Posted inଜାତୀୟ

ଦିଦିଙ୍କ ପାଇଁ ବଡ଼ ଆହ୍ବାନ

କୋଲକାତା/ନୂଆଦିଲ୍ଲୀ,୧୪ା୧୧: ନଭେମ୍ବର ୧୦ ତାରିଖ। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦୁଇଟି ଅଶୁଭ ଖବର ଆସିଥିଲା। ଗୋଟିଏ ଥିଲା ଦଳ ଭିତରୁ ଓ ଅନ୍ୟଟି ଦଳ ବାହାରୁ। ବିହାର ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀକୁ ସତ ମାନି ଦିଦି ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ପରାଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଓଲଟା ଫଳାଫଳ ତାଙ୍କୁ ନିରାଶ କରିଥିଲା। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବରିଷ୍ଠ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଦ୍ରୋହ ମମତାଙ୍କୁ ମର୍ମାହତ କରିଥିଲା। ବିହାର ପରିଣାମ ମମତାଙ୍କ ଲାଗି କେବଳ ଏକ ସତର୍କଘଣ୍ଟି ନୁହେଁ, ବରଂ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। କାରଣ ବିହାରର ୫ ସଂଖ୍ୟାଲଘୁ ବହୁଳ ନିର୍ବାଚନମଣ୍ଡଳୀରେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ନେତୃତ୍ୱାଧୀନ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ୍‌ ମୁସ୍‌ଲମିନ୍‌ (ଏଆଇଏମ୍‌ଆଇଏମ୍‌)କୁ ସଫଳତା ମିଳିଛି।
ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନରେ ନିର୍ବାଚନ ହେବ। ୨୦୧୬ରେ ଟିଏମ୍‌ସିକୁ ୨୧୧ ଆସନରେ ସଫଳତା ମିଳିଥିବାବେଳେ ବର୍ତ୍ତମାନ ଶାସକ ଦଳ ଦଖଲରେ ୨୨୪ ସିଟ୍‌ ରହିଛି। ଭାଜପାକୁ ସେତେବେଳେ ମାତ୍ର ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନରେ ୪୨ ଲୋକ ସଭା ଆସନ ମଧ୍ୟରୁ ଟିଏମ୍‌ସି ୨୨ ଆସନରେ ସଫଳତା ପାଇଥିବାବେଳେ ଭାଜପା ୧୮ ସିଟ୍‌ ଦଖଲ କରିବାରେ ସକ୍ଷମ ହୋଇଥିଲା। ଇତିମଧ୍ୟରେ ବିଧାନସଭାରେ ମଧ୍ୟ ଭାଜପାର ବଳ ବୃଦ୍ଧି ଘଟି ଆସନ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ଏବେ ବିହାର ବିଜୟ ପରେ ପଶ୍ଚିମବଙ୍ଗ ଉପରେ ଭାଜପାର ନଜର ରହିଛି। ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ଦିଦିଙ୍କୁ ତାଙ୍କ ଗଡ଼ରେ ଚ୍ୟାଲେଞ୍ଜ କରିଥିଲେ। ଶାହା କହିଥିଲେ, ପଶ୍ଚିମବଙ୍ଗର ସୀମା ସୁରକ୍ଷିତ ନ ଥିବା ଯୋଗୁ ଅନୁପ୍ରବେଶ ଜାରି ରହିଥିବାରୁ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହେବ। ମମତାଙ୍କ ୧୦ ବର୍ଷର ଶାସନରେ ରାଜ୍ୟରେ ଭାଜପା ନେତା ଓ କର୍ମୀଙ୍କୁ ହତ୍ୟା କରାଯାଉଛି। ତେଣୁ ପରିବର୍ତ୍ତନ ଆବଶ୍ୟକ। ଏହା ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ପଶ୍ଚିମବଙ୍ଗରେ କେନ୍ଦ୍ରର ସିଏଏ ଆଭିମୁଖ୍ୟକୁ ଦୋହରାଇଥିଲେ। ଭାଜପାର ପରବର୍ତ୍ତୀ ଟାର୍ଗେଟରେ ମମତା ବାନାର୍ଜୀ ଥିବା ଏଥିରୁ ସ୍ପଷ୍ଟ ହେଉଛି।
ବିହାର ବିଧାନସଭା ନିର୍ବାଚନରେ ସୀମାଞ୍ଚଳର ଆମୋର, ବାହାଦୁରଗଞ୍ଜ, କୋଚଧମନ, ବୈସି ଓ ଜୋକିହାଟ ଆସନରେ ଏଆଇଏମ୍‌ଆଇଏମ୍‌ ପ୍ରାର୍ଥୀ ବିଜୟୀ ହେବା ପରେ ଓଓ୍ବାଇସି ମଧ୍ୟ ପଶ୍ଚିମବଙ୍ଗ ମୁହଁା ହୋଇଛନ୍ତି। ସୀମାଞ୍ଚଳ ହେଉଛି ମୁସଲମାନ ବହୁଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳ। ଏହି ଅଞ୍ଚଳରେ ୩୩% ମୁସ୍‌ଲିମ ଭୋଟର ରହିଛନ୍ତି। ଏହାର ପଡ଼ୋଶୀ ଜିଲା ମୁର୍ଶିଦାବାଦରେ ୬୬%, ମାଲଦାରେ ୫୧%, ଉତ୍ତର ଦିନାଜପୁରରେ ୫୦%, ବୀରଭୂମରେ ୩୭%, ଦକ୍ଷିଣ ୨୪ ପ୍ରଗଣାରେ ୩୫% ସଂଖ୍ୟାଲଘୁ ଭୋଟର ଥିବାରୁ ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ହାଇଦ୍ରାବାଦ ଏମ୍‌ପି ସ୍ପଷ୍ଟ କରିଛନ୍ତି। ଫଳରେ ଟିଏମ୍‌ସିର ପାରମ୍ପରିକ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଗତ ୧୦ ତାରିଖରେ ନନ୍ଦିଗ୍ରାମରେ ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨୦୦୭ରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଭୂମି ଉଚ୍ଛେଦ ପ୍ରତିରୋଧ କମିଟିର ଶହୀଦଙ୍କୁ ସମ୍ମାନ ଦେବା ପାଇଁ ଏକ ବଡ଼ ସଭାର ଆୟୋଜନ କରିଥିଲେ। ନନ୍ଦିଗ୍ରାମ ଦିବସର ତ୍ରୟୋଦଶ ବର୍ଷପୂର୍ତ୍ତି ଅବସରରେ ସେହି ମଞ୍ଚରୁ ସେ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ। କହିଥିଲେ, ତୁମକୁ ଯୁଦ୍ଧଭୂମିରେ ଦେଖିନେବି। ତୁମ ସହ ଏକ ରାଜନୈତିକ ମଞ୍ଚରେ ମୁକାବିଲା ହେବ। ଏନେଇ ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମମତାଙ୍କ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ବିପକ୍ଷରେ ଯାଇ ଶୁଭେନ୍ଦୁ ଭାଜପାକୁ ସାହାଯ୍ୟ କରୁଛନ୍ତି। ତେବେ ଶାସକ ତୃଣମୂଳ କଂଗ୍ରେସର ଏହି ଅଭିଯୋଗ ସତ ହୋଇଥିଲେ ବାମପନ୍ଥୀଙ୍କ ୩୪ ବର୍ଷ ଶାସନର ଅନ୍ତ ଘଟାଇ କ୍ଷମତାସୀନ ହୋଇଥିବା ମମତା ଆଗକୁ କଡ଼ା ଆହ୍ବାନକୁ ସାମ୍ନା କରିପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri