Categories: ଖେଳ

ଭୁବନେଶ୍ୱର ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଘାଟିକିଆ କଳିଙ୍ଗ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରବିବାର ଅନୁଷ୍ଠିତ ୩୪ତମ ଭୁବନେଶ୍‌ବର ଓପନ ଚେସ୍‌ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ହର୍ଷିତ ପୂରା ୭ ପଏଣ୍ଟ ପାଇଥିଲେ। ଭୁବନେଶ୍ୱରର ତନ୍ମୟ ତ୍ରିପାଠୀ ୬ ପଏଣ୍ଟ ପାଇ ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି, ସ୍ଥିତିପ୍ରଞ୍ଜ ସାହୁ, ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର, ରବୀନ୍ଦ୍ର କୁମାର ଓଝା, ଦୟାନିଧି ରାଉତ, ରାଜେନ୍ଦ୍ର କୁମାର ସାହୁ (ସମସ୍ତେ ୫ ପଏଣ୍ଟ), ସୁରଜିତ ନାୟକ, ଆଦିତ୍ୟ ରଞ୍ଜନ ଦାସ, ସେକ୍‌ ରାଜା, ଦେବୀ ପ୍ରସାଦ ନାୟକ, ଦେବୀ ପ୍ରସାଦ ବିଶ୍ୱାଳ, ରଞ୍ଜନ ମଲିକ (ସମସ୍ତେ ୪ ପଏଣ୍ଟ) ଟପ୍‌-୧୪ରେ ରହି ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ଅଦିତି ମହାରଣା, ଅମ୍ଳାନ ସେନାପତି, ରୋହନ ମଲିକ, ଅଂଶୁମାନ ପତି, ମନସିଜ ସାମଲ, ନିୟତି ନିହାରିକା ମହାପାତ୍ର, ସାହାନା ଲେଙ୍କା, ପ୍ରଜ୍ଞାଶ୍ରୀ ଦେହୁରୀଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଅମନ୍‌ ଅଲୀଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ଦିଆ ଯାଇଥିବାବେଳେ ଭୀମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଛନ୍ତି। ଅଜୟ ବିନୟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଏମସିଏ ବିଭାଗ ମୁଖ୍ୟ ଅମରେଶ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ ଏବଂ ପୂର୍ବତନ ରାଜ୍ୟ ଚାମ୍ପିୟନ ମାନସ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Share