Posted inଖେଳ

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ ପଦାଧିକାରୀଙ୍କ ସହ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର, ଚିଫ୍ ସିଲେକ୍ଟର ଅଜିତ ଅଗରକର ଏବଂ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ମୁଖ୍ୟ VVS ଲକ୍ଷ୍ମଣ ମଧ୍ୟ ସାମିଲ ହେବେ।

ସବୁଠାରୁ ବଡ଼ କଥା ହେଉଛି, ଏହି ବୈଠକରେ ଷ୍ଟାର୍ ବ୍ୟାଟର୍ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହୋଇପାରେ । ୨୦୨୭ ଓଡିଆଇ ବିଶ୍ୱକପ୍‌ରେ ରୋହିତ ଖେଳିବେ କି ନାହିଁ, ସେନେଇ ମଧ୍ୟ ବଡ଼ ନିଷ୍ପତ୍ତି ହୋଇପାରେ। ଇଂଲଣ୍ଡ ଓ ଆୟର୍ଲାଣ୍ଡରେ ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପରାଜୟ ଏବଂ ଇଂଲଣ୍ଡ ବିପକ୍ଷ ଓଡିଆଇ ସିରିଜ୍‌ରେ ମିଳିଥିବା ହାରକୁ ନେଇ ପୂର୍ବରୁ ଏହି ବୈଠକ ଡକାଯାଇଥିଲା। କିନ୍ତୁ ଜିମ୍ବାୱେ ଟି-୨୦ ସିରିଜ୍ ଏବଂ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ କାରଣରୁ ବୈଠକକୁ ସ୍ଥଗିତ ରଖାଯାଇଥିଲା। ପରେ ଭାରତ ଜିମ୍ବାୱେ ଟି-୨୦ ଏବଂ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଜିତିଥିଲା। ଏବେ ଗୁରୁବାର ହେବାକୁ ଥିବା ବୈଠକରେ ସିନିୟର ପୁରୁଷ ଦଳର ସାମ୍ପ୍ରତିକ ପ୍ରଦର୍ଶନର ବିସ୍ତୃତ ସମୀକ୍ଷା କରାଯିବ। କେଉଁଠି ଭୁଲ୍ ହେଲା ଏବଂ କେଉଁ ଦିଗ ଭଲ ରହିଲା, ତାହା ଉପରେ ଆଲୋଚନା ହେବ।

ରୋହିତ ଶର୍ମାଙ୍କ ୨୦୨୭ ଓଡିଆଇ ବିଶ୍ୱକପ୍ ପ୍ଲାନ୍‌ରେ ନଥିବା ନେଇ କିଛି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଗୁରୁବାରର ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ ରୋହିତଙ୍କ ବିଷୟରେ ଏପର୍ଯ୍ୟନ୍ତ BCCI ପକ୍ଷରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ ।

ବୈଠକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳିଙ୍କ ଆଘାତ ଓ ଫିଟନେସ୍‌କୁ ନେଇ ମଧ୍ୟ ଆଲୋଚନା ହେବ । ଏହା ସହ ନ୍ୟୁଜିଲାଣ୍ଡର ମଲ୍ଟି-ଫର୍ମାଟ୍ ଗସ୍ତ, ଘରୋଇ ବର୍ଡର-ଗାଭାସ୍କର ଟ୍ରଫି ଏବଂ ୨୦୨୭ ପୁରୁଷ ଓଡିଆଇ ବିଶ୍ୱକପ୍ ପାଇଁ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ ହୋଇପାରେ। କେବଳ ରୋହିତ ଶର୍ମା ନୁହେଁ, ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ଭବିଷ୍ୟତ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ। ତେବେ ଏନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରିକ ସୂଚନା ସାମ୍ନାକୁ ଆସିନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri