କିଭ୍‌ରେ ବାଇଡେନ୍‌

ଫେବୃୟାରୀ ୨୪ରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଛି। ତଥାପି ଯୁଦ୍ଧ ଅମୀମାଂସିତ ରହୁଛି। ରୁଷିଆ ଆଗେ ଆକ୍ରମଣ କରି ଭାବିନେଇଥିଲା କମ୍‌ ଦିନରେ ୟୁକ୍ରେନ୍‌କୁ ଅକ୍ତିଆର କରି ଯୁଦ୍ଧଜୟୀ ହେବ। ହେଲେ ଦୃଢ଼ ମନୋବଳ ଓ ବିଶ୍ୱର ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ରରୁ ସାମରିକ ଏବଂ ନୈତିକ ସମର୍ଥନ ପାଇ ୟୁକ୍ରେନ୍‌ ନୂତନ ପ୍ରଯୁକ୍ତିସଂଲଗ୍ନ ଯୁଦ୍ଧରେ ରୁଷିଆକୁ ପ୍ରତିହତ କରିଚାଲିଛି। ଏଭଳି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦ ଫେବୃୟାରୀରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚତ୍ବା ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ସେଠାରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟି ରୁଷିଆର ଦୁର୍ବଳତା ବିଷୟରେ ବଖାଣିଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଜୟ ଆକାଂକ୍ଷା ଧୂଳିସାତ୍‌ ହୋଇଛି। ନିଜ ଦେଶରେ ଆଉ ଭବିଷ୍ୟତ ଦେଖିପାରୁ ନ ଥିବା ଯୁବ ଓ ପ୍ରତିଭାସମ୍ପନ୍ନ ବର୍ଗ ରୁଷିଆ ଛାଡ଼ୁଛନ୍ତି। ଅର୍ଥନୀତି ଏକଘରିଆ ହୋଇଯାଇଥିବା ବେଳେ ତିଷ୍ଠିରହିବା ପାଇଁ ରୁଷିଆ ସଂଗ୍ରାମ କରୁଛି ବୋଲି ବାଇଡେନ୍‌ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଜେଲେନେସ୍କିଙ୍କ ମତ ହେଉଛି, ରୁଷିଆର ବିଜୟ ସମ୍ଭାବନା କ୍ଷୀଣ। ଅନ୍ୟପକ୍ଷରେ ବାଇଡେନ୍‌ଙ୍କ କିଭ୍‌ ଗସ୍ତକୁ ରୁଷିଆ ଗମ୍ଭୀରତାର ସହ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ମସ୍କୋ ବିରୋଧୀ ରହିଥିବାର ଅଧିକ ପ୍ରମାଣ ମିଳିଲା ବୋଲି କହିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୟୁରୋପରେ ସର୍ବାଧିକ ଗ୍ରାଉଣ୍ଡ୍‌ ଓ୍ବାର ଭାବେ ଅଭିହିତ କରାଯାଉଛି। ଏକବର୍ଷ ଧରି ଲାଗି ରହିଥିବା ଏହି ସଂଘର୍ଷରେ ଉଭୟ ପକ୍ଷର ଅନେକ ହଜାର ସୈନ୍ୟଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଅସଂଖ୍ୟ ବିସ୍ଫୋରଣ ଯୋଗୁ ଦୁଇ ଦେଶର ବହୁ ଇଲାକା ଏବେ ବନ୍ଧ୍ୟା ଅଞ୍ଚଳ ହୋଇଯାଇଛି। ଏଥିରେ ୟୁକ୍ରେନ୍‌ର ବେଶି କ୍ଷତି ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବ ଚିତ୍ର ଜାଣିବା କଷ୍ଟକର। ତେବେ ରୁଷିଆର ସାମରିକ ଓ ଅର୍ଥନୈତିକ ଆକାର ଦେଖିଲେ ଏହା ୟୁକ୍ରେନ୍‌ ଉପରେ ଭାରି ପଡ଼ୁଥିବା ବୁଝାପଡ଼ୁଛି। ତୁଳନାତ୍ମକ ଭାବେ ୟୁକ୍ରେନ୍‌ ଛୋଟିଆ ଭୂଖଣ୍ଡ ହୋଇଥିଲେ ମଧ୍ୟ ଏହାର ରାଷ୍ଟ୍ରପତି, ସେନା ଓ ସାଧାରଣ ଲୋକଙ୍କ ମନୋବଳ ରୁଷିଆକୁ ବିଜୟୀ ହେବାକୁ ସୁଯୋଗ ଦେଉନାହିଁ। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଜେଲେନେସ୍କିଙ୍କୁ ରହିଆସିଥିବା ଭିତିରି ସମର୍ଥନ ୨୦ ଫେବୃୟାରୀରେ ସର୍ବସମ୍ମୁଖକୁ ଆସିବା ପରେ ରୁଷିଆ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ। ବିଶେଷଜ୍ଞଙ୍କ ମତରେ ଏହି ଯୁଦ୍ଧକୁ ନେଇ ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଯେଉଁ କଟକଣା ଲଗାଇ ମସ୍କୋ ଅର୍ଥନୀତିକୁ ଚୂର୍ଣ୍ଣୀଭୂତ କରିବାକୁ ପ୍ରୟାସ କରିଥିଲେ ସେଥିରେ ସେମାନେ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଭଳି ମନେ ହେଉନାହିଁ। କାରଣ ରୁଷିଆ ଶକ୍ତି କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛି। ଏହା ପାଖରେ ସର୍ବାଧିକ ଗ୍ୟାସ୍‌ ସଂରକ୍ଷିତ ଅଛି। ଦ୍ୱିତୀୟ ସର୍ବାଧିକ କୋଇଲା, ଅଷ୍ଟମ ସର୍ବାଧିକ ତୈଳ ଓ ୟୁରୋପରେ ସର୍ବାଧିକ ଅଏଲ୍‌ ସେଲ୍‌ ରିଜର୍ଭ ରୁଷିଆର ରହିଛି। ସେହି ଦୃଷ୍ଟିରୁ ଦେଖିଲେ ୟୁରୋପ ସମେତ ଅନ୍ୟାନ୍ୟ ମହାଦେଶ ରୁଷିଆ ଉପରେ ନିର୍ଭରଶୀଳ। ୟୁରୋପରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଅନେକ ରାଷ୍ଟ୍ର ରୁଷିଆଠାରୁ ଶକ୍ତି ନ ପାଇ କିଭଳି ଡହଳବିକଳ ହୋଇଥିଲେ ତାହା ଏହିବର୍ଷ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ରୁଷିଆର ଏଭଳି ସମ୍ବଳ ଥାଇ ମଧ୍ୟ ପାଶ୍ଚାତ୍ୟ କଟକଣା ତା’ ଅର୍ଥନୀତିକୁ ବିଗାଡ଼ି ଦେଇଥିବା ଦେଖିବାକୁ ମିଳିଛି।
ଇତିମଧ୍ୟରେ ବାଇଡେନ୍‌ ପ୍ରଶାସନ ୟୁକ୍ରେନ୍‌କୁ ୩୦ ବିଲିୟନ୍‌ ଡଲାରର ନିରାପତ୍ତା ସହାୟତା ଦେଇସାରିଛି। ପୁନଶ୍ଚ ୫୦୦ ମିଲିୟନ ଡଲାରର ନୂତନ ସାମରିକ ସହାୟତା ଦେବା ବିଷୟ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଦୀର୍ଘ ଏକ ବର୍ଷ କାଳ ଯୁଦ୍ଧ ଲାଗି ରହିଥିବା ବେଳେ ବର୍ତ୍ତମାନ ବାଇଡେନଙ୍କ କିଭ୍‌ ଗସ୍ତ ଆଉ ଏକ ଦିଗକୁ ସୂଚାଉଛି। ଆମେରିକାରେ ବାଇଡେନଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲାଣି। ଏଥିସହିତ ଆମେରିକା ଅର୍ଥନୀତି ମଧ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି। ଏହି ଦେଶ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ସହ ତାହାକୁ ବିକ୍ରି କରି ଅଜସ୍ର ଅର୍ଥ ଉପାର୍ଜନ କରିଥାଏ। ଦୁର୍ବଳ ହୋଇଯାଉଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ବାଇଡେନ ନୂଆ ରଣକୌଶଳ ଅନୁସରଣ କରୁଥାଇପାରନ୍ତି ବୋଲି କୁହାଯାଇପାରେ। ସେପଟେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସାମରିକ ଶକ୍ତି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଏକଚ୍ଛତ୍ରବାଦ ନୀତି ତାଙ୍କୁ ତାଙ୍କ ଦେଶରେ ନିନ୍ଦିତ କରିଦେଇଥିବା ମନେହେଉଛି। ଏଭଳି ସ୍ଥଳେ ବାଇଡେନଙ୍କ କିଭ୍‌ ଗସ୍ତ ଯୁଦ୍ଧକୁ ଅଗ୍ନି ସଂଯୋଗ କରିବା ଭଳି ପ୍ରତୀୟମାନ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ବହୁ ଦିଗରୁ କ୍ଷତି ସହିଲାଣି। ଏହି ପରିପ୍ରେକ୍ଷୀରେ ବାଇଡେନ୍‌ ଯୁଦ୍ଧକୁ ଉସ୍‌କାଇଲା ଭଳି ପଦକ୍ଷେପ କି ପ୍ରକାରର ନୂଆ ସମୀକରଣ ସୃଷ୍ଟି କରିବ, ତାହାକୁ ବିଶ୍ୱବାସୀ ଅନାଇ ରହିବା ସ୍ବାଭାବିକ।

ବାଇଡେନଙ୍କ କିଭ୍‌ ଗସ୍ତ ଯୁଦ୍ଧକୁ ଅଗ୍ନି ସଂଯୋଗ କରିବା ଭଳି ପ୍ରତୀୟମାନ ହେଉଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ବହୁ ଦିଗରୁ କ୍ଷତି ସହିଲାଣି। ଏହି ପରିପ୍ରେକ୍ଷୀରେ ବାଇଡେନ୍‌ ଯୁଦ୍ଧକୁ ଉସ୍‌କାଇଲା ଭଳି ପଦକ୍ଷେପ କି ପ୍ରକାରର ନୂଆ ସମୀକରଣ ସୃଷ୍ଟି କରିବ, ତାହାକୁ ବିଶ୍ୱବାସୀ ଅନାଇ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri