କାଲିଠୁ ଭୁବନେଶ୍ୱର ଏମ୍‌ସ୍‌ ଓପିଡି ବନ୍ଦ

ଭୁବନେଶ୍ୱର,୯।୭(ବ୍ୟୁରୋ): ଶୁକ୍ରବାରଠାରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ ରହିବ ବୋଲି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡ଼ି ବନ୍ଦ ରହିବ। କିଛି କର୍ମଚାରୀ କରୋନା ପଜିଟିଭ୍‌ ଆସିଥିବାରୁ ଅଭାବ ଦେଖାଦେଇଛି। ଆଉ କିଛି କଣ୍ଟେନ୍‌ମେଣ୍ଟ ଜୋନ୍‌ର ହୋଇଥିବାରୁ ବାରଣ କରାଯାଇଛି। ତେବେ ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ। ଏହା ସହ ଏକ ସ୍ବତନ୍ତ୍ର ଆପ୍‌ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ। ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ। ଓପିଡି ବନ୍ଦ ରହୁଥିଲେ ବି କାଜୁଆଲିଟି ଓ ଇମର୍ଜେନସି ସେବା ଚାଲୁ ରହିବ। ଡାଏଲିସିସ୍‌ ଓ ରେଡିଓ ଥେରାପି ସେବା ଚାଲୁ ରହିବ ବୋଲି ନିର୍ଦ୍ଦେଶିକା କହିଛନ୍ତି।