Posted inଖେଳ

ଆଇସିସି ନିୟମରେ ବଡ଼ ପରିବର୍ତ୍ତନ

ଦୁବାଇ,୧୬।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌ (ଆଇସିସି) ପକ୍ଷରୁ ଏହାର କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କୌଣସି କ୍ୟାଚ୍‌ର ନିଷ୍ପତ୍ତି ଟିଭି ଅମ୍ପାୟରଙ୍କୁ ରେଫର କରିବା ପୂର୍ବରୁ ଅନ୍ୟ ଫିଲ୍ଡ ଅମ୍ପାୟର ଆଉଟ ବା ନଟ୍‌ ଆଉଟର ସଫ୍ଟ ସିଗ୍‌ନାଲ ଦେଇଥାନ୍ତି। ଯେତେବେଳେ ଫୁଟେଜ୍‌ରେ ସ୍ପଷ୍ଟ ପ୍ରମାଣ ମିଳି ନ ଥାଏ ସେ ସମୟରେ ସଫ୍ଟ ସିଗ୍‌ନାଲ ଆଧାରରେ ହିଁ ଟିଭି ଅମ୍ପାୟର ନିଷ୍ପତ୍ତି ନେଇଥାନ୍ତି। ଅନେକ ସମୟରେ ଖାଲି ଆଖିରେ ଅମ୍ପାୟରଙ୍କୁ ମଧ୍ୟ ସ୍ପଷ୍ଟ ଜଣା ପଡ଼ି ନ ଥାଏ। ଏପରିକି ଖେଳାଳିମାନେ ଭୁଲ୍‌ରେ ନିଜ ଉଇକେଟ ହରାଉଥିବା କାରଣରୁ ଏହି ନିୟମକୁ କ୍ରିକେଟ ବିଶେଷଜ୍ଞମାନେ ସମାଲୋଚନା କରୁଥିଲେ। ଆଇସିସିର କ୍ରିକେଟ ଏକ୍ଜିକ୍ୟୁଟିଭ୍‌ କମିଟି(ସିଇସି) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ସଫ୍ଟ ସିଗ୍‌ନାଲକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଷ ଓ ମହିଳା କ୍ରିକେଟ କମିଟି ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ପରାମର୍ଶକୁ ସିଇସି ପକ୍ଷରୁ ମଞ୍ଜୁରୀ ମିଳିବା ସହିତ ସଫ୍ଟ ସିଗ୍‌ନାଲ ନିୟମକୁ ହଟାଇ ଦିଆଯାଇଛି। ସଫ୍ଟ ସିଗ୍‌ନାଲ ହଟିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସୌରଭ ଗାଙ୍ଗୁଲି। ବିଗତ କିଛି ବର୍ଷ ଧରି ଏହି ନିୟମକୁ ହଟାଇବା ପାଇଁ ଆଲୋଚନା ହେଉଥିଲା। ଟିଭି ରିପ୍ଲେରେ ସ୍ପଷ୍ଟ ହେଉ ନ ଥିଲେ ଅମ୍ପାୟରଙ୍କ ସଫ୍ଟ ସିଗ୍‌ନାଲ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ, ତେଣୁ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଲୁ ବୋଲି ସେ କହିଛନ୍ତି। ଏହାସହିତ ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କିଛି ସ୍ଥାନରେ ହେଲ୍‌ମେଟ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଦ୍ରୁତ ବୋଲରଙ୍କୁ ଖେଳୁଥିବା ସମୟରେ ବ୍ୟାଟର, ଉଇକେଟ ପାଖରେ କିପିଂ କରୁଥିବା ଉଇକେଟ୍‌କିପର ଓ ବ୍ୟାଟରଙ୍କ କ୍ଳୋଜ୍‌ ରେଞ୍ଜ୍‌ରେ ଫିଲ୍ଡିଂ କରୁଥିବା ଖେଳାଳିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି।
ନୂତନ ଫ୍ରି ହିଟ୍‌ ନିୟମ: ଫ୍ରି ହିଟ୍‌ ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫ୍ରି ହିଟ୍‌ ବଲ୍‌ ଯଦି ଷ୍ଟମ୍ପରେ ବାଜୁଥିଲା ଏଥିରେ ରନ୍‌ ସଂଗ୍ରହ କରି ହେଉ ନ ଥିଲା। ତେବେ ଏହି ନିୟମକୁ ପରିବର୍ତ୍ତନ କରାଯାଇଛି। ଏଣିକି ଫ୍ରି ହିଟ୍‌ ବଲରେ ଖେଳାଳି ବୋଲ୍ଡ ହୋଇଥିଲେ ମଧ୍ୟ ରନ୍‌ ସଂଗ୍ରହ କରିପାରିବେ। ଜୁନ୍‌ ୧, ୨୦୨୩ରୁ ଏହି ନୂତନ ନିୟମ ଲାଗୁ କରାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ମଧ୍ୟ ଏହି ନିୟମ ଲାଗୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri