ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଠିକ ନୁହେଁ: ଜୁନିୟର ଟ୍ରମ୍ପ

ୱାଶିଂଟନ,୧୯ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋର ଧରିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ. ବିଡେନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଆଦୌ ଠିକ ନୁହେଁ । ନିଜ ପିତାଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଜୁନିୟର ଟ୍ରମ୍ପ ଏହା କହିଛନ୍ତି । ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନିୟର ଟ୍ରମ୍ପ ଏହା ପୂର୍ବରୁ ତାଙ୍କ ପୁସ୍ତକ ମାଧ୍ୟମରେ ବିଡେନକୁ ଭ୍ରଷ୍ଟାଚାରୀ ବୋଲି ମଧ୍ୟ କହିଥିଲେ । ସେ ତାଙ୍କ ପୁସ୍ତକ ‘ଲିବରାଲ ପ୍ରିଭିଲେଜ’ରେ ବିଡେନଙ୍କ ପରିବାର ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି । ବିଶେଷ କରି ବିଡେନଙ୍କ ପୁଅ ଇଣ୍ଟର ବିଡେନଙ୍କୁ ଟାର୍ଗେଟ କରିଛନ୍ତି ଜୁନିୟର ଟ୍ରମ୍ପ । ଚାଇନା ଇଣ୍ଟର ବିଡେନଙ୍କୁ ୧.୫ ଅରବ ଡଲାର ଦେବାର ଉଦ୍ଦେଶ୍ୟ ହେଉଛି ସେ ଜଣେ ଭଲ ଉଦ୍ଦ୍ୟୋଗପତି ଅଥବା ଚାଇନା ଭଲଭାବେ ଜାଣିଛି ଯେ ସେ ବିଡେନଙ୍କ ପରିବାରକୁ କିଣି ପାରିବ । ସେଥିପାଇଁ ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା । ଯାହା ଭାରତ ପାଇଁ ଭଲ ନୁହେଁ ବୋଲି କହିଛନ୍ତି ଜୁନିୟର ଟ୍ରମ୍ପ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?