ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା: ପ୍ରଧାନମନ୍ତ୍ରୀ ନିଲମ୍ବିତ

ବ୍ୟାଙ୍କକ୍‌,୨ା୭:ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ନ ଶିନାଓ୍ବାତ୍ରାଙ୍କୁ କର୍ତ୍ତବ୍ୟରୁ ନିଲମ୍ବନ କରିଛନ୍ତି। ଫଳରେ ଥାଇଲାଣ୍ଡ ସରକାରଙ୍କୁ ବଡ଼ ଝଟକା ଲାଗିଛି। କାମ୍ବୋଡିଆର ପ୍ରଭାବଶାଳୀ ପୂର୍ବତନ ନେତା ହୁନ୍‌ ସେନ୍‌ଙ୍କ ସହ ଏକ ସମ୍ବେଦନଶୀଳ ଟେଲିଫୋନ୍‌ ବାର୍ତ୍ତାଳାପକୁ ଲିକ୍‌ କରାଯାଇଥିବାରୁ ଶିନାଓ୍ବାତ୍ରା ଅସାଧୁ ଉପାୟ ଅବଲମ୍ବନ କରିବା ସହ ନୈତିକ ମାନଦଣ୍ଡର ଉଲ୍ଲଂଘନ କରିଥିବା ନେଇ ୩୬ ଜଣ ସିନେଟର ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଆଞ୍ଚଳିକ ବିବାଦକୁ ପ୍ରଶମିତ କରିବା ଏବଂ ସୀମାରେ ସେନା ମୁତୟନଜନିତ ଉତ୍ତେଜନା ହ୍ରାସ କରିବା ଉକ୍ତ ବାର୍ତ୍ତାଳାପର ଉଦ୍ଦେଶ୍ୟ ଥିଲା। ଜୁନ୍‌ ୧୫ ତାରିଖର ଏହି ଟେଲିଫୋନ୍‌ କଲ୍‌ ଲିକ୍‌ ଯୋଗୁ ଘରୋଇ ଉତ୍ତେଜନା ବଢ଼ିବା ସହ ଶିନାଓ୍ବାତ୍ରାଙ୍କ ନେତୃତ୍ୱାଧୀନ ମେଣ୍ଟରୁ ଏକ ବଡ଼ ଦଳ ସମର୍ଥନ ପ୍ରତ୍ୟାହାର କରିବାରୁ ଏହାର ସଂଖ୍ୟାଗରିଷ୍ଠତା ହ୍ରାସ ପାଇଥିଲା। ଶିନାଓ୍ବାତ୍ରା ଦେଶର ସାର୍ବଭୌମତ୍ୱକୁ ଦୁର୍ବଳ କରିଥିବା ଉକ୍ତ ଦଳ ଅଭିଯୋଗ କରିଥିବାବେଳେ ନୂଆ ସରକାର ଦାବିରେ ବିକ୍ଷୋଭକାରୀ ସଂଗଠନଗୁଡ଼ିକ ଆନ୍ଦୋଳନ ବଢ଼ାଇବାକୁ ଧମକ ଦେଇଥିଲେ।
ଶିନାଓ୍ବାତ୍ରା କ୍ଷମତାରେ ରହିବାର ମାତ୍ର ୧୦ ମାସ ପରେ କ୍ଷମତା ସଂଘର୍ଷର ସମ୍ମୁଖୀନ ହୋଇଛନ୍ତି। ସେନା ସମର୍ଥତ୍ତ ପ୍ରତିଷ୍ଠାନ ଏବଂ ବିଲିୟନେୟାର ଶିନାଓ୍ବାତ୍ରାଙ୍କ ବଂଶ ମଧ୍ୟରେ ୨ ଦଶନ୍ଧି ହେଲା କ୍ଷମତା ଲଢ଼େଇ ଜାରି ରହିଛି। ୨ ଥର ସେନା ବିଦ୍ରୋହ ଏବଂ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଅନେକ ଦଳ ଓ ପ୍ରଧାନମନ୍ତ୍ରୀ କ୍ଷମତାଚ୍ୟୁତ ହୋଇଛନ୍ତି। ଶିନାଓ୍ବାତ୍ରା କୋର୍ଟଙ୍କ ମଙ୍ଗଳବାରର ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଟେଲିଫୋନ୍‌ ବାର୍ତ୍ତାଳାପ ପ୍ରଘଟ ପାଇଁ ହୁନ୍‌ ସେନ୍‌ଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ସେ ଥାଇଲାଣ୍ଡ ସୈନ୍ୟବାହିନୀକୁ ସମାଲୋଚନା କରିଛନ୍ତି। ଦେଶ ପାଇଁ କାମ କରିବା ଏବଂ ସାର୍ବଭୌମତ୍ୱ ବଜାୟ ରଖିବା ସହମତ ଆମର ସମସ୍ତ ସୈନ୍ୟଙ୍କ ଜୀବନ ରକ୍ଷା କରିବା ବାର୍ତ୍ତାଳାପ ପ୍ରଘଟ ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥିଲା ବୋଲି ଶିନାଓ୍ବାତ୍ରା ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri