ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ମିଳୁନି ସାଇକେଲ

ବ୍ରହ୍ମପୁର,୩୦ା୬(ସ୍ମୃତି ରଞ୍ଜନ ମହାଲିକ): ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ଗାଁଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏପରିକି ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ସ୍ବୟଂ ଗୋଷ୍ଠୀ (ଏସ୍‌ଏଚଜି) ସଭ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କର୍ମ ତପତ୍ରତା ଯୋଜନା (ମୁକ୍ତା)ରେ ମଧ୍ୟ ମହିଳାଙ୍କୁ ସାମିଲ କରାଯାଇଛି। ଏଭଳି ଭାବେ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ମୁକ୍ତା ଯୋଜନାରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏସଏଚଜି ମାଧ୍ୟମରେ କରାଯାଉଛି। ରାସ୍ତା କାର୍ଯ୍ୟଠାରୁ ଆରମ୍ଭ କରି ପୋଖରୀ ସଫେଇ ଓ ସାୈନ୍ଦର୍ଯ୍ୟକରଣ କ୍ଷେତ୍ରରେ ଏସଏଚଜି ସାମିଲ ରହିଛନ୍ତି। ତେବେ କେତେକ କ୍ଷେତ୍ରରେ ଏସଏଚଜି ସଭ୍ୟାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ବିଇଏମସି ପକ୍ଷରୁ କେତେକ ଏସଏଚଜିଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଏସଏଚଜିଙ୍କୁ ସାଇକେଲ ମିଳି ନ ଥିବା ନେଇ ଅଭିଯୋଗ ହୋଇଛି।
ଗତ ମାର୍ଚ୍ଚ ୨ ତାରିଖରେ ମହିଳାମାନେ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଅଧିକ ସୁବିଧା ଓ ଅଗ୍ରସର ନେଇ ଗୋଷ୍ଠୀ ସହଭାଗିତାର ଉତ୍ସବ ପାଳନ ଅବସରରେ ବିଇଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାଇକେଲ ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ବିଇଏମସି ମେୟର, ବ୍ରହ୍ମପୁର ବିଧାୟକ ଓ ବହୁ କର୍ପୋରେଟରଙ୍କ ଉପସ୍ଥିତିରେ ସାଇକେଲ ବଣ୍ଟାଯାଇଥିଲା। ସ୍ବଚ୍ଛ ସାଥୀ, ଜଳ ସାଥୀ, ସୁପରଭାଇଜର, ଏସଟିଏଫ ପ୍ଲାଣ୍ଟ ଓ ବଜର୍ର୍‌ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଆହାର କେନ୍ଦ୍ରରେ କାର୍ଯ୍ୟରତ ଏସଏଚଜିର ୧୮ ଜଣ ସଭ୍ୟାଙ୍କୁ ସାଇକେଲ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବିଇଏମସି ପକ୍ଷରୁ ୨୭୨ ଜଣ ଏସଏଚଜିଙ୍କ ମଧ୍ୟରୁ ୧୮ ଜଣ ଏସଏଚଜି ମହିଳାଙ୍କୁ ସାଇକେଲ ଦିଆଯାଇଥିଲା। ଆଗାମୀ ଦିନରେ ଅନ୍ୟ ଏସଏଚଜି ମହିଳାଙ୍କୁ ସାଇକେଲ ପ୍ରଦାନ କରାଯିବା ନେଇ ବିଇଏମସି ପକ୍ଷରୁ କୁହାଯାଇଥିଲା। ଯାହାକୁ ନେଇ ଏସଏଚଜି ମହିଳାମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। କିନ୍ତୁ ପ୍ରାୟ ୫ ମାସ ବିତିଥିବା ବେଳେ ଏ ଯାଏଁ ଅନ୍ୟ ଏସଏଚଜି ସଭ୍ୟାଙ୍କୁ ସାଇକେଲ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏସଏଚଜି ମହିଳାମାନେ ବିଇଏମସି ଅଧିକାରୀଙ୍କୁ ଏ ବାବଦରେ ପଚାରିବାରୁ ଟେଣ୍ଡର ପରେ ପୁଣି ବଳକା ଥିବା ସଭ୍ୟାମାନଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ଉତ୍ତର ମିଳୁଛି। ତେଣୁ ସାଇକେଲ ମିଳିବ କି ନାହିଁ ସେ ନେଇ ମହିଳାମାନେ ଦ୍ୱନ୍ଦରେ ରହିଛନ୍ତି। ଏ ନେଇ ବିଇଏମସି ସିଟି ମିଶନ ମ୍ୟାନେଜର ଏନ ଅରୁଣ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଇଏମ ସରକାରୀ ପୋର୍ଟାଲ ମାଧ୍ୟମରେ ଟେଣ୍ଡର ଆହ୍ବାନ କରାଯାଉଛି। କିନ୍ତୁ କେହି ବି ଟେଣ୍ଡର ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଟେଣ୍ଡର ପରେ ହିଁ ଅନ୍ୟାନ୍ୟ ଏସଏଚଜି ସଭ୍ୟାଙ୍କୁ ସାଇକେଲ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ତୁରନ୍ତ ଟେଣ୍ଡର କରାଯାଇ ବଳକା ଏସଏଚଜିଙ୍କୁ ସାଇକେଲ ବଣ୍ଟନ ପାଇଁ ବହୁ ଏସଏଚଜି ମହିଳାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri