ବାଇଡେନ୍‌, ହାରିସ୍‌

ଓ୍ବାଶିଂଟନ,୨୧ା୧: ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍‌ ଓ ୪୯ତମ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି ୧୦ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଓ୍ବାଶିଂଟନସ୍ଥିତ ପାରମ୍ପରିକ କ୍ୟାପିଟୋଲ ବିଲ୍ଡିଂର ଓ୍ବେଷ୍ଟ ଫ୍ରଣ୍ଟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜନ୍‌ ରୋବଟ୍ସ ୭୮ ବର୍ଷୀୟ ବାଇଡେନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବାଇଡେନ୍‌ ତାଙ୍କ ପରିବାରର ୧୨୭ ବର୍ଷ ପୁରୁଣା ବାଇବେଲ ଛୁଇଁ ଶପଥ ନେଇଥିଲେ। ୫ ଇଞ୍ଚ ମୋଟା ଉକ୍ତ ବାଇବେଲକୁ ତାଙ୍କ ଧର୍ମପନତ୍ୀ ଜିଲ୍‌ ବାଇଡେନ୍‌ ସାଙ୍ଗରେ ନେଇ ଆସିଥିଲେ। ଦେଶର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବାଇଡେନ୍‌ ପ୍ରଥମ ଥର ପାଇଁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପରବର୍ତ୍ତୀ ୪ ବର୍ଷର କାର୍ଯ୍ୟକାଳର କାର୍ଯ୍ୟସୂଚୀ ନେଇ ଅଭିଭାଷଣ ରଖିଥିଲେ। ଏହି ଐତିହାସିକ ଭାଷଣର ଥିମ୍‌ ବା ବିଷୟବସ୍ତୁ ଥିଲା ଏକତା ଓ ଉପଶମ, ଯାହାକୁ ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ପ୍ରସ୍ତୁତ କରିଥିଲେ। ବାଇଡେନ୍‌ କହିଥିଲେ, ଗଣତନ୍ତ୍ର ବଜାୟ ରହିଛି। ଏହା ଆମେରିକାର ଦିନ। ଗଣତନ୍ତ୍ରର ଦିନ। ଆଶାର ଦିନ।
ଆମେରିକା ଅନେକ ଥର ପରୀକ୍ଷାର ସମ୍ମୁଖୀନ ହୋଇଛି। ସବୁ ଚ୍ୟାଲେଞ୍ଜରେ ବିଜୟୀ ହୋଇଛି। ଆଜି ଆମେ ଜଣେ ପ୍ରାର୍ଥୀଙ୍କ ନୁହେଁ, ବରଂ ଗଣତନ୍ତ୍ରର ବିଜୟ ଉତ୍ସବ ମନାଉଛେ। ବାଇଡେନ୍‌ଙ୍କ ଶପଥ ପୂର୍ବରୁ ୫୬ ବର୍ଷୀୟା କମଲା ହାରିସ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ, କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ରୂପେ ଶପଥ ନେଇଥିଲେ। ସୁପ୍ରିମକୋର୍ଟର ପ୍ରଥମ ଲାଟିନା ସଦସ୍ୟା ବିଚାରପତି ସୋନିଆ ସୋଟୋମେୟର ତାଙ୍କୁ ଶପଥ ପାଠ କରାଇଥିଲେ। ହାରିସ୍‌ ଦୁଇଟି ବାଇବେଲ ଧରି ଶପଥ ନେଇଥିଲେ। ଗୋଟିଏ ଘନିଷ୍ଠ ପାରିବାରିକ ବନ୍ଧୁ ରେଜିନା ଶେଲ୍ଟନଙ୍କର ହୋଇଥିବାବେଳେ ଅନ୍ୟଟି ସୁପ୍ରିମକୋର୍ଟର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ବିଚାରପତିଙ୍କର।
ବାଇଡେନ୍‌ଙ୍କ ପାରିବାରିକ ପୂଜକ ଲିଓ ଜେରେମିଆହ ଓ’ଡୋନୋଭାନ୍‌ ପୂଜାର୍ଚ୍ଚନା କରିବା ପରେ ପ୍ରେସିଡେନ୍ସିଆଲ ଇନାଗୁରେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଜର୍ଜଆର ସାଉଥ୍‌ ଫୁଲ୍‌ଟନସ୍ଥିତ ଅଗ୍ନିଶମ ବିଭାଗର କ୍ୟାପ୍‌ଟେନ ହେବାକୁ ଥିବା ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଫାୟାରଫାଇଟର ଆଣ୍ଡ୍ରିଆ ହଲ୍‌ ନିଷ୍ଠାର ପ୍ରତିଜ୍ଞା କରାଇଥିଲେ। ଲେଡି ଗାଗା ଜାତୀୟ ସଙ୍ଗୀତ ଗାନ କରିଥିବାବେଳେ ୨୦୧୭ରେ ଦେଶର ପ୍ରଥମ ଯୁବ କବି ପୁରସ୍କାର ବିଜେତା ଅମାଣ୍ଡା ଗୋରମେନ୍‌ ଏହି ଉତ୍ସବ ପାଇଁ ସ୍ବତନ୍ତ୍ର ଭାବେ ରଚନା କରିଥିବା କବିତା ‘ଦି ହିଲ୍‌ ଓ୍ବି କ୍ଲାଇମ୍ବ’ ଆବୃତ୍ତିକରିଥିଲେ। ଏହା ପରେ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋଫେଜ୍‌ଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଶପଥ ଗ୍ରହଣ ପରେ ବାଇଡେନ୍‌ ଓ ହାରିସ୍‌ ଏକ ପାରମ୍ପରିକ ପାସ୍‌ ଇନ୍‌ ରିଭ୍ୟୁରେ ଯୋଗଦେଇଥିଲେ। କ୍ୟାପିଟୋଲ୍‌ର ଇଷ୍ଟ୍‌ ଫ୍ରଣ୍ଟରେ ହୋଇଥିବା ଏହି ପାରମ୍ପରିକ ସାମରିକ କାର୍ଯ୍ୟକ୍ରମ ନୂଆ କମାଣ୍ଡର-ଇନ୍‌-ଚିଫ୍‌ଙ୍କୁ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ପରେ ରାଷ୍ଟ୍ରପତି ବାଇଡେନ୍‌, ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌, ଉପରାଷ୍ଟ୍ରପତି କମଲା ହାରିସ୍‌, ଫାଷ୍ଟ ସେକେଣ୍ଡ ଜେଣ୍ଟଲମ୍ୟାନ୍‌ ଡୋଉଗ୍‌ ଏମ୍‌ହୋଫ୍‌ ଭର୍ଜିନିଆସ୍ଥିତ ଆର୍ଲିଂଟନ ନ୍ୟାଶନାଲ ସିମେଟେରିକୁ ଯାଇ ଅଜ୍ଞାତ ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସେମାନେ ପ୍ରେସିଡେନ୍ସିଆଲ ଏସ୍‌କର୍ଟରେ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ‘ପରେଡ୍‌ ଆକ୍ରସ୍‌ ଆମେରିକା’ର ଆୟୋଜନ କରାଯାଇଥିଲା। ଏଥିରେ ଦେଶର ୫୬ ରାଜ୍ୟ ଓ ଭୂଖଣ୍ଡ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।
ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ଜର୍ଜ ଡବ୍ଲ୍ୟୁ. ବୁଶ୍‌, ବିଲ୍‌ କ୍ଲିଣ୍ଟନ, ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା, ଲଉରା ବୁଶ୍‌ ଓ ହିଲାରୀ କ୍ଲିଣ୍ଟନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ସିନେଟ୍‌ ରିପବ୍ଲିକାନ୍‌ ନେତା ମିଚ୍‌ ମେକ୍‌କୋନ୍ନେଲ, ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ରିପବ୍ଲିକାନ୍‌ ନେତା କେଭ୍‌ଲିନ ମେକ୍‌କାର୍ଥି, ହାଉସ୍‌ ସ୍ପିକର ନେନ୍ସି ପେଲୋସି ଓ ସିନେଟ୍‌ ଡେମୋକ୍ରାଟ୍‌ ନେତା ଚୁକ୍‌ ସ୍କୁମର ମଧ୍ୟ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ତେବେ ହ୍ବାଇଟ୍‌ ହାଉସ୍‌ ଛାଡ଼ି ଫ୍ଲୋରିଡାସ୍ଥିତ ନିଜ ମାର୍‌-ଏ-ଲାଗୋ ରିସର୍ଟକୁ ଯିବାର ଅବ୍ୟବହିତ ପୂର୍ବରୁ ୭୪ ବର୍ଷୀୟ ଟ୍ରମ୍ପ୍‌ ଏକ ବିଦାୟୀ ଭିଡିଓ ଜାରି କରି ନୂଆ ପ୍ରଶାସନକୁ ଶୁଭେଚ୍ଛା ଜଣାଇଥିଲେ।
କ୍ୟାପିଟୋଲ ବିଲ୍ଡିଂରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଠୋରପନ୍ଥୀ ସମର୍ଥକମାନେ ଦଙ୍ଗା ଭିଆଇବାର ଦୁଇ ସପ୍ତାହ ପରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ଙ୍କ ସଶସ୍ତ୍ର ସମର୍ଥକମାନେ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ହିଂସା ଭିଆଇପାରନ୍ତି ବୋଲି ଗୋଇନ୍ଦା ସଂସ୍ଥା ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ପକ୍ଷରୁ ସତର୍କ କରାଯାଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହି ଐତିହାସିକ ସମାରୋହରେ ୨୫,୦୦୦ରୁ ଊର୍ଦ୍ଧ୍ୱ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଥିଲା। ଏହାବାଦ ୧୦,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ସମ୍ପୂର୍ଣ୍ଣ କ୍ୟାପିଟୋଲ ହିଲ୍‌, ପେନ୍‌ସିଲଭାନିଆ ଆଭିନ୍ୟୁର ଏକ ବୃହତ୍‌ ଅଂଶ ଓ ହ୍ବାଇଟ୍‌ ହାଉସ୍‌କୁ ସର୍ବସାଧାରଣ ପ୍ରବେଶକୁ ନିଷିଦ୍ଧ କରିବା ଲାଗି ୮ ଫୁଟ୍‌ ଉଚ୍ଚର ଏକ ଲୁହା ବ୍ୟାରିକେଡ୍‌ ନିର୍ମାଣ କରାଯାଇଥିଲା। ଫଳରେ ରାଜଧାନୀ ଓ୍ବାଶିଂଟନ ଏକ ସେନା ଛାଉଣୀ ପାଲଟିଯାଇଥିଲା। ଏହାବାଦ୍‌ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରକୁ ସୁନିଶ୍ଚିତ କରିବା ଲାଗି ଓ୍ବାଶିଂଟନ ଡିସିକୁ ଏକ ଦୁର୍ଗରେ ପରିଣତ କରିବା ସହ ୫୦ ଷ୍ଟେଟ୍‌ କ୍ୟାପିଟୋଲ୍‌ରେ ହାଇଆଲର୍ଟ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri