ବିଜୟ ପଥେ ବାଇଡେନ୍

ଓ୍ବାଶିଂଟନ/ନ୍ୟୁୟର୍କ,୫ା୧୧-ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ଜିତିବ ତାକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଭୋଟ ଗଣତିର ଦ୍ୱିତୀୟ ଦିନରେ ବାଇଡେନ୍‌ ବିଜୟର ଧାରା ଅବ୍ୟାହତ ରଖି ବିଶ୍ୱର ସବୁଠୁ ହାଇପ୍ରୋଫାଇଲ୍‌ ଅଫିସ୍‌ ପଥରେ ଅଗେଇ ଚାଲିଛନ୍ତି। ରାଷ୍ଟ୍ରପତି ପଦରେ ଆସିନ ହେବା ପାଇଁ ବାଇଡେନଙ୍କୁ ଆଉ ମାତ୍ର ୬ ଇଲେକ୍ଟୋରାଲ ଭୋଟ ଆବଶ୍ୟକ ଥିବାବେଳେ ୨୧୪ ଭୋଟରେ ସୀମିତ ରହିଥିବା ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପ୍‌ ହାତରୁ ହ୍ବାଇଟ୍‌ ହାଉସ୍‌ ଖସିବାରେ ଲାଗିଛି। ନିଜ ଉଜ୍ଜ୍ୱଳ ବିଜୟ ସମ୍ଭାବନା ଦେଖି ବାଇଡେନ୍‌ ଘୋଷଣା କରିଛନ୍ତି, ଆମେ ହାର ମାନିବା ନାହିଁ। ଡେଲାଓ୍ବେରରେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ଉପସ୍ଥିତିରେ ବାଇଡେନ୍‌ କହିଛନ୍ତି, ଆମେ ବିଜୟୀ ହୋଇଛେ ବୋଲି ଘୋଷଣା କରିବାକୁ ଏଠାକୁ ଆସିନାହୁଁ। ଏତିକି କହିବାକୁ ଚାହୁଁଛି ଯେ, ମୁଁ ଜଣେ ଆମେରିକୀୟ ରାଷ୍ଟ୍ରପତି ଭାବେ ଶାସନ କରିବି। କେଉଁଠି ହେଲେ ‘ରେଡ୍‌ ଷ୍ଟେଟ୍‌’ କି ‘ବ୍ଲୁ ଷ୍ଟେଟ୍‌’ରହିବ ନାହିଁ। ସମ୍ପୂର୍ଣ୍ଣ ଫଳାଫଳ ଆମ ସପକ୍ଷରେ ଯିବ। ଆମେ ହିଁ ବିଜୟୀ ହେବା କହି ଡେମୋକ୍ରାଟ୍‌ଙ୍କ ମନରେ ଉତ୍ସାହ ଭରି ଦେଇଛନ୍ତି ୭୭ ବର୍ଷୀୟ ବିଜ୍ଞ ତଥା ଅନୁଭବୀ ରାଜନେତା ବାଇଡେନ୍‌। କ୍ରମାଗତ ଭାବେ ଓ୍ବିସ୍କୋନସିନ ଓ ମିଶିଗାନ ଭଳି ଗଡ଼ ଜିତିବା ପରେ ଚାରିବର୍ଷ ତଳେ ଭାଙ୍ଗିଯାଇଥିବା ‘ବ୍ଲ୍ୟୁ ଓ୍ବାଲ’ର ପ୍ରଶସ୍ତ ପ୍ରାଚୀର ପୁନର୍ଗଠନର ଆଶା ଉଜ୍ଜୀବିତ ହୋଇଛି। ଏହା ଟ୍ରମ୍ପ୍‌ଙ୍କ ପୁନର୍ବିଜୟର ରାସ୍ତାକୁ ସଂକୀର୍ଣ୍ଣ କରିଦେଇଛି। ଟ୍ରମ୍ପ୍‌ ଏଥିରେ ମର୍ମାହତ ହୋଇ ଟୁଇଟ୍‌ କରିଛନ୍ତି, ସେମାନେ ସବୁଠି ବାଇଡେନଙ୍କ ସପକ୍ଷରେ ଭୋଟ ଗଣତି କରୁଛନ୍ତି। ପେନ୍‌ସିଲଭାନିଆ, ଓ୍ବିସ୍କୋନ୍‌ସିନ ଓ ମିଶିଗାନ। ଏହା ଆମ ଦେଶ ପାଇଁ ଦୁର୍ଭାଗ୍ୟର ବିଷୟ। ଫଳାଫଳକୁ ନେଇ ନରାଶ ଟ୍ରମ୍ପ୍‌ ଏହାକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ୍‌ ପେନ୍‌ସିଲଭାନିଆ, ମିଶିଗାନ ଓ ଜର୍ଜିଆ କୋର୍ଟରେ ଲ’ସୁଟ୍‌ ଫାଇଲ୍‌ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଉଦ୍ୟମକୁ ସମାଲୋଚକମାନେ ‘ତୁଚ୍ଛ’ ଆଖ୍ୟା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri