମାନେ ମହିଳା ମହାପଞ୍ଚାୟତ ଲାଗି ଯୋଜନା କରିଥିଲେ। ସେହି ଅନୁଯାୟୀ ଜନ୍ତରମନ୍ତରଠାରୁ ଦୁଇ କିଲୋମିଟର ଦୂର ନୂଆ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରୁଥିଲେ। ବାଟରେ ବ୍ରିଜ୍‌ଭୂଷଣଙ୍କ ବାସଭବନ ପଡ଼ିବା ମାତ୍ରେ ପୋଲିସ ଭିନେଶ ଫୋଗତ, ସାକ୍ଷୀ ମଲିକ୍‌ଙ୍କ ସମେତ ବହୁ ରେସଲରଙ୍କୁ ଅଟକ ରଖିଥିଲେ। ଦିଲ୍ଲୀ ପୋଲିସ କାଇଦା କରି ପ୍ରମୁଖ ବିକ୍ଷୋଭକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଅଟକ ରଖିବାର ଅର୍ଥ ସେମାନଙ୍କ ପ୍ରତିବାଦକୁ ଦୁର୍ବଳ କରିବା ଲାଗି ପ୍ରୟାସ କରାଯାଇଛି।
ଦେଖିବାକୁ ଗଲେ ଦେଶର ରାଜଧାନୀରେ ବଡ଼ ସୌଧ ନିର୍ମାଣ କରିଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇ ନ ଥାଏ। ଜନସାଧାରଣଙ୍କ ଅଭାବ, ଅସୁବିଧାକୁ ଭଲ ଭାବେ ବୁଝି ସେମାନଙ୍କୁ ନ୍ୟାୟ ଦେବା ଏକ ଗଣତାନ୍ତ୍ରିକ ସରକାରଙ୍କ ପ୍ରମୁଖ ଦାୟିତ୍ୱ। ଅସହାୟଙ୍କ ସ୍ବରକୁ ଚାପି ଦେଲେ ମୁଷ୍ଟିମେୟ ଅନ୍ୟାୟକାରୀଙ୍କ ସାହସ ବଢ଼ିଯାଇଥାଏ। ଯେଉଁଭଳି ଭାବେ ପୋଲିସ ବଳ ଲଗାଯାଇ ଦିଲ୍ଲୀର ମହିଳା କୁସ୍ତିବିତ୍‌ଙ୍କୁ ଟେକି ନିଆଗଲା ତାହା ସଭ୍ୟ ସମାଜରେ ନିନ୍ଦିତ ହେବା କଥା। ସରକାରୀ ଦଳର ଜଣେ ଏମ୍‌ପିଙ୍କୁ ସୁରକ୍ଷା ଦେବାକୁ ଯାଇ ନିର୍ଯାତିତଙ୍କ ଉପରେ ଜୁଲମ କରାଯିବା ଗଣତନ୍ତ୍ରକୁ ହତ୍ୟା କରାଗଲା ବୋଲି କୁହାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri