Posted inରାଜ୍ୟ

ସଙ୍ଗୀତରେ ଭୁବନେଶ୍ୱର…

ଭୁବନେଶ୍ୱର,୪ା୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମନ୍ଦିରମାଳିନୀ ସହରରୁ ଏବେ ସ୍ମାର୍ଟସିଟି ଭୁବନେଶ୍ୱର। ଆଶା, ବିଶ୍ୱାସ, ସମ୍ପର୍କ, ଆଉ ବିକାଶର ଏହି ମହାନଗର। ସମୟ ସ୍ରୋତରେ ଏଠି କେତେ ସମ୍ପର୍କ ଗଢ଼ି ଉଠିଛି। ସହର ଛାତିରେ କେତେ କାହାଣୀ, କେତେ ଇତିହାସ ଲେଖାହୋଇଛି। ନାନା ଜାତି, ସମ୍ପ୍ରଦାୟକୁ କୋଳେଇ ନେଇ ଏଇ ସହର ଆପଣାର ଅନୁଭବ ଦେଇଛି। ଏସବୁ ଅନୁଭବ ଭିତରେ କେତେ ଗୀତ, କେତେ ସଙ୍ଗୀତ ଭୁବନେଶ୍ୱରର କ୍ରମ ବିକାଶକୁ ତାଜା କରିଛି। ରାଜଧାନୀ ଭୁବନେଶ୍ୱରକୁ ନେଇ ପ୍ରସ୍ତୁତ ସଙ୍ଗୀତଗୁଡିକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ବାଃ ବାଃରେ କ୍ୟାପିଟାଲ
ପ୍ରସିଦ୍ଧ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ‘ବାଃ ବାଃରେ କ୍ୟାପିଟାଲ’ ଗୀତ ୧୯୭୮ ମସିହାରେ ଶୁଣିବାକୁ ମିଳିଥିଲା। ଲିରିକ୍ସରେ ଶୀର୍ଷାନନ୍ଦ କାନୁନ୍‌ଗୋ ରହିଥିଲେ। ଅକ୍ଷୟଙ୍କ ଅନ୍ୟ ଗୀତଗୁଡ଼ିକ ଭଳି ଏହା ମଧ୍ୟ ଏକ ବେଶ୍‌ ଲୋକପ୍ରିୟ ତଥା ନିଆରା ହୋଇଥିଲା।
ସଲାମ୍‌ ଭୁବନେଶ୍ୱର
୨୦୧୬ରେ ପ୍ରସ୍ତୁତ ହୋଇଥିଲା ‘ସଲାମ୍‌ ଭୁବନେଶ୍ୱର’। ଏହି ଗୀତଟି ଲୋଫର୍‌ ଚଳଚ୍ଚିତ୍ରର ହୋଇଥିବାବେଳେ ସେତେବେଳେ ଏହା ବହୁତ ଲୋକପ୍ରିୟତା ହାସଲ କରିଥିଲା। ଏହି ଗୀତରେ ଅଭିନେତା ବାବୁସାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ବାପୁ ଗୋସ୍ବାମୀଙ୍କ ଲିଖିତ ଏହି ଗୀତକୁ କଣ୍ଠଶିଳ୍ପୀ ଗୁଡ୍‌ଲି ରଥ ସ୍ବରରେ ସଜାଇଥିଲେ।
ହେ ଭୁବନେଶ୍ୱର
‘ଓଡ଼ିଶା ପୋଷ୍ଟ ଲାଇଭ୍‌’ ପକ୍ଷରୁ ‘ହେ ଭୁବନେଶ୍ୱର’ ମ୍ୟୁଜିକ ଭିଡିଓ ୨୦୧୯ ଡିସେମ୍ବର ୨୨ରେ ପ୍ରସ୍ତୁତ ହୋଇଥିଲା। ‘ଭୁବନେଶ୍ୱର ଆନ୍ଥେମ’ ଭାବରେ ଏହାକୁ ରିଲିଜ କରାଯାଇଥିଲା। ସଙ୍ଗୀତରେ ଅନୁରାଗ ପଟ୍ଟନାୟକ ରହିଥିବାବେଳେ
ଭିଡିଓରେ ସମର ପ୍ରତାପ ନାୟକ
ସଙ୍ଗୀତରେ ଭୁବନେଶ୍ୱର…
ଓ ଆକାଶ ବାଘର୍‌ଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ସମର ଓ ଆକାଶ ଏହି ଗୀତ ଲେଖିବା, ଗାଇବା ସହ ହୋଷ୍ଟ ମଧ୍ୟ କରିଥିଲେ। ଏହାର ସମ୍ପାଦନା ଓ ନିର୍ଦ୍ଦେଶନା ସୌମ୍ୟରଞ୍ଜନ ଶତପଥୀ କରିଥିଲେ। ଏହା ମଧ୍ୟ ସେହି ସମୟରେ ଅନେକ ସଫଳତା ପାଇଥିଲା।
ହାଏରେ ଭୁବନେଶ୍ୱର
‘ହାଏରେ ଭୁବନେଶ୍ୱର’ ଗୀତକୁ ୨୦୧୯ରେ କଣ୍ଠଶିଳ୍ପୀ ଟି ସୌରୀ ଗାଇଥିଲେ। ଏହାର ଭିଡିଓ ଆଲ୍‌ବମ୍‌ ଦର୍ଶକଙ୍କ ପାଖକୁ ଆସିଥିଲା। ଅଭିନେତା ବବି ମିଶ୍ର ଓ ଅଭିନେତ୍ରୀ ମିଠିଙ୍କ ରୋମାନ୍ସକୁ ନେଇ ଏକ ସୁନ୍ଦର ରୋମାଣ୍ଟିକ ଆଲବମ୍‌ ହେଉଛି ହାଏରେ ଭୁବନେଶ୍ୱର। ଏହି ସଙ୍ଗୀତର ନିର୍ଦ୍ଦେଶନା ଜ୍ୟୋତିନ୍ଦ୍ର ଦତ୍ତ ଦେଇଥିବା ବେଳେ ଲିରିକ୍ସରେ ନିଜାମ୍‌ ରହିଥିଲେ। ଉଭୟ ଗୀତ ଓ ଆଲ୍‌ବମ୍‌ ଲୋକଙ୍କ ହୃଦୟ ଜିଣିଥିଲା।
ଭୁବନେଶ୍ୱର-ଏକ ସ୍ମୃତି
ଚଳିତବର୍ଷ ଏପ୍ରିଲ ୧୭ରେ ‘ଭୁବନେଶ୍ୱର- ଏକ ସ୍ମୃତି’ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଦ ଭୋନ୍ସର କାର୍ନିଭାଲ ପକ୍ଷରୁ ପ୍ରତିଷ୍ଠାତା ପୁଣ୍ୟଶ୍ଳୋକ ପଣ୍ଡାଙ୍କ ଚେଷ୍ଟାରେ ଏହି ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଗୀତଟିକୁ ସୁମିତ ପଣ୍ଡା ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ବନି ମହାନ୍ତି ଦେଇଥିଲେ। ଗୌରବ ଆନନ୍ଦଙ୍କ କଣ୍ଠରୁ ଏହି ଗୀତ ଶ୍ରୋତାଙ୍କୁ ବେଶ୍‌ ଛୁଇଁପାରିଥିବାବେଳେ ଭିଡିଓରେ ଅଭିଜିତ୍‌, ବର୍ଷା, ଶୁଭଜିତ୍‌, ଶୁଭମ୍‌ ପ୍ରମୁଖଙ୍କ ଅଭିନୟ ଭୁବନେଶ୍ୱରର ସ୍ମୃତିକୁ ଆହୁରି ତାଜା କରିଥିଲା।

ମୋ ସହର ଭୁବନେଶ୍ୱର
ଭୁବନେଶ୍ୱରର ୭୫ବର୍ଷ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପ୍ରିଲ ୧୫ରେ ‘ମୋ ସହର ଭୁବନେଶ୍ୱର’ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଏହାର ଲିରିକ୍ସରେ ସୁମିତ ପଣ୍ଡା ଥିବାବେଳେ ଗୀତର କମ୍ପୋଜ୍‌ କସ୍ତୁରୀ କୌଶିକ କରିଥିଲେ। ଅନୁରାଗ ଦାସ, ଗୌରବ ଆନନ୍ଦ ଓ ଅର୍ପିତା ଚୌଧୁରୀ ଏଥିରେ ସ୍ବର ଦେଇଛନ୍ତି। ସୋମେଶ ଶତପଥୀ ମିକ୍ସ ଆଣ୍ଡ୍‌ ମାଷ୍ଟରରେ ରହିଛନ୍ତି।
ଭୁବନେଶ୍ୱର ଫାଷ୍ଟ
ବର୍ତ୍ତମାନ ଓଡ଼ିଶାରେ ରାପ ଗୀତର କ୍ରେଜ୍‌ ଭଲ ଥିବାରୁ ବିଏମ୍‌ସି ପକ୍ଷରୁ ୭୫ବର୍ଷ ଉପଲକ୍ଷେ ‘ଭୁବନେଶ୍ୱର ଫାଷ୍ଟ’ ନାମରେ ରାପ ମ୍ୟୁଜିକ୍‌ ଭିଡିଓ ରିଲିଜ ହୋଇଥିଲା। ଏହାର ଲିରିକ୍ସ ଓ ମ୍ୟୁଜିକରେ ରାପର୍‌ ବିଗ୍‌ ଡିଲ୍‌ ରହିଛନ୍ତି। ସଞ୍ଜିତ ରାଉତ ସିନେମାଟୋଗ୍ରାଫି କରିଥିବା ବେଳେ କୋରିୟଗ୍ରାଫିରେ ଆଶୁତୋଷ ସାହୁ ରହିଥିଲେ। ମାନବ ରଥଙ୍କ ଦ୍ୱାରା ପ୍ରଯୋଜିତ ଏହି ମ୍ୟୁଜିକ୍‌ ଭିଡିଓର ସ୍କ୍ରିନ୍‌ ପ୍ଲେ ଓ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri