Posted inଜାତୀୟ

ବର୍ଷାରେ ବେହାଲ ମୁମ୍ବାଇ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ,୨୩ ।୭: ମହାରାଷ୍ଟ୍ର ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି । କାରଣ ଆସନ୍ତା ୩-୪ ଦିନ ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଛି । ଏଥିପାଇଁ କେନ୍ଦ୍ରୀୟ ରେଲୱେ ୪୮ ଟ୍ରେନକୁ ରଦ୍ଦ କରିଦେଇଛନ୍ତି । ଅନ୍ୟପଟେ ୩୩ ଟ୍ରେନର ରୁଟ ପରିବର୍ତ୍ତନ କରାଯିବା ସହ ୫୧ ଟେନ୍‌ର ଯାତ୍ରାକୁ କମ୍ କରି ଦିଆଯାଇଛି । କେଉଁଠି କେଉଁଠି ଟ୍ରେନ୍ ଲାଇନ ଉପରେ ପାଣି ଜମା ହୋଇ ରହିଛି ତ ପୁଣି କେଉଁଠି ଟ୍ରେନ୍ ଲାଇନ୍ ଉପରେ କାଦୁଅ ଜମା ହୋଇଯାଇଛି । ଆଉ କେତେକ ସ୍ଥାନରେ ଟ୍ରେନ୍ ଟ୍ରାକ କ୍ଷୟ ହୋଇଛି ଯାହା ଦ୍ୱାରା ବଡ ଦୁର୍ଘଟଣାର ସମ୍ଭାବନା ରହିଛି । ଏବେ ମରାମତି କାମ ଚାଲିଛି । ହେଲେ ଦୁର୍ଘଟଣାକୁ ଯଥା ସମ୍ଭବ ଏଡାଇବା ପାଇଁ ରେଲୱେ ପକ୍ଷରୁ ଚେଷ୍ଟା ଜାରି ରହିଛି । ପରିବର୍ତ୍ତିତ ଟ୍ରେନ ଚଳାଚଳର ଏକ ଲିଷ୍ଟ୍ର କେନ୍ଦ୍ରୀୟ ରେଲୱେ ଦ୍ୱାରା ଜାରି କରାଯାଇଛି । ସୂଚନାଯୋଗ୍ୟ, ମୁମ୍ବାଇରେ ଲଗାଣ ବର୍ଷା ଫଳରେ କିଛି ସହର ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଭୂସ୍ଖଳନରେ ଶୁକ୍ରବାର ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ମୋଦିଙ୍କୁ ଜବାବ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୪: କଂଗ୍ରେସର ବିରିଷ୍ଠ ନେତା ଆନନ୍ଦ ଶର୍ମା ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ହେଉଛି...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ...

ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ବିମାନ ଉଡ଼ାଣ ମନା

ନୂଆଦିଲ୍ଲୀ,୯।୩: କରୋନା ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ପାଇଲଟଙ୍କୁ ବିମାନ ଉଡ଼ାଣ ମନା କରାଯାଇଛି। ଏନେଇ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ...

‘ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ଦାୟୀ ’

ନୂଆଦିଲ୍ଲୀ,୨୮।୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ। ଆଉ ଦେଶରେ ଯେଉଁ ଗତିରେ ଟିକାକରଣ ଚାଲିଛି, ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣ...

ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା

ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ...

ଗୋଟିଏ ସମ୍ପ୍ରଦାୟକୁ ବିରିୟାନି ଖୁଆଇଥିଲା ଏଏପି: ପର୍‌ଭେଶ୍‌

ନୂଆଦିଲ୍ଲୀ,୯ା୨: ଭୋଟ ଦିନ ପୁଣି ଥରେ ଭାଜପାର ବିବାଦୀୟ ଏମ୍‌ପି ପର୍‌ଭେଶ ବର୍ମା ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି। ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଶାହିନବାଗ୍‌, ସିଲମପୁର...

ଗଣଭୋଟ ପାଇଁ ମମତାଙ୍କ ଆହ୍ବାନ

କୋଲକାତା, ୨୦।୧୨:ନୂଆ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଜାତିସଂଘ ତତ୍ତ୍ୱାବଧାନରେ ଏହା ଉପରେ ଗଣଭୋଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ...

ଖୁସି ଖବର, ସେପ୍ଟେମ୍ବରରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି।...

Advertisement
Archives

Model This Week