ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି । ଶପଥ ଗ୍ରହଣ ପରେ କାମ ଆରମ୍ଭ କରିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯିବାବେଳେ ବାଇଡେନ୍‌ ସୋସିଆଲ ମିଡିଆରେ ଲେଖିଥିଲେ, ଆମକୁ ସାମ୍ପ୍ରତିକ ସଙ୍କଟରୁ ମୁକୁଳିବାକୁ ଅଛି । ଆମ ପାଖରେ ବରବାଦ କରିବା ପାଇଁ ସମୟ ନାହିଁ ।

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ସର୍ବପ୍ରଥମେ ସେ ୧୫ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ଉପରେ ସ୍ବାକ୍ଷର କରିଛନ୍ତି। ଏଥିରେ କରୋନା ମହାମାରୀର ମୁକାବିଲାରେ ସରକାରଙ୍କୁ ସହଯୋଗ ମିଳିବା ସମ୍ପର୍କିତ ଅର୍ଡର ମଧ୍ୟ ସାମିଲ ଅଛି। ଏହା ବ୍ୟତୀତ ଜଳବାୟୁ ସଙ୍କଟ ଓ ଆପ୍ରବାସନ ସମ୍ପର୍କିତ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ବଦଳାଇବା ପାଇଁ ନୂଆ ଆଦେଶ ମଧ୍ୟ ରହିଛି। ଏହା ପୂର୍ବରୁ କଳା ମାସ୍କ ପିନ୍ଧି ଓଭାଲ ଅଫିସକୁ ଆସିଥିବା ରାଷ୍ଟ୍ରପତି ବାଇଡେନ୍‌ ଖବରଦାତାମାନଙ୍କ ସହ ଆଲୋଚନା ବେଳେ କହିଥିଲେ, କୋଭିଡ୍‌ ସଙ୍କଟ, ଆର୍ଥିକ ସଙ୍କଟ ଓ ଜଳବାୟୁ ସଙ୍କଟ ତାଙ୍କ ବଡ଼ ପ୍ରାଥମିକତା ମଧ୍ୟରେ ରହିଛି।
ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱରେ ପ୍ରଥମ ସରକାରୀ ଅର୍ଡର ହେଉଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକାର ପୁନଃ ଯୋଗଦାନ ସମ୍ପର୍କିତ। ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ ଗତବର୍ଷ ଡବ୍ଲ୍ୟୁଏଚ୍‌ଓକୁ ଅକ୍ଷମ ଭାବେ ଅଭିହିତ କରିଥିଲେ। ଏହାସହ କରୋନା ମହାମାରୀ ଉପରେ ଚାଇନାର ଚାପରେ ନଇଁପଡ଼ିଥିବା ଦର୍ଶାଇ ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥାରୁ ଆମେରିକା ଓହରିଯିବା ନେଇ ସେ ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଏପ୍ରିଲରେ ସାରା ବିଶ୍ୱକୁ କରୋନା ସଂକ୍ରମଣ ବ୍ୟାପିଥିବାବେଳେ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓ ଚାଇନା ଦ୍ୱାରା ନିୟନ୍ତ୍ରିତ ବୋଲି କହି ଏହାକୁ ଆମେରିକାର ପାଣ୍ଠି ପ୍ରଦାନ ବନ୍ଦ କରିଦେଇଥିଲେ। ଆସନ୍ତା ଜୁଲାଇରେ ତାଙ୍କ ଅର୍ଡର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ବାଇଡେନ୍‌ଙ୍କ ଅର୍ଡର ଏହାକୁ ରଦ୍ଦ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ବୁଧବାର ଏକ ପତ୍ର ଲେଖିଛନ୍ତି। ଘାତକ କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ଡବ୍ଲ୍ୟୁଏଚ୍‌ଓ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ତେଣୁ ଆମେରିକା ନିଜ ସଦସ୍ୟତା ବଜାୟ ରଖିବାକୁ ଚାହେଁ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ଗୁଟେରେସ୍‌ ବାଇଡେନ୍‌ଙ୍କ ପ୍ରସ୍ତାବକୁ ସ୍ବାଗତ କରିବା ସହ ଓ୍ବାଶିଂଟନର ସମର୍ଥନ ସମସ୍ତ ଦେଶକୁ ଭାକ୍ସିନ ଯୋଗାଣରେ ସହାୟକ ହେବ ବୋଲି କହିଛନ୍ତି।
ନିକଟରେ ଟ୍ରମ୍ପ୍‌ ପ୍ରଶାସନର ଏକ ରିପୋର୍ଟରେ ସ୍କୁଲଗୁଡ଼ିକରେ ଦେଶଭକ୍ତି ଶିକ୍ଷା ପ୍ରଚଳନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହାକୁ ଐତିହାସିକମାନେ ଉପହାସ କରି ଏକ ରାଜନୈତିକ ପ୍ରୋପାଗଣ୍ଡା ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ବାଇଡେନ୍‌ ଟ୍ରମ୍ପ୍‌ଙ୍କ ଏହି ଦେଶଭକ୍ତି ଶିକ୍ଷା ନୀତିକୁ ରଦ୍ଦ କରିଛନ୍ତି। ସେହିପରି ବାଇଡେନ୍‌ ପ୍ରଥମ ଦିନରେ କଂଗ୍ରେସକୁ ଏକ ବିସ୍ତୃତ ଆପ୍ରବାସନ ବିଲ୍‌ ପଠାଇଛନ୍ତି। ବିନା ଦସ୍ତାବିଜରେ ଆମେରିକାରେ ବସବାସ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ନାଗରିକତ୍ୱ ଓ ବୈଧ ମାନ୍ୟତା ପ୍ରଦାନରେ ଏହା ସହାୟକ ହେବ। ଏଥିଯୋଗୁ ହଜାର ହଜାର ଭାରତୀୟ ଆଇଟି ପ୍ରଫେସନାଲ ଉପକୃତ ହେବେ ବୋଲି କୁହାଯାଉଛି।

ବଡ଼ ନିଷ୍ପତ୍ତି
ରାଷ୍ଟ୍ରପତି ବାଇଡେନ୍‌ ନିଜ ଅଫିସରେ ପ୍ରଥମ କିଛି ଘଣ୍ଟା ବିତାଇବାବେଳେ ଟ୍ରମ୍ପ୍‌ଙ୍କ କେତେକ ନୀତିକୁ ପଲଟାଇବା ସହ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ସ୍ବାକ୍ଷର କଲେ।
ପ୍ୟାରିସ୍‌ ଜଳବାୟୁ ଚୁକ୍ତିରେ ପୁନଃ ଯୋଗଦାନ ନିମନ୍ତେ ପଥ ଅନୁକୂଳ କରିବା ସହ ବିବାଦୀୟ କିଷ୍ଟୋନ୍‌ ଏକ୍ସଏଲ୍‌ ପାଇପ୍‌ଲାଇନ୍‌ ଯୋଜନାକୁ ରଦ୍ଦ କଲେ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଲେ ଏବଂ ସମସ୍ତ ଫେଡେରାଲ ସମ୍ପତ୍ତିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲେ।
ମୁସଲିମ୍‌ ଦେଶଗୁଡ଼ିକ ଉପରେ ଜାରି ହୋଇଥିବା ଯାତ୍ରା କଟକଣା ପ୍ରତ୍ୟାହାର କରିବା ସହ ମେକ୍ସିକୋ ସୀମାରେ ଟ୍ରମ୍ପ୍‌ଙ୍କ ପ୍ରାଚୀର ନିର୍ମାଣକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ।

ଜୋ ବାଇଡେନ୍‌ ଓ ତାଙ୍କ ନୂଆ ପ୍ରଶାସନ ସହ କାର୍ଯ୍ୟ କରିବାକୁ ଆଶାବାଦୀ। ଜଳବାୟୁ ପରିବର୍ତ୍ତନ ଓ କରୋନା ମୁକାବିଲା ସମେତ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ।
– ବୋରିସ୍‌ ଜନ୍‌ସନ, ବ୍ରିଟେନ ପ୍ରଧାନମନ୍ତ୍ରୀ
କାନାଡା ଓ ଆମେରିକା କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ସହଭାଗିତା ଜାରି ରଖିବେ। ସମସ୍ତଙ୍କ ସମୃଦ୍ଧି ପାଇଁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାର ନିରନ୍ତର ସମର୍ଥନ ବଜାୟ ରହିବ।
– ଜଷ୍ଟିନ୍‌ ଟ୍ରୁଡୋ, କାନାଡା ପ୍ରଧାନମନ୍ତ୍ରୀ
ଆମେରିକା ସ୍ଥିତିକୁ ଫେରିଛି ଓ ୟୁରୋପ ପ୍ରସ୍ତୁତ ହୋଇରହିଛି। ଜଣେ ପୁରୁଣା ଓ ବିଶ୍ୱସ୍ତ ସହଯୋଗୀଙ୍କ ସହ ପୁନଃ ସମ୍ପର୍କ ପ୍ରତିଷ୍ଠା ପାଇଁ ଆଶାବାଦୀ।
– ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ, ୟୁରୋପୀୟ କମିଶନ ଅଧ୍ୟକ୍ଷ
ବେଜିଂ ନୂଆ ପ୍ରଶାସନ ସହ ମିଶି ଚାଇନା-ଆମେରିକା ସମ୍ପର୍କକୁ ଧୀରେ ଧୀରେ ଆଗେଇନେବ। ଦୁଇଦେଶ ମିଳିତ ଭାବେ ବୈଶ୍ୱିକ ସଙ୍କଟକୁ ଦୂର କରିବାରେ ସହାୟକ ହେବେ।
– କୁଇ ଟିଆନ୍‌କାଇ, ଆମେରିକାରେ ଚାଇନା ରାଷ୍ଟ୍ରଦୂତ
ଏହି ମହାନ୍‌ ଦିନ ପାଇଁ ଆମେରିକୀୟମାନଙ୍କୁ ଶୁଭେଚ୍ଛା। ଆମେ ଏକାଠି ରହିଛେ। ସାମ୍ପ୍ରତିକ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବା ପାଇଁ ଆହୁରି ଶକ୍ତିଶାଳୀ ହେବା। ବିଶ୍ୱ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା।
– ଇମାନ୍ବେଲ ମାକ୍‌ରଁ, ଫ୍ରାନ୍ସ ରାଷ୍ଟ୍ରପତି
ଆମେରିକାର ନୂଆ ଆରମ୍ଭ ଗଣତନ୍ତ୍ରକୁ ଆହୁରି ମହାନ୍‌ କରିବ। ‘ଆମେରିକା ୟୁନାଇଟେଡ୍‌’ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ କୋରିଆବାସୀ ବାଇଡେନ୍‌ଙ୍କ ସହ ଅଛନ୍ତି।
– ମୁନ୍‌ ଜାଏ-ଇନ୍‌, ଦକ୍ଷିଣ କୋରିଆ ରାଷ୍ଟ୍ରପତି
ପ୍ୟାରିସ୍‌ ଚୁକ୍ତିରେ ପୁନଃ ଯୋଗଦାନ ଏବଂ ଡବ୍ଲ୍ୟୁଏଚ୍‌ଓରୁ ଓହରିବାକୁ ବନ୍ଦ କରିବା ନେଇ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଉଦ୍ଦେଶ୍ୟ ସ୍ବାଗତଯୋଗ୍ୟ।
– ଜାସିଣ୍ଡା ଆର୍ଡେନ, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ଇସ୍ରାଏଲ୍‌ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ସହ ଦ୍ୱିପାକ୍ଷିକ ମେଣ୍ଟ ସୁଦୃଢ଼ ହେବ।
– ବେଞ୍ଜାମିନ୍‌ ନେତାନ୍ୟାହୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜଣେ ସ୍ବେଚ୍ଛାଚାରୀଙ୍କ ଯୁଗର ଅବସାନ ହୋଇଛି। ବାଇଡେନ୍‌ ଯଦି ପାରିବେ ବିଗତ ୪ ବର୍ଷର କଳଙ୍କକୁ ଆଗାମୀ ୪ ବର୍ଷରେ ଲିଭାଇବାକୁ ଉଦ୍ୟମ କରନ୍ତୁ।
– ହାସନ ରୁହାନି, ଇରାନ ରାଷ୍ଟ୍ରପତି


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri