ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ସାଇବର ଅପରାଧକୁ ରୋକିବା ପାଇଁ ସେ ଏକ ଆପ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିବାରୁ ଏହି ପ୍ରମାଣପତ୍ର ମିଳିଛି। ଭାରତୀୟ ସଶସ୍ତ୍ର ବାହିନୀର ଅବସରପ୍ରାପ୍ତ ସୈନିକ ଭୂପେଶ ହେଉଛନ୍ତି ଶ୍ରମିକ ନେତା ତଥା ଗଞ୍ଜାମ ଏନ୍‌ଏସି ପୂର୍ବତନ ଚେୟାରମ୍ୟାନ ବୃନ୍ଦାବନ ପଲାଇଙ୍କ ପୁଅ। ସେ ସାଇବର ସୁରକ୍ଷାରେ ପ୍ରାୟ ଦୁଇ ଦଶନ୍ଧିର ବିପୁଳ ଅଭିଜ୍ଞତା ସହିତ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ଆଇଟି ସୁରକ୍ଷା ବୃତ୍ତିଗତ ଭାବରେ ଏକ କାର୍ଯ୍ୟକ୍ଷମ ଭୂମିକାରେ କର୍ପୋରେଟ୍‌ ଦୁନିଆରେ ପାଦ ରଖିଛନ୍ତି। ସେ ଓଡ଼ିଶାର ସାଇବର ସୁରକ୍ଷା କମ୍ପାନୀ ଏଏସିଏସଏଲର ସହ-ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ, ପାଲଟନ୍‌ର ରିଜିଓନାଲ ପାର୍ଟନର ଏବଂ ଆମ ଦେଶରୁ ସମସ୍ତ ଅପରାଧକୁ ହଟାଇବା ପାଇଁ ଏକ ମିଶନ କ୍ରାଇମ୍‌ ଫ୍ରି ଭାରତ୍‌, ଏନଟିଆରଡିସିରେ ଏକଜିକ୍ୟୁଟିଭ୍‌ ଲିଡର ଭାବେ କାର୍ଯ୍ୟରତ। କୋଭିଡ୍‌ ମହାମାରୀ ସମୟରେ ସମସ୍ତେ ସେ ଅନଲାଇନ୍‌ ପୋର୍ଟାଲ ମାଧ୍ୟମରେ ୨୦୦ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରମାଣପତ୍ର ହାସଲ କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ୨୦୦ ବୈଷୟିକ ପ୍ରମାଣପତ୍ର ପାଇଁ ଅଗଷ୍ଟ ୨୦୨୧ ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ଅଧୀନରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଅନ୍ୟପଟେ ଭୂପେଶଙ୍କ ଝିଅ ପ୍ରତିଭା ମଧ୍ୟ ଅଲିମ୍ପିଆଡରେ ୧୫ ଗୋଲ୍ଡ ମେଡାଲ ଓ ୩ ଥର ରୌପ୍ୟ ପଦକ ହାସଲ କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri