ରାମ ମନ୍ଦିର ଉପରେ ବିବିସିର ରିପୋର୍ଟରେ ପକ୍ଷପାତିତା, ହିନ୍ଦୁମାନଙ୍କ ବିରୁଦ୍ଧରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ…

ଲଣ୍ଡନ,୩।୨ : ଜଣେ ବ୍ରିଟିଶ ସାଂସଦ ନିଜ ଦେଶର ସରକାରୀ ଗଣମାଧ୍ୟମ ସଂଗଠନ ବିବିସିର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ କଭରେଜକୁ ସମାଲୋଚନା କରିଛନ୍ତି। କଞ୍ଜରବେଟିଭ ସାଂସଦ ବବ ବ୍ଲାକମ୍ୟାନ ହାଉସ ଅଫ କମନ୍ସ ଫ୍ଲୋରରେ କହିଛନ୍ତି ଗତ ସପ୍ତାହରେ ଭାରତର ଉତ୍ତରପ୍ରଦେଶର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ରାମ ମନ୍ଦିରକୁ ପ୍ରତିଷ୍ଠା କରାଯାଇଥିଲା। ଏହା ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କୁ ବହୁତ ଖୁସି କରିଛି। ଦୁର୍ଭାଗ୍ୟର ବିଷୟ, ବିବିସି ରିପୋର୍ଟ କରିଛି ଏହା ଏକ ମସଜିଦର ଧ୍ୱଂସ ସ୍ଥାନ ଅଟେ। ଏହା ଭୁଲିଯିବା ଉଚିତ ନୁହେଁ ପୂର୍ବରୁ ଏହା ୨ ହଜାର ବର୍ଷରୁ ଅଧିକ ସମୟ ଧରି ଏକ ମନ୍ଦିର ହୋଇଥିଲା ଏବଂ ସହର ନିକଟରେ ଲାଗିଥିବା ଏକ ଏକର ଜମିକୁ ମୁସଲମାନମାନଙ୍କୁ ଆବଣ୍ଟନ କରାଯାଇଥିଲା। ଯେଉଁଠି ସେମାନେ ଏକ ମସଜିଦ ନିର୍ମାଣ କରିପାରିବେ। ।

ବ୍ରିଟିଶ ସାଂସଦ ବିବିସିର ନିରପେକ୍ଷତା ଏବଂ ସାରା ବିଶ୍ୱରେ କ’ଣ ଘଟୁଛି ତାହାର ଏକ ସଠିକ ରେକର୍ଡ ଯୋଗାଇବାରେ ବିଫଳତା ଉପରେ ଏକ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ହାଉସ ଅଫ କମନ୍ସ ନେତା ପେନି ମର୍ଡାଉଣ୍ଟ ପ୍ରତିକ୍ରିୟାରେ କହିଛନ୍ତି ବିବିସି ସମୀକ୍ଷାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଛି। ଏହି ଘଟଣାରେ ଏକ ଅନଲାଇନ ଆର୍ଟିକିଲ ବିଷୟରେ ବିବିସି ପ୍ରତିକ୍ରିୟା ପ୍ରକାଶ କରି କହିଛି: କିଛି ପାଠକ ଅନୁଭବ କରିଛନ୍ତି ଏହି ଲେଖା ହିନ୍ଦୁମାନଙ୍କ ପ୍ରତି ପକ୍ଷପାତିତ ହୋଇଛି ଏବଂ ଏଥିରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ବ୍ୟବହାର କରାଯାଇଛି।

ଇନସାଇଟ ୟୁକେ ବିବିସି, ହାଉସ ଅଫ କମନ୍ସ ଏବଂ ହାଉସ ଅଫ ଲର୍ଡସକୁ ଏକ ଖୋଲା ଚିଠି ପ୍ରଦାନ କରି ବିବିସିର ହିନ୍ଦୁମାନଙ୍କ ବିରୁଦ୍ଧରେ ପକ୍ଷପାତିତାକୁ ସମାଲୋଚନା କରି କହିଛି ଜଣେ ମୁସଲମାନ ପ୍ରତ୍ନତତ୍ତ୍ୱବିତ କେ.କେ ମହମ୍ମଦ ମସଜିଦ ତଳେ ରାମ ମନ୍ଦିର ଆବିଷ୍କାର କରଥିଲେ। । ଗଣମାଧ୍ୟମ ସଂଗଠନ ଏହା ମଧ୍ୟ ଭୁଲି ଯାଇଛନ୍ତି ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି କରିବା ପରେ ସର୍ବସମ୍ମତି କ୍ରମେ ହିନ୍ଦୁମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri