ମ୍ୟାଜିକ୍‌ ନମ୍ବର ମୁହାଁ ବାଇଡେନ୍‌

ଓ୍ବାଶିଂଟନ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଇତିମଧ୍ୟରେ ୫୦ ରାଜ୍ୟ ମଧ୍ୟରୁ ୪୧ ରାଜ୍ୟର ଫଳାଫଳ ମିଳିଛି। ମିଳିଥିବା ଫଳାଫଳ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପଛରେ ପକାଇ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଆଗୁଆ ରହିଛନ୍ତି। ଇଲେକ୍ଟୋରଲ ଭୋଟ ଗଣତିରେ ବାଇଡେନ୍‌ ୨୨୪ରେ ଥିବାବେଳେ ଟ୍ରମ୍ପ୍‌ ୨୧୩ରେ ରହିଛନ୍ତି। କ୍ଷମତା ହାସଲ ପାଇଁ ମୋଟ ୫୩୮ ଇଲେକ୍ଟୋରଲ ଭୋଟ ମଧ୍ୟରୁ ୨୭୦ ଇଲେକ୍ଟୋରଲ ଭୋଟର ଆବଶ୍ୟକତା ରହିଛି। ବାଇଡେନ ଧିରେଧିରେ ଏହି ମ୍ୟାଜିକ୍‌ ନମ୍ବର ମୁହାଁ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ହ୍ବାଇଟ୍‌ ହାଉସ୍‌କୁ ସୈନ୍ୟ ଛାଉଣିରେ ପରିଣତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ୍‌ ହସ୍ପିଟାଲ କରୋନା ମୁକ୍ତ

ବେଜିଂ,୨୭ା୪: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ୍‌ ସହର ରବିବାର କରୋନା ମୁକ୍ତ ହୋଇଛି। କରୋନା ସଂକ୍ରମିତ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନ...

ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କୁ କରାଯାଉଛି ସାମିଲ

ଜେନେଭା/ନୂଆଦିଲ୍ଲୀ,୩୦।୧: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆତଙ୍କବାଦୀ ସଂଗଠନରେ ନାବାଳକଙ୍କ ସାମିଲ୍‌ କରାଯାଉଥିବା ପ୍ରସଙ୍ଗ ନେଇ କ୍ଷୋଭ ପ୍ରକାଶ କରିଛି। ଭାରତ ପକ୍ଷରୁ ସ୍ଥାୟୀ ଉପ-ପ୍ରତିନିଧି...

କରୋନା ସମୟରେ ସନ୍ତାନ ପ୍ରସବ କଲେ ମିଳିବ ଟଙ୍କା

କରୋନା ଜୀବାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ, ଏମିତି ଏକ ଦେଶ ଅଛି, ଯେଉଁଠି ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ପ୍ରୋତ୍ସାହନ...

ଏସିଆର ମହଙ୍ଗା ଛାଡ଼ପତ୍ର: ରାତାରାତି କୋଟିପତି ପାଲଟିଲେ ମହିଳା

ବେଜିଂ, ୨।୬: ଏସିଆର ଏକ ମହଙ୍ଗା ଛାଡ଼ପତ୍ରରେ ଜଣେ ମହିଳା ରାତାରାତି କୋଟିପତି ପାଲଟି ଯାଇଛନ୍ତି। ଚାଇନା ଶେଜ୍ନେନର କାଙ୍ଗଟଇ ବାୟୋଲୋଜିକାଲ ପ୍ରଡକ୍ଟର ଅଧ୍ୟକ୍ଷ ଡ୍ୟୁ...

ଟ୍ରମ୍ପଙ୍କ ସହ ଭାରତ ଆସିବେ ଝିଅ ଇଭାଙ୍କା

ଓ୍ବାଶିଂଟନ୍‌,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ମଧ୍ୟ ଭାରତ ଆସୁଛନ୍ତି।...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ...

ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ...

କାବୁଲରେ ଆଇଇଡି ବିସ୍ଫୋରଣ

କାବୁଲ,୨୭।୫:ଆଫଗାନୀସ୍ତାନ କାବୁଲରେ ସୋମବାର ଆଇଇଡି ବିସ୍ଫୋରଣରେ ଏକ ବସ୍‌ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା...

Advertisement


Archives

Model This Week