ଗୋଷ୍ଠୀ ସଂକ୍ରମଣ ମୁହାଁ ଭୁବନେଶ୍ୱର: ଶଟ୍‌ଡାଉନ ଅସ୍ତ୍ର ଆପଣାଇପାରେ ବିଏମ୍‌ସି

ଭୁବନେଶ୍ୱର,୬।୭(ବୁରୋ): ଆଉ ନିୟନ୍ତ୍ରଣରେ ନାହିଁ ଭୁବନେଶ୍ୱରର ସଂକ୍ରମଣ। ହୁହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷକରି ଲକ୍‌ଡାଉଡ଼୍‌ ହଟିବା ଓ କଟକଣାକୁ କୋହଳ କରାଯିବାଠାରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କିଛିଦିନ ହେବ ଲଗାତାର ଭାବେ ସହରରୁ ୧୫ରୁ ଊର୍ଦ୍ଧ୍ୱ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶେଷ ୨୪ ଘଣ୍ଟାରେ ପୁଣି ୧୯ ନୂଆ ପଜିଟିଭ୍‌ ବାହାରିଛନ୍ତି। ଏମାନଙ୍କୁ ମିଶାଇ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚତ୍ଛି। ଇତିମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ଜୀବନ ଯାଇଛି। ତେଣୁ ସ୍ଥିତି ପୂରା ବିଗିଡିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପୁଣିଥରେ ଶଟ୍‌ଡାଉନ୍‌ ଅସ୍ତ୍ରକୁ ଆପଣାଇବାକୁ ଚିନ୍ତା କରୁଛି। ତେବେ ସମ୍ପୂର୍ଣ୍ଣ ସହରକୁ ନା କିଛି ଅଞ୍ଚଳକୁ ପର୍ଯ୍ୟାୟକ୍ରମେ ଶଟ୍‌ଡାଉନ୍‌ କରାଯିବ ସେନେଇ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ବିଚାରବିମର୍ଶ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ରବିବାର ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରରୁ ଆଉ ୧୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣ କ୍ବାରାଣ୍ଟାଇନ୍‌ରେ ଥିବାବେଳେ ୮ ସ୍ଥାନୀୟ ସଂକ୍ରମିତ ଓ ୨ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ସବୁଠୁ ବଡ଼ କଥା ହେଲା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ବାହାରିଥିବା ବଡଗଡ ଅଞ୍ଚଳରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୭ବର୍ଷୀୟ ଯୁବକ ଜଣକ ସ୍ଥାନୀୟ ଆକ୍ରାନ୍ତ। ବଡଗଡ ନେତାଜୀ କ୍ଲବ ନିକଟ କରୁଣାକରନଗର ଉପରସାହିର ଯୁବକ ଜଣକ ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ଲକ୍‌ଡାଉନ୍‌ରେ କିଛି ସ୍ଥାନରେ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିବା ଜଣାପଡିଛି। ସେହିପରି ପୁରୁଣା ସଂକ୍ରମିତ ଅଞ୍ଚଳ ଝାଡପଡା ଓ ସୁନ୍ଦରପଦାରୁ ମଧ୍ୟ ପୁଣି ଜଣେ ଲେଖାଏ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସବୁ ସ୍ଥାନରେ ଏକାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏବେ ପୁଣି କରୋନାର ଉପସ୍ଥିତିକୁ ନେଇ ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସାମନ୍ତରାପୁର ନିକଟ ନୂଆଗଁା ଅଞ୍ଚଳରୁ ୨ଜଣ, ଦୁଇ ଘରୋଇ ହସ୍ପିଟାଲରୁ ୪ଜଣ, ଏମ୍ସରୁ ଜଣେ, ପାହାଳ ଥାନା ନିକଟରୁ ଜଣେ, ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଏମାନେ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏହାବାଦ୍‌ ଭରତପୁରର ତେଲୁଗୁସାହି ବସ୍ତି, ସମ୍‌ ହସ୍ପିଟାଲ ନିକଟ ଘାଟିକିଆ, ୟୁନିଟ-୫ର ଏସ୍‌ସିପିଆର୍‌ କାର୍ଯ୍ୟାଳୟ ନିକଟ, ସିଟି କଲେଜ ଘାଟିକିଆ ଅଞ୍ଚଳ, ବିମାନ ବନ୍ଦର ନିକଟ ପଳାସପାଲ୍ଲୀ ଅଞ୍ଚଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସିଟି କଲେଜ ନିକଟରୁ ଚିହ୍ନଟ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ କଳ୍ପନା ଛକ ନିକଟ ଏକ ସରକାରୀ କାର୍ଯ୍ୟାଳୟରୁ ୨ଜଣ କୋଭିଡ୍‌ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri