ବଦଳିଲା ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଠିକଣା, ଜାଣନ୍ତୁ କେଉଁଠି ଖୋଲିଲା ନୂଆ କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୨: ୟୁନିଟ୍-୮ ନୟାପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ୧୯ ଫେବୃଆରୀ ୨୦୨୪ ଠାରୁ ଏକ ନୂତନ ଠିକଣାକୁ ସ୍ଥାନାନ୍ତରିତ କରା ଯାଉଛି। ରସୁଲଗଡ଼ରେ ଥିବା ଓଡ଼ିଶା ବିଜନେସ ସେଣ୍ଟରରେ ନୂତନ ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିବ। ତେଣୁକରି ଲୋକମାନେ ଏଣିକି ପାସପୋର୍ଟ ସମ୍ୱନ୍ଧିୟ କାର୍ଯ୍ୟରେ ଆସୁଥିଲେ ରସୁଲଗଡ଼ ସ୍ଥିତ ନୂତନ ପାସପୋର୍ଟ ସେବା କେନ୍ଦ୍ରକୁ ଆସିବାକୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ନୂତନ ପାସପୋର୍ଟ ସେବା କେନ୍ଦ୍ରର ସମ୍ପୂର୍ଷ ଠିକଣା ହେଉଛି:

ପାସପୋର୍ଟ ସେବା କେନ୍ଦ୍ର, ତଳ ତାଲା, ଓଡ଼ିଶା ବିଜନେସ ସେଣ୍ଟର, ପ୍ଲଟ୍ ନମ୍ବର – ୩୦, ୩୧/୯୮୨, ୟୁନିଟ୍ ନମ୍ବର ୮-୧୪, ରସୁଲଗଡ, ଭୁବନେଶ୍ୱର -୭୫୧୦୧୦।