ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା: ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌,୨ା୭:ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରିଛନ୍ତି। ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। କାମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ ନେତା ହୁନ୍‌ ସେନ୍‌ଙ୍କ ସହ ଏକ ସମ୍ବେଦନଶୀଳ ଟେଲିଫୋନ୍‌ ବାର୍ତ୍ତାଳାପକୁ ଲିକ୍‌ କରାଯାଇଥିବାରୁ ଶିନାଓ୍ବାତ୍ରା ଅସାଧୁ ଉପାୟ ଅବଲମ୍ବନ କରିବା ସହ ନୈତିକ ମାନଦଣ୍ଡର ଉଲ୍ଲଂଘନ କରିଥିବା ନେଇ ୩୬ ଜଣ ସିନେଟର ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଆଞ୍ଚଳିକ ବିବାଦକୁ ପ୍ରଶମିତ କରିବା ଏବଂ ସୀମାରେ ସେନା ମୁତୟନଜନିତ ଉତ୍ତେଜନା ହ୍ରାସ କରିବା ଉକ୍ତ ବାର୍ତ୍ତାଳାପର ଉଦ୍ଦେଶ୍ୟ ଥିଲା। ଜୁନ୍‌ ୧୫ ତାରିଖର ଏହି ଟେଲିଫୋନ୍‌ କଲ୍‌ ଲିକ୍‌ ଯୋଗୁ ଘରୋଇ ଉତ୍ତେଜନା ବଢ଼ିବା ସହ ଶିନାଓ୍ବାତ୍ରାଙ୍କ ନେତୃତ୍ୱାଧୀନ ମେଣ୍ଟରୁ ଏକ ବଡ଼ ଦଳ ସମର୍ଥନ ପ୍ରତ୍ୟାହାର କରିବାରୁ ଏହାର ସଂଖ୍ୟାଗରିଷ୍ଠତା ହ୍ରାସ ପାଇଥିଲା। ଶିନାଓ୍ବାତ୍ରା ଦେଶର ସାର୍ବଭୌମତ୍ୱକୁ ଦୁର୍ବଳ କରିଥିବା ଉକ୍ତ ଦଳ ଅଭିଯୋଗ କରିଥିବାବେଳେ ନୂଆ ସରକାର ଦାବିରେ ବିକ୍ଷୋଭକାରୀ ସଂଗଠନଗୁଡ଼ିକ ଆନ୍ଦୋଳନ ବଢ଼ାଇବାକୁ ଧମକ ଦେଇଥିଲେ।
ଶିନାଓ୍ବାତ୍ରା କ୍ଷମତାରେ ରହିବାର ମାତ୍ର ୧୦ ମାସ ପରେ କ୍ଷମତା ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି। ସେନା ସମର୍ଥତ୍ତ ପ୍ରତିଷ୍ଠାନ ଏବଂ ବିଲିୟନେୟାର ଶିନାଓ୍ବାତ୍ରାଙ୍କ ବଂଶ ମଧ୍ୟରେ ୨ ଦଶନ୍ଧି ହେଲା କ୍ଷମତା ଲଢ଼େଇ ଜାରି ରହିଛି। ୨ ଥର ସେନା ବିଦ୍ରୋହ ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଅନେକ ଦଳ ଓ ପ୍ରଧାନମନ୍ତ୍ରୀ କ୍ଷମତାଚ୍ୟୁତ ହୋଇଛନ୍ତି। ଶିନାଓ୍ବାତ୍ରା କୋର୍ଟଙ୍କ ମଙ୍ଗଳବାରର ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଟେଲିଫୋନ୍‌ ବାର୍ତ୍ତାଳାପ ପ୍ରଘଟ ପାଇଁ ହୁନ୍‌ ସେନ୍‌ଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ସେ ଥାଇଲାଣ୍ଡ ସୈନ୍ୟବାହିନୀକୁ ସମାଲୋଚନା କରିଛନ୍ତି। ଦେଶ ପାଇଁ କାମ କରିବା ଏବଂ ସାର୍ବଭୌମତ୍ୱ ବଜାୟ ରଖିବା ସହମତ ଆମର ସମସ୍ତ ସୈନ୍ୟଙ୍କ ଜୀବନ ରକ୍ଷା କରିବା ବାର୍ତ୍ତାଳାପ ପ୍ରଘଟ ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ବୋଲି ଶିନାଓ୍ବାତ୍ରା ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri