ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ସ୍ଥିତିରେ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ସ୍ଥାନିତ ହୋଇଛି। ଶୁକ୍ରବାର ରାଜଧାନୀରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ଗତକାଲିର ଏହି ରେକର୍ଡ ଆଜି ଭାଙ୍ଗିଛି ଭୁବନେଶ୍ୱର।

ସେହିପରି ସମ୍ବଲପୁରରେ ୪୦.୨ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ଏବଂ ଝାରସୁଗୁଡ଼ା ୩୯.୫ ଡିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଛି।